ହେଡଲାଇନସ୍:

ଭୀମପଡ଼ା ଗ୍ରାମରେ ବଡ଼ଦିନ ଓ ସୁଶାସନ ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବୋଲଗଡ଼ ରୁ ପଞ୍ଚାନନ ସ୍ଵାଇଁ: ଆଜି ବୋଲଗଡ଼ ବ୍ଲକ ଫାସିଓଦା ପଞ୍ଚାୟତ ଭୀମପଡ଼ା ଗ୍ରାମରେ ପବିତ୍ର ଖ୍ରୀଷ୍ଟମାସ ଅବସରରେ ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତିରେ ସୁଶାସନ ଦିବସରେ ପୂଜ୍ୟ ପୂଜା ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ନେହରୁ ଯୁବ କେନ୍ଦ୍ରସଂଗଠନ ସହଯୋଗରେ ସମସ୍ତ କାର୍ଯ୍ୟ ସମାପନ ହୋଇ ଯାଇଛି । ଏଥିରେ ଭଲିବଲ, ଦୌଡ ପ୍ରତିଯୋଗିତା, ଦୌଡ଼ି ଡିଆଁ, ଆଳୁ ଦୌଡ଼, ବକୃତା, ସାଧାରଣ ଜ୍ଞାନ, ଏକକ ଅଭିନୟ, ଭଜନ,ଛୋଟି, ଡ୍ୟାନ୍ସ ଆଦି ୧୫ଟି ପ୍ରତିଯୋଗିତାରେ ଶତାଧିକ କୁନି ପ୍ରତିଯୋଗି ଭାଗ ନେଇଥିଲେ। ବାର୍ଷିକ ଉତ୍ସବରେ କୃତି ପ୍ରତିଯୋଗୀ ଓ ପ୍ରତିଭାଙ୍କୁ ସମ୍ବୋଧିତ କରିବା ପାଇଁ ସଭାପତି ଆଇନଜୀବୀ ଲୋତକ ବିନ୍ଦୁ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବରେ ଡାକ୍ତର ହରିପ୍ରସାଦ ମିଶ୍ର, ସମ୍ମାନିତ ଅତିଥି ସରପଞ୍ଚ ବ୍ରଜ କିଶୋର ପ।ତ୍ର, ଅବସର ପ୍ରାପ୍ତ କୃଷି ଅଧିକାରୀ ରତିକାନ୍ତ ପଟ୍ଟନାୟକ, ପୂର୍ବତନ ଶିକ୍ଷକ ଉଦ୍ୟନାଥ ସ୍ୱାଇଁ ଓ ସମସ୍ତ କ୍ରିଡା କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ଶିକ୍ଷକ ରବିନ୍ଦ୍ର କୁମାର ବେହେରା , ତ୍ରିନାଥ ଜେନା, ଜନ୍ମେଜୟ ମାଝୀ, କର୍ପୁର ସାହୁ, ସୁଜାତା ବେହେରା, ହିମାଂଶୁ ମହାପାତ୍ର, ପ୍ରିୟ ବ୍ରତ ଦାସ ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ । ସଂପାଦକ ବିନୋଦ ମହାରଣା ଅତିଥି ପରିଚୟ ପ୍ରଦାନ କରିଥିଲେ । ଏବଂ ଉପସଭାପତି ଜଗବନ୍ଧୁ ମୁଦୁଲି ଧନ୍ୟବାଦ୍ ଦେଇଥିଲେ। ସଂପୂର୍ଣ୍ଣ କାର୍ଯ୍ୟକ୍ରମକୁ ପୂଜ୍ୟ ପୂଜାର ସହ ସଂଯୋଜକ ଲକ୍ଷ୍ମୀଧର ବଳିୟାର ସିଂହ, କୋଷାଧ୍ୟକ୍ଷ ସନ୍ତୋଷ ମହାନ୍ତି ଓ ଅଭିମନ୍ୟୁ ପଟ୍ଟନାୟକ ପ୍ରମୁଖ ପରିଚାଳନା କରିଥିଲେ ।

0
0
0
s2sdefault