" ବିଜେଡି ଶହ ଶହ ବର୍ଷ ଧରି ଓଡ଼ିଶାବାସୀଙ୍କ ସେବା କରି ଚାଲିବ"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

୫ ବର୍ଷରେ ଗରିବୀ ୧୦% କୁ କମାଇବାକୁ ଆମେ ସଂକଳ୍ପବଦ୍ଧ : ନବୀନ

  • ସ୍ୱାସ୍ଥ୍ୟକ୍ଷେତ୍ରରେ ବିଏସକେୱାଇ କାର୍ଡ ଦେଶର ବିପ୍ଳବ ଆଣିଛି ।

  • ସ୍କୁଲ୍ ରୂପାନ୍ତରୀକରଣ ପିଲାଙ୍କ ମଧ୍ୟରେ ନୂଆ ଆଶା ସୃଷ୍ଟି ସହ ବଡ଼ ସ୍ୱପ୍ନ ପାଇଁ ପ୍ରେରଣା ଦେଇଛି

  • ବିଜେଡିର ବସ୍‍ ହେଉଛନ୍ତି ଓଡ଼ିଶାବାସୀ, ଆମର ଦିଲ୍ଲୀରେ କେହି ବସ ନାହାନ୍ତି


ଭୁବନେଶ୍ୱର (ଶାସକ ପ୍ରଶାସକ) : ୨୦୦୦ ମସିହାର ଓଡ଼ିଶା ଓ ଆଜିର ଓଡ଼ିଶା ଭିତରେ ବହୁତ ବଡ଼ ପରିବର୍ତ୍ତନ ହୋଇଛି । ଗରିବୀ କମାଇବାରେ ଆମ ରାଜ୍ୟ ସାରା ଦେଶରେ ଆଗରେ ରହିଛି । ଓଡ଼ିଶାରେ ଗରିବୀ ୬୩% ରୁ ୨୯% କୁ କମିଛି । ୮୦ ଲକ୍ଷ ଲୋକ ଗରିବୀ ରେଖା ଉପରକୁ ଆସିଛନ୍ତି । ଆଗାମୀ ୫ ବର୍ଷରେ ଆପଣମାନଙ୍କ ସହଯୋଗରେ ଗରିବୀ ୧୦% କୁ କମ କରି ଓଡ଼ିଶା ଇତିହାସ ସୃଷ୍ଟି କରିବ । ଏଥିପାଇଁ ଯାହା ଆବଶ୍ୟକ ଆମ ସରକାର ସେ ସବୁ ପଦକ୍ଷେପ ନେବ ବୋଲି ବିଜୁ ଜନତା ଦଳର ରୌପ୍ୟ ଜୟନ୍ତୀରେ ରାଜ୍ୟବାସୀଙ୍କୁ ଉଦ୍ବୋଧନ ଦେଇ ଏଭଳି ବାର୍ତ୍ତା ଦେଇଛନ୍ତି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ସେ ଆହୁରି ମଧ୍ୟ କହିଛନ୍ତି ଯେ " ବିଜୁ ଜନତା ଦଳର ବସ୍ ହେଉଛନ୍ତି ଓଡ଼ିଶାବାସୀ, ଆମର ଦିଲ୍ଲୀରେ କେହି ବସ୍ ନାହାଁନ୍ତି । ଯାହା କରୁଛୁ ଓଡ଼ିଶାବାସୀଙ୍କ ପାଇଁ… ଓଡ଼ିଶାବାସୀଙ୍କ ଇଚ୍ଛାରେ… ଓଡ଼ିଶାର ହକ୍ ପାଇଁ… । ଆମେ କେବଳ ଓଡ଼ିଶାବାସୀଙ୍କ ପାଖରେ ଉତ୍ତରଦାୟୀ । ସାଢେ଼ ଚାରି କୋଟି ଓଡ଼ିଶାବାସୀଙ୍କ ଆଶିର୍ବାଦରେ ବିଜୁ ଜନତା ଦଳ ଆଜି ଏକ ସାମାଜୀକ ଆନ୍ଦୋଳନରେ ପରିଣତ ହୋଇଛି କହିଲେ ଅତ୍ୟୁକ୍ତି ହେବନାହିଁ | ଏ ସଫଳତା ପଛରେ ଅଛନ୍ତି ଏକ ସମୃଦ୍ଧ, ସଶକ୍ତ ଓଡ଼ିଶାର ସ୍ୱପ୍ନ ଦେଖିଥିବା ପ୍ରତ୍ୟକ ଓଡ଼ିଶାବାସୀ । ସେହିମାନଙ୍କୁ ସାଥିରେ ଧରି ବିଜୁ ଜନତା ଦଳ ଶହ ଶହ ବର୍ଷ ପର୍ଯ୍ୟନ୍ତ ଓଡିଶାବାସୀଙ୍କ ସେବା କରିଚାଲିବ" |
ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ , ୨୫ ବର୍ଷ ତଳେ ବିଜୁବାବୁଙ୍କ ଆଦର୍ଶରେ ଆରମ୍ଭ ହୋଇଥିବା ବିଜୁ ଜନତା ଦଳ ଆଜି ଏକ ସାମାଜିକ ଆନ୍ଦୋଳନରେ ପରିବର୍ତ୍ତନ ହୋଇଛି । ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କ ଆଶା ଓ ବିଶ୍ୱାସର ପ୍ରତୀକ ପାଲଟିଛି । ରାଜ୍ୟବାସୀଙ୍କ ଆଶୀର୍ବାଦରେ ଦିନକ ଦିନ ଆଗକୁ ବଢ଼ୁଛି ବିଜେଡି । ବିଜୁ ଜନତା ଦଳ ଦେଶର ଏକମାତ୍ର ଦଳ ଯାହାର ଲୋକପ୍ରିୟତା ବର୍ଷକୁ ବର୍ଷ ବଢ଼ୁଛି । ଏଥିପାଇଁ ଦଳର ଲକ୍ଷ ଲକ୍ଷ କର୍ମୀ ଭାଇ ଭଉଣୀମାନଙ୍କ ପରିଶ୍ରମ ଓ ତ୍ୟାଗକୁ ସମ୍ମାନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ କହିଛନ୍ତି, ଆପଣମାନେ ହେଉଛନ୍ତି ଆମ ଦଳର ମେରୁଦଣ୍ଡ । ୨୦୦୦ ମସିହା ଓ ଆଜିର ଓଡ଼ିଶା ମଧ୍ୟର ବହୁତ ବଡ଼ ପରିବର୍ତ୍ତନ ଘଟିଛି । ଗରିବୀ କମ କରିବାରେ ସାରା ଦେଶରେ ଆଗରେ ରହିଛି ଓଡ଼ିଶା । ରାଜ୍ୟରେ ଗରିବୀ ୬୩ ପ୍ରତିଶତରୁ ୨୯ ପ୍ରତିଶତକୁ ଖସିଛି । ୮୦ ଲକ୍ଷ ଲୋକ ଗରିବ ସୀମାରେକ୍ଷା ଉପରକୁ ଆସିଛନ୍ତି । ଆସନ୍ତା ୫ ବର୍ଷ ମଧ୍ୟରେ ଆପଣମାନଙ୍କ ସହଯୋଗରେ ଗରିବୀକୁ ୧୦ ପ୍ରତିଶତକୁ ହ୍ରାସ କରି ଓଡ଼ିଶା ଇତିହାସ ସୃଷ୍ଟି କରିବ । ଏଥିପାଇଁ ଯାହା ଦରକାର ଆମ ସରକାର ସମସ୍ତ ପଦକ୍ଷେପ ନେବ ।
ଓଡ଼ିଶା ଅନ୍ତର୍ଜାତୀୟ ପରିଚୟ ପାଇଛି । ଜାତିସଂଘ ଠାରୁ ନୀତି ଆୟୋଗ ସମସ୍ତେ ଓଡ଼ିଶାକୁ ପ୍ରଂଶସା କରିଛନ୍ତି । ବିପତ୍ତି ସମୟରେ ଲୋକଙ୍କ ଜୀବନ ବଞ୍ଚାଇବାକୁ ସମସ୍ତଙ୍କୁ ବାଟ ଦେଇଖାଇଛି ଓଡ଼ିଶା । ଦିନ ଥିଲା ଓଡ଼ିଶା ଖାଦ୍ୟ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଥିଲା, ଆଜି ସେ ପରିସ୍ଥିତି ନାହିଁ । ଦେଶକୁ ଖାଦ୍ୟ ଯୋଗାଇବାରେ ଓଡ଼ିଶା ଆଜି ୩ ନମ୍ବର ସ୍ଥାନରେ ଅଛି । ଏହାର ସବୁ ଶ୍ରେୟ ଆମ ଚାଷୀ ଭାଇମାନଙ୍କର । ମହିଳା ଶସକ୍ତିକରଣରେ ଓଡ଼ିଶା ଆଜି ଆଗରେ । ମାଆମାନଙ୍କ ପାଇଁ ପଞ୍ଚାୟତ ନିର୍ବାଚନରେ ୫୦ ପ୍ରତିଶତ ସଂରକ୍ଷଣରେ ଓଡ଼ିଶା ଆଗରେ । ସଂସଦରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ପାଇଁ ବିଜେଡି ବାଟ ଦେଖାଇଛି । ଏହି ଲକ୍ଷ୍ୟ ପୂରଣ ହେବା ପର୍ଯ୍ୟନ୍ତ ମାଆ ମାନଙ୍କ ହକ୍ ପାଇଁ ଆମ ଆନ୍ଦୋଳନ ଜାରି ରହିବ । ମିଶନ ଶକ୍ତି ଆଜି ଓଡ଼ିଶାର ପ୍ରତି ଘରର ମାଆମାନଙ୍କୁ ଶସକ୍ତ କରିଛି । ୭୦ ଲକ୍ଷ ମାଆଙ୍କ ବିରାଟ ଆନ୍ଦୋଳନ, ବିକାଶ କ୍ଷେତ୍ରରେ ନୂଆ ଯୁଗ ଆରମ୍ଭ କରିଛି । ଏସସି, ଏସଟି ଓ ଓବିସି ଭାଇ ଭଉଣୀମାନଙ୍କ ବିକାଶ ଆମର ପ୍ରାଥମିକତା । ଶିକ୍ଷା ତଥା ବିଭିନ୍ନ ବିକାଶ ଜରିଆରେ ସେମାନଙ୍କ ଜୀବନଧାରଣ ମାନରେ ଉନ୍ନତି ପାଇଁ ଅନେକ କାମ ଚାଲିଛି ।
କରୋନା କାଳରେ ସବୁଠୁ ଅଧିକ ପୁଞ୍ଜିନିବେଶ ଓଡ଼ିଶାକୁ ଆସିଛି । ୪ ଲକ୍ଷ କୋଟିରୁ ଅଧିକ ପୁଞ୍ଜି ଆସିଛି । ସାରା ଦେଶରେ ଏହା ସର୍ବାଧିକ । ଆମ ଯୁବପିଢ଼ି ପାଇଁ ଏହା ରୋଜଗାରର ନୂଆ ସୁଯୋଗ ଆଣିଛି । କରୋନା ସମୟରେ ମାଗଣାରେ ଚିକିତ୍ସା ଯୋଗାଇଛନ୍ତି ଆମ ସରକାର । ୧୭ ରାଜ୍ୟକୁ ଆମେ ଅମ୍ଲଜାନ ଯୋଗାଇଛି । ସ୍ୱାସ୍ଥ୍ୟକ୍ଷେତ୍ରରେ ବିଏସକେୱାଇ କାର୍ଡ ଦେଶର ବିପ୍ଳବ ଆଣିଛି । ସ୍କୁଲ୍ ରୂପାନ୍ତରୀକରଣ ପିଲାମାନଙ୍କ ମଧ୍ୟରେ ନୂଆ ଆଶା ସୃଷ୍ଟି ସହ ବଡ଼ ସ୍ୱପ୍ନ ଦେଖିବାକୁ ପ୍ରେରଣା ଦେଇଛି । ସ୍ୱାସ୍ଥ୍ୟ ହେଉ କି ଖେଳ ସବୁକ୍ଷେତ୍ରରେ ଓଡ଼ିଶା ଏକ ନୂଆ ପରିଚୟ ନେଇ ଆଗକୁ ବଢ଼ିଛି ବୋଲି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ କହିଛନ୍ତି |

ପ୍ରତିଷ୍ଠା ଦିବସ ଅବସରରେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି ଜାତି ପାଇଁ ଆଦର୍ଶ ହେଉଛନ୍ତି ବିଜୁବାବୁ । ସାରା ଓଡ଼ିଶାକୁ ଆହ୍ୱାନ ଦେଇଥିଲେ ବିଜୁବାବୁ । ବିଜୁ ବାବୁଙ୍କ ସ୍ୱପ୍ନ ସାକାର କରିବାକୁ ସଂକଳ୍ପ ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟର ସବୁ ଯୋଜନା ସଫଳ ରୂପାୟନ ହୋଇପାରିଛି । ସାରା ଦେଶରେ ବିଜେଡି ଏବେ ରୋଲ ମଡେଲ ହୋଇଛି । କାରଣ କଥା ନୁହେଁ, କାମରେ ବିଶ୍ୱାସ କରନ୍ତି ନବୀନ ପଟ୍ଟନାୟକ ।  ରାଜ୍ୟର ସର୍ବାଙ୍ଗୀନ ଉନ୍ନତି ଓ ରାଜ୍ୟବାସୀଙ୍କ ଅଧିକାରର ଲଢ଼େଇକୁ ଆହୁରି ଜୋରଦାର କରିବାରେ ବିଜେଡି ସବୁବେଳେ ଆଗରେ ରହିଛି ଓ ରହିବ ବୋଲି ପ୍ରଣବ କହିଛନ୍ତି । 

0
0
0
s2sdefault