‘ଜଗନ୍ନାଥ ଗ୍ରାଉଣ୍ଡ’ ତାଲିମପ୍ରାପ୍ତ ଛାତ୍ରଛାତ୍ରୀଙ୍କ ପକ୍ଷରୁ ବନ୍ଧୁମିଳନ ଉତ୍ସବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗି):-ନିଶ୍ଚିନ୍ତକୋଇଲି ବ୍ଲକ ଜିଗ୍ନୀପୁର ସ୍ଥିତ ‘ଜଗନ୍ନାଥ ଗ୍ରାଉଣ୍ଡ’ ପକ୍ଷରୁ ନବବର୍ଷ ଉପଲକ୍ଷେ ଏକ ବନ୍ଧୁମିଳନ ଉତ୍ସବ ଲଳିତଗିରି ଓଳାଶୁଣୀ ପୀଠରେ ଅନୁଷ୍ଠିତ ହୋଇଯାଇଛି । ଜଗନ୍ନାଥ ଗ୍ରାଉଣ୍ଡର ତାଲିମ ପ୍ରଶିକ୍ଷକ ଗୌତମ ଦାସଙ୍କ ସମେତ ସମସ୍ତ ଛାତ୍ର ଏହି ଉତ୍ସବରେ ଯୋଗଦେଇଥିଲେ । ଉକ୍ତ ଗ୍ରାଉଣ୍ଡରେ ଦୀର୍ଘ ୨୦ବର୍ଷ ହେବ ସ୍ଥାନୀୟ ଅଂଚଳର ବହୁ ଛାତ୍ରଛାତ୍ରୀ ଦେଶର ସେବା ପାଇଁ ଓଡ଼ିଶା ପୋଲିସ,ଆଇ.ଆର.ବି, ଭାରତୀୟ ସେନା ଆଦି ବହୁ ପ୍ରତିରକ୍ଷା ବିଭାଗରେ ନିଯୁକ୍ତି ପାଇଁ ତାଲିମ ନେଇଆସୁଛନ୍ତି । ଏପରିକି ଚଳିତବର୍ଷ ଓଡ଼ିଶା ପୋଲିସର ପିସିଆର ଡ଼୍ରାଇଭର ଭାବେ ସ୍ଥାନୀୟ ବରାଦୋ ପଂଚାୟତ ପାଟପୁର ଗ୍ରାମର ଚତୁର୍ଭୁଜ ମଲିକଙ୍କ ପୁତ୍ର ରାମଚନ୍ଦ୍ର ମଲିକ ନିଯୁକ୍ତି ପାଇଛନ୍ତି । ତେବେ ଦେଶସେବା ପାଇଁ ନିଜକୁ ନିୟୋଜିତ କରିବା ପାଇଁ ଛାତ୍ର ଛାତ୍ରୀଙ୍କ ପ୍ରୟାସ ଜାରିରହିଛି । ଉକ୍ତ ବନ୍ଧୁମିଳନ ଉତ୍ସବରେ ସମସ୍ତ ବରିଷ୍ଠ ପ୍ରତିରକ୍ଷା ବିଭାଗ ଅଧିକାରୀ, ସ୍ଥାନୀୟ ଗ୍ରାମବାସୀ ଓ ଜଗନ୍ନାଥ ଗ୍ରାଉଣ୍ଡର ସମସ୍ତ ଛାତ୍ରଛାତ୍ରୀ ଶ୍ରୀ ମଲିକଙ୍କୁ ଶୁଭେଚ୍ଛା ସହ ନବବର୍ଷର ଅଭିନନ୍ଦନ ଜଣାଇଥିଲେ । ଶେଷରେ ଜିଗ୍ନୀପୁର ଯୁବ ଛାତ୍ର ତାରଣ ତଥାଗତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault