ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଦ୍ୱାରା ଚିଚିଣ୍ଡା ଗ୍ରାମରେ ନୂତନ ଆର.ଆଇ ଅଫିସ,ଆମ ଅଙ୍ଗନବାଡି କେନ୍ଦ୍ର ଓ ରାଞ୍ଜ ସେତୁର ଭିତ୍ତି ପ୍ରସ୍ତର ସ୍ଥାପନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୋହେଲା(ଶାସକପ୍ରଶାସକ)-ଆଜି ଅପରାହ୍ନରେ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହ ସୋହେଲା ବ୍ଲକର ବାଉଁସେନମୁରା ପଂଚାୟତର ଚିଚିଣ୍ଡା ଗ୍ରାମରେ ଏକ ନୂତନ ଆରଆଇ ଅଫିସ,ଆମ ଅଙ୍ଗନବାଡି କେନ୍ଦ୍ର ଓ ଚିଚିଣ୍ଡା-ଗର୍ଭଣା ରାସ୍ତାର ରାଞ୍ଜ ନଦୀ ଉପରେ ଏକ ନୂତନ ସେତୁ ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନିର୍ମିତ ହେବାକୁ ଥିବା ଏହି ସେତୁ ୫କୋଟି ୪୯ ଲକ୍ଷ ଟଙ୍କା ବ୍ୟୟ ଅଟକଳ ତିଆରି ହେବ । ଏହାର କାର୍ଯ୍ୟ ଦେଢ଼ ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ହେବ । ସେତୁ ନିର୍ମାଣ ସରିଲା ପରେ ଛୁରିଆପାଲି ଗ୍ରାମରୁ ଟୁଙ୍ଗିବନ୍ଧଲି, କେନ୍ଦବାହାଲ, ଚିଚିଣ୍ଡା ଗ୍ରାମ ଦେଇ ଏକ ନୂତନ ରାସ୍ତା ନିର୍ମାଣ କରାଯାଇ ଏହି ସେତୁ ସହିତ ସଂଯୋଗ କରାଯିବ । ସେହିପରି ସୋହେଲା ତହସିଲ କାର୍ଯ୍ୟାଳୟ ଅଧୀନରେ ୩ଟି ଆରଆଇ ଅଫିସ ଥିଲା । ଚଳିତ ବର୍ଷ ରାଜ୍ୟ ସରକାର ଆହୁରି ୫ଟି ନୂତନ ଆରଆଇ ଅଫିସ ପ୍ରତିଷ୍ଠା କରିଛନ୍ତି । ଏହା ପୂର୍ବରୁ ସାଲେପାଲି, ଛୁରିଆପାଲି,ଗର୍ଭଣା ଓ ସର୍କଣ୍ଡାରେ ନୂତନ ଆରଆଇ ଅଫିସ ଉଦ୍ଘାଟିତ ହୋଇ ସାରିଛି । ଆଜି ଚିଚିଣ୍ଡା ଗ୍ରାମରେ ଆଉ ଏକ ନୂତନ ଆରଆଇ ଅଫିସ ଉଦଘାଟିତ ହେଲା । ଏବେ ସୋହେଲା ତହସିଲ କାର୍ଯ୍ୟାଳୟ ଅଧୀନରେ ମୋଟ ୮ ଗୋଟି ଆରଆଇ ଅଫିସ ହେଲା ।

ଆଜିର ଏହି କାର୍ଯ୍ୟକ୍ରମରେ ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ଶ୍ରୀ ବିଧୁ ଭୂଷଣ ଶତପଥୀ,ଚିଚିଣ୍ଡା ଗ୍ରାମର ଗୌନ୍ତିଆ ସନ୍ତୋଷ ଦିଶ୍ରୀ,ହେମସାଗର ପଧାନ,ପରାଗ ସାହୁ,ଭୀଷ୍ମଦେବ ଯୋଶୀ,ନାରାୟଣ ଷଡଙ୍ଗୀ,ଭୈରବ ପଣ୍ଡା,ଲିଙ୍ଗରାଜ ଗୁରୁ,ଧୀରେନ୍ଦ୍ର ବେହେରା ଓ ହୃଷୀକେଶ ସାହୁ,ଗର୍ଭଣା ଗ୍ରାମର ଶ୍ରୀମୁଖ ନାୟକ,ଦିଲିପ ଭୋଇ,ଗୌରଚନ୍ଦ୍ର ସାହୁ,କଷ୍ଟ ଭୁଏ,ଗୋବିନ୍ଦ ପଧାନ, ରମେଶ ପଧାନ ଓ ଅକ୍ଷୟ ନାୟକ ଜଟିପାଲି ଗ୍ରାମର ଭଗବାନ ସାହୁ ଏବଂ ନଅଗାଁର ବିନୋଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault