ହେଡଲାଇନସ୍:

ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ଦେଲେ ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ରାଉରକେଲା (ବସନ୍ତ ଜେନା) ପ୍ରତ୍ୟେକ ରାଜ୍ୟରେ ମହିଳା ଓ ଶିଶୁ ଅପରାଧ ନିୟନ୍ତ୍ରଣ ପ୍ରକୋଷ୍ଠ ଖୋଲିବା ପାଇଁ ପରାମର୍ଶ ଦେଇଥିଲେ କେନ୍ଦ୍ର ସରକାର । ସମଗ୍ର ଦେଶରେ ମହିଳା ଓ ଶିଶୁ ଅପରାଧରେ ଓଡ଼ିଶା ତୃତୀୟ ସ୍ଥାନରେ ରହିଛି । ଏହାକୁ ଆଧାର କରି ମୁଖ୍ୟମନ୍ତ୍ରୀ ରାଜ୍ୟରେ ଏଭଳି ଏକ ପ୍ରକୋଷ୍ଠ ଖୋଲାଯାଇ ଥିବାର ଘୋଷଣା କରିଥିଲେ । ଏହି ପ୍ରକୋଷ୍ଠର ମୁଖ୍ୟ ଭାବେ ଜୈନିକ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଦାୟିତ୍ୱ ପ୍ରଦାନ କରିଥିବାର ବିଭିନ୍ନ ଗଣମାଧ୍ୟମରେ ଘୋଷଣା କରିଥିଲେ । ମାତ୍ର ଏହା ମୁଖ୍ୟମନ୍ତ୍ରୀଙ୍କ ଏକ ”ଆଇ୍ ୱାଶ୍” ଘୋଷଣା ଥିଲା । କାରଣ ମମିତା ମେହେର ହତ୍ୟାକାଣ୍ଡ ଏକ ଅତ୍ୟନ୍ତ ସମ୍ବେଦନଶୀଳ ଘଟଣା । ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକ୍ରମ ରାଜ୍ୟରେ ବାସ୍ତବରେ ‘ମହିଳା ଓ ଶିଶୁ ଅପରାଧ ନିୟନ୍ତ୍ରଣ ପ୍ରକୋଷ୍ଠ’ ଖୋଲାଯାଇଛି, ନାଁ କେବଳ ଘୋଷଣା ସର୍ବସ୍ୱ ହୋଇ ରହିଯାଇଛି ତାହା ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିବା ନିହାତି ଆବଶ୍ୟକ । ସମଗ୍ର ଦେଶରେ ମହିଳା ଓ ଶିଶୁ ଅପରାଧରେ ଓଡ଼ିଶା ତୃତୀୟ ସ୍ଥାନରେ ରହିଛି । ଦିନକୁ ଦିନ ମହିଳା ଓ ଶିଶୁଙ୍କ ଉପରେ ଅପରାଧ ବଢ଼ିବାରେ ଲାଗିଛି । ଏଥିରୁ ଜଣାପଡ଼ୁଛି ଯେ ସଂପୃକ୍ତ ବିଭାଗ ପକ୍ଷରୁ କୌଣସି ଭୂମିଭିତ୍ତିକ କାର୍ଯ୍ୟ କରାଯାଉ ନାହିଁ । ମୁଖ୍ୟମନ୍ତ୍ରୀଙ୍କ ଏଭଳି ମହିଳା ବିରୋଧୀ ଆଚରଣ ବିରୁଦ୍ଧରେ ମହିଳା ମୋର୍ଚ୍ଚା ମହାମହିମ ରାଜ୍ୟପାଳଙ୍କୁ ଅବଗତ କରିଛି । ରାଜ୍ୟ ଯୋଜନା ଅନୁଯାୟୀ ପ୍ରତ୍ୟେକ ଜିଲ୍ଲାରେ ମହିଳା ମୋର୍ଚ୍ଚା ପକ୍ଷରୁ ଏନେଇ ଜିଲ୍ଲାପାଳଙ୍କ ମାଧ୍ୟମରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯିବାର ନିଷ୍ପତି ନିଆଯାଇଛି ।

0
0
0
s2sdefault