ଶିକ୍ଷା ଦୁନିଆରେ ଦୀର୍ଘ ୨୫ ବର୍ଷର ସଫଳ ଜୟଯାତ୍ରାର ସ୍ମାରକୀ : ସୋଆର “ମାଇ ଷ୍ଟାମ୍ପ”

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଉନ୍ମୋଚିତ ହେଲା ସ୍ୱତନ୍ତ୍ର ଡାକଟିକଟ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ୨୫ ବର୍ଷ ପୂର୍ତୀ ଅବସରରେ ଏକ ସ୍ୱତନ୍ତ୍ର ଡାକଟିକଟ “ମାଇ ଷ୍ଟାମ୍ପ” ଏହାର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କ ଦ୍ୱାରା ଶୁକ୍ରବାର ଉନ୍ମୋଚିତ ହୋଇଯାଇଛି । ୫ ଟଙ୍କା ମୂଲ୍ୟର ଏହି ଡାକ ଟିକଟରେ ଉଭୟ ସୋଆର ଲୋଗୋ ଏବଂ କୋଣାର୍କ ସୂର୍ଯ୍ୟମନ୍ଦିରର ଚିତ୍ର ରହିଛି ।
ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ନିରବଚ୍ଛିନ୍ନ ସେବା ଯୋଗାଇ ଆସୁଥିବା ସୋଆ୧୯୯୬ ମସିହାରେ ପ୍ରତିଷ୍ଠା ହୋଇଥିବା ବେଳେ ନିକଟରେ ୨୫ ବର୍ଷ ପୂର୍ଣ୍ଣ କରିଛି । ସୋଆ ପକ୍ଷରୁ ଏକ ବହୁବିଧ ଡିମ୍ଡ ଟୁ ବି ୟୁନିଭର୍ସିଟି ପରିଚାଳିତ ହେଉଥିବା ବେଳେ ଏହା ଅଧିନରେ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି, ମେଡିକାଲ୍ ସାଇନ୍ସେସ୍, ଫାର୍ମାସ୍ୟୁଟିକାଲ ସାଇନ୍ସେସ୍, ଡେଂଟାଲ୍ ସାଇନ୍ସେସ୍, ମ୍ୟାନେଜମେଂଟ ସାଇନ୍ସେସ୍, ଲିଗାଲ୍ ଷ୍ଟଡିଜ୍, ନର୍ସିଂ, ହସ୍ପିଟାଲିଟି ଆଣ୍ଡ ଟୁରିଜିମ୍ ମ୍ୟାନେଜମେଂଟ ଏବଂ ଏଗ୍ରିକଲ୍ଚରାଲ୍ ସାଇନ୍ସେସ୍ ଭଳି ୯ଟି ଅନୁଷ୍ଠାନ କାର୍ଯ୍ୟ କରୁଛି ।
ପୂର୍ବ ଭାରତରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସୋଆର ଫ୍ୟାକଲ୍ଟି ଅଫ୍ ମେଡିସିନ୍ ଇନଷ୍ଟିଟ୍ୟୁଟ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ ଏକ ଉତ୍କୃଷ୍ଟ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ଅନୁଷ୍ଠାନ ଭାବେ ପରିଗଣିତ ହେଉଥିବା ବେଳେ କୋଭିଡ୍ ମହାମାରୀ ସହ ଯୁଦ୍ଧରେ ଉତମ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ଜାରି ରଖିଛି । ସୋଆ ପକ୍ଷରୁ ଆରମ୍ଭ କରାଯାଇଥିବା ୱାନ୍ ଷ୍ଟପ୍, ନେକ୍ସଟ ଜେନେରେସନ୍ ମଲ୍ଟି ସୁପରସ୍ପେଶିଆଲିଟି କ୍ୱାଟରନାରୀ କେୟାର ହସ୍ପିଟାଲ୍ ସମ୍ ଅଲ୍ଟିମେଟ ମେଡିକେୟାର ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛି ।
ନ୍ୟାସ୍ନାଲ୍ ଇନଷ୍ଟିଟ୍ୟୁସ୍ନାଲ୍ ରାଙ୍କିଙ୍ଗ ଫ୍ରେମୱାର୍କ (ଏନ୍ଆଇଆରଏଫ ) ରାଙ୍କିଙ୍ଗ ୨୦୨୧ରେ ସାରା ଦେଶରେ ବିଶ୍ୱବିଦ୍ୟାଳୟ ଗୁଡିକ ମଧ୍ୟରେ ସୋଆ ୨୦ ତମ ସ୍ଥାନ ହାସଲ କରିଛି । ଷ୍ଟାମ୍ପଟିକୁ ଉନ୍ମୋଚନ କରିବା ସମୟରେ ଏହାକୁ ଅତ୍ୟନ୍ତ ଖୁସିର ମୁହୂର୍ତ ବୋଲି ବର୍ଣ୍ଣନା କରି ଦେଶର ଶିକ୍ଷା ଏବଂ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନିଜକୁ ଉତ୍ସର୍ଗୀକୃତ କରିବାକୁ ସୋଆର କାର୍ଯ୍ୟରତ ସହଯୋଗୀ ମାନଙ୍କୁ ଅନୁରୋଧ କରିଛନ୍ତି ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର ନାୟକ । ଆମ ଦେଶ ସ୍ୱାଧିନତାର ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ସୋଆର ୨୫ ବର୍ଷ ପୂର୍ତୀ ଏବଂ ସ୍ୱତନ୍ତ୍ର ଡାକଟିକଟ ଉନ୍ମୋଚନ ଏକ ସୁଖଦ ସଂଯୋଗ ବୋଲି ପ୍ରଫେସର ନାୟକ କହିଛନ୍ତି ।
ଏହି ସ୍ୱତନ୍ତ୍ର ଡାକଟିକଟ ଉନ୍ମୋଚନ ସମୟରେ ସୋଆ କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର, ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ରେଜିଷ୍ଟ୍ରାର ପ୍ରଫେସର ବିଭୁତି ଭୂଷଣ ପ୍ରଧାନ, ପ୍ରତିଷ୍ଠାତା ସଦସ୍ୟା କୁମାରୀ ଉପାସନା ନାୟକ, ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ଆଇଟିଇଆର୍ ଡିନ୍ ପ୍ରଫେସର ପି.କେ. ସାହୁ, ଆଇଡିଏସ୍ ଡିନ୍ ପ୍ରଫେସର ନୀତା ମହାନ୍ତି, ଫାଇନାନ୍ସ ଅଫିସର ଶ୍ରୀ ସରୋଜ କାନ୍ତ ସାମଲ୍, ଜଏଂଟ ରେଜିଷ୍ଟ୍ରାର ଡଃ ଶଶାଙ୍କ ଶେଖର ମିଶ୍ର, ୟୁନିଭର୍ସିଟି ଆଉଟ୍ରିଚ୍ ପ୍ରୋଗ୍ରାମ୍ ନିର୍ଦ୍ଦେଶକ ପ୍ରଫେସର ନଚିକେତା କେ. ଶର୍ମା, ଡିଜିଏମ୍ ମେନ୍ଟେନାନ୍ସ ଶ୍ରୀ ବିବେକ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault