ହେଡଲାଇନସ୍:

୩୫୭ ଜଣ ନିର୍ମାଣ ଶ୍ରମିକଙ୍କୁ ୧କୋଟି ୬୯ ହଜାର ୭୭ ହଜାର ୮ଶହ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସୋହେଲା(ଶାସକପ୍ରଶାସକ)-ଆଜି ସୋହେଲା ନିକଟସ୍ଥ ହଲଦିପାଲି ଠାରେ ଓଡିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ତରଫରୁ ନିର୍ମାଣ ଶ୍ରମିକ ସଚେତନତା ଓ ସହାୟତା ପ୍ରଦାନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଏଥିରେ ମୁଖ୍ୟ ଅତିଥି ଭାବରେ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହ ଓ ସମ୍ମାନିତ ଅତିଥି ଭାବରେ ବିଜେପୁର ବିଧାୟିକା ଶ୍ରୀମତୀ ରୀତା ସାହୁ,ସୋହେଲା ବ୍ଲକ ଅଧ୍ୟକ୍ଷ ଶ୍ରୀ ଜୀବର୍ଦ୍ଧନ ବରିହା,ଜିଲ୍ଲା ପରିଷଦ ସଭ୍ୟ ଦୟାନିଧି ପଟେଲ ଓ ସୁବ୍ରତ ବେହେରା,ପଦ୍ମପୁର ବିଧାୟକ ଶ୍ରୀ ବିଜୟ ରଂଜନ ସିଂହ ବରିହାଙ୍କ ପ୍ରତିନିଧି  ଭୋଜରାଜ ସିଂ ବରିହା,ପଦ୍ମପୁର ଏନଏସିର ପୂର୍ବତନ ଚେୟାରମ୍ୟାନ ଶ୍ରୀ ପ୍ରୀତମ ମେହେର ଯୋଗ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ପାଠପଢ଼ା,ବିବାହ,ମୃତ୍ୟ ଓ ଦାହ ସଂସ୍କାର ସହାୟତା ବାବଦରେ ୩୫୭ ଜଣ ହିତାଧିକାରୀଙ୍କୁ ମୋଟ ୧ କୋଟି ୬୯ ଲକ୍ଷ ୭୭ ହଜାର ୮ ଶହ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମକୁ ଜିଲ୍ଲା ଶ୍ରମ ଅଧିକାରୀ ମାନଭଞ୍ଜନ ପଧାନ ପରିଚାଳନା କରିଥିଲେ ।

0
0
0
s2sdefault