ହେଡଲାଇନସ୍:

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଜାତୀୟ ଗଣିତ ଦିବସ ପାଳନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭାରତୀୟ ଗଣିତଜ୍ଞ ଶ୍ରୀନିବାସ ରାମନୁଜମ୍ ସାରା ବିଶ୍ୱକୁ ଗଣିତ କ୍ଷେତ୍ରରେ ତାଙ୍କର ଅସାଧାରଣ ପ୍ରତିଭା ଦ୍ୱାରା ଭାରତ ପାଇଁ ଗୌରବ ଆଣିଥିଲେ। ତେଣୁ ତାଙ୍କର ଜନ୍ମ ଦିବସକୁ ଜାତୀୟ ଗଣିତ ଦିବସ ରୂପେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର , ପାରଳାଖେମୁଣ୍ଡି ଠାରେ ପାଳନ ହୋଇଯାଇଛି ।
ଏହି ଅବସରରେ ଅବସର ପ୍ରାପ୍ତ ବିଜ୍ଞାନ ଶିକ୍ଷକ ଶ୍ରୀ ବିନୋଦ ଚନ୍ଦ୍ର ଜେନା ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଗଣିତ ଦିବସର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ବିଦ୍ୟାଳୟର ପ୍ରଧାନଆଚାର୍ଯ୍ୟ ଶ୍ରୀ ସରୋଜ କୁମାର ପଣ୍ଡା ଶିଶୁ ଭାଇଭଉଣୀଙ୍କୁ ଆମ ଜୀବନରେ ଗଣିତ ବିଶେଷତ୍ୱ ସମ୍ପର୍କରେ ବୁଝାଇଥିଲେ। ବିଦ୍ୟାଳୟର ଆଚାର୍ଯ୍ୟ ଶ୍ରୀ ଦେବୀ ପ୍ରସାଦ ପଟ୍ଟନାୟକ ଶ୍ରୀନିବାସ ରାମନୁଜମ୍ ଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ।
ଏହି ଅବସରରେ ଶିକ୍ଷା ବିକାଶ ସମିତିର ସମ୍ଭାଗ ସଂଯୋଜକ ଶ୍ରୀ ପ୍ରକାଶ ଚନ୍ଦ୍ର ତ୍ରିପାଠୀ ଉପସ୍ଥିତ ରହି ଶିଶୁ ଭାଇଭଉଣୀଙ୍କୁ ଉତ୍ସାହିତ କରିଥିଲେ। ଏହି ଗଣିତ ମେଳାରେ ବିଭିନ୍ନ ଗଣିତଜ୍ଞଙ୍କ ଫଟୋ ଚିତ୍ର ପ୍ରଦର୍ଶନ ଏବଂ ସେମାନଙ୍କ ଜୀବନୀ ଓ କୃତି ଉପରେ ତଥ୍ୟ ପ୍ରଦାନ କରିବା,ଗଣିତର ନମୂନା (ତ୍ରିଭୁଜ, ବର୍ଗକ୍ଷେତ୍ର, ଆୟତକ୍ଷେତ୍ର, ସମକୋଣୀ ତ୍ରିଭୁଜ, ସମବାହୁ ତ୍ରିଭୁଜ, ସାମନ୍ତରିକ କ୍ଷେତ୍ର, କୋନ୍,ସିଲିଣ୍ଡର, ରମ୍ବସ ଇତ୍ୟାଦି) ସୂତ୍ରର ବ୍ୟାଖ୍ୟା(ଚାର୍ଟ ପ୍ରଦର୍ଶନ) ।,ଗଣିତ ପୁସ୍ତକ(ସୂତ୍ରାବଳୀ, ଗଣିତ କୁହୁକ, ଗଣିତ ପତ୍ର ପତ୍ରିକା) ପ୍ରଦର୍ଶନ।,ଦୈର୍ଘ୍ୟ ମାପ, ତରଳ ପ୍ରଦାର୍ଥ ମାପ, ଓଜନ ମାପ, ସମୟର ଧାରଣ, ଡ଼ଜନ, ଯୋଡ଼ା ଆଦି ପ୍ରଦର୍ଶନ ,ବିଭିନ୍ନ ଗାଣିତିକ ଆକୃତିର ରଙ୍ଗୋଲି (ବୃତ୍ତର ଅଧା, ଚଉଠ, ବିଭିନ୍ନ ପ୍ରକାର ତ୍ରିଭୁଜ, ଆୟତ ଚିତ୍ର, ରମ୍ବସ, ବର୍ଗଚିତ୍ର ଇତ୍ୟାଦି ।) ପ୍ରକଳ୍ପ ଏବଂ କୁଇଜ୍ ଅନୁଷ୍ଠିତ ହୋଇଥିଲା।
ଗଣିତ ମେଳାରେ ୧୮୦ଜଣ ଭାଇଭଉଣୀ ଅଂଶଗ୍ରହଣ କରିଥିଲେ।ସମସ୍ତ କାର୍ଯ୍ୟକ୍ରମ ବିଦ୍ୟାଳୟର ସହ ପ୍ରଧାନ ଆଚାର୍ଯ୍ୟ ଶ୍ରୀ ସନ୍ତୋଷ କୁମାର ପାଢୀ ଓ ଗଣିତ ଆଚାର୍ଯ୍ୟ ଶ୍ରୀ ମୂରଲୀ ମୋହନ ପ୍ରଧାନ ପରିଚାଳନା କରିଥିଲେ। ସମସ୍ତ ଗୁରୁଜୀ ଗୁରୁମାଙ୍କ ସହଯୋଗରେ ସମସ୍ତ କାର୍ଯ୍ୟକ୍ରମ ସଫଳତାର ସହ ସମ୍ପାଦିତ ହୋଇଥିଲା।

0
0
0
s2sdefault