ଓମିକ୍ରନ୍ ଚିନ୍ତା : ବଡ଼ଦିନ ଓ ନୂଆବର୍ଷ ପାଇଁ କଟକଣା, ସେଲିବ୍ରେସନ ମନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ନୂଆ ଭାରିଏଣ୍ଟ ଓମିକ୍ରନ୍ ସଂକ୍ରମଣ ଦୃଷ୍ଟିରୁ ବଡ଼ଦିନ ଓ ନୂଆବର୍ଷ ପାଳନକୁ ନେଇ ରାଜ୍ୟ ସରକାର ଜାରି କରିଛନ୍ତି କଟକଣା । କେବଳ ବାହାଘର ଓ ଶୁଦ୍ଧିକ୍ରିୟାକୁ ଛାଡ଼ି ଅନ୍ୟ ସବୁ ସେଲିବ୍ରେସନ୍ ଓ ଭୋଜିଭାତ ଉପରେ ଲାଗିଛି କଟକଣା। ବଡ଼ଦିନ ପାଳନ କେବଳ ଚର୍ଚ୍ଚ ମଧ୍ୟରେ ଶିନିତ ରହିବ | କୋଭିଡି ପ୍ରଟୋକଲ ପାଳନ ପୂର୍ବକ ୫୦ ଜଣଙ୍କୁ ନେଇ ବଡ଼ଦିନ ପାଳନ ହେବ । ଏଥିପାଇଁ ଜିଲ୍ଲା ପ୍ରଶାସନ କିମ୍ବା ସ୍ଥାନୀୟ ପ୍ରଶାସନଠାରୁ ଅନୁମତି ନେବାକୁ ପଡ଼ିବ । ସେହିପରି ଜିରୋ ନାଇଟ୍ ସେଲିବ୍ରେସନ୍ ମନା । ହୋଟେଲ, କ୍ଲବ୍, ରେଷ୍ଟୁରାଣ୍ଟ ଆଦିରେ ନୂଆବର୍ଷ ପାଳନ ହେବ ନାହିଁ । ନୂଆବର୍ଷରେ ଭୋଜିଭାତ ମଧ୍ୟ ହୋଇପାରିବନି । ସମସ୍ତେ ନିଜ ପରିବାର କିମ୍ବା ବନ୍ଧୁ ଓ ସମ୍ପର୍କୀୟଙ୍କ ଘରେ ଜିରୋ ନାଇଟ୍ ପାଳନ କରିପାରିବେ । ସରକାରଙ୍କ ଦ୍ୱାରା ଜାରି ଏହି କଟକଣା ଡିସେମ୍ବର ୨୫ ଠାରୁ ଜାନୁଆରୀ ୨ ତାରିଖ ଯାଏଁ ବଳବତ୍ତର ରହିବ । ଏହି ସମୟ ମଧ୍ୟରେ ଶୋଭାଯାତ୍ରା, ନାଚଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ମନା କରାଯାଇଛି । ତେବେ କୋଭିଡ୍ କଟକଣା ମଧ୍ୟରେ ବିବାହ ଏବଂ ଶୁଦ୍ଧିକ୍ରିୟା ପାଳନ ହେବ । ଜିଲ୍ଲା ଓ ସ୍ଥାନୀୟ ପ୍ରଶାସନ ଏହି କଟକଣା କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକ ସ୍ଥଳେ ଅଧିକ କଟକଣା ଜାରି କରିବାକୁ ପ୍ରଶାସନକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି |

0
0
0
s2sdefault