ହେଡଲାଇନସ୍:

ସମ୍ବାଦପତ୍ର ହକର ମାନଙ୍କୁ ସ୍ୱତନ୍ତ୍ର କୋଭିଡ ସହାୟତା ପ୍ରଦାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡା(ସରୋଜ କୁମାର ସାହୁ) :ମୁଖ୍ୟମନ୍ତ୍ରୀ ଓଡିଶା ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଖବର କାଗଜ ହକର ମାନଙ୍କୁ ସେମାନଙ୍କର ହକ ପ୍ରଦାନ କରିଛନ୍ତି । ସେମାନଙ୍କ ପାଇଁ ଏକ ଯୁଗାନ୍ତକାରୀ ପଦକ୍ଷେପ ନେଇ ସେମାନଙ୍କୁ ସ୍ୱତନ୍ତ୍ର କୋଭିଡ ସହାୟତା ପ୍ରଦାନ କରିବା ସହ ଅଣସଂଗଠିତ କ୍ଷେତ୍ର ସାମଜିକ ସୁରକ୍ଷା ଯୋଜନାରେ ସାମିଲ କରିଛନ୍ତି । ଏହି ସହାୟତା ପାଇବା ପାଇଁ ରାଜ୍ୟର ୭୩୦୦ ଜଣ ହକରଙ୍କ ସକାଶେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ଡିଜିଟାଲ ଡାଟା ବେସ ପ୍ରସ୍ତୁତ କରାଯାଇ ପଞ୍ଜୀକୃତ କରାଯାଇଛି । ପ୍ରତ୍ୟେକ ପଞ୍ଜୀକୃତ ହକର ମାନେ ୬୦୦୦ ଟଙ୍କା ଲେଖାଏଁ ଆର୍ଥିକ ରାଶିର ସହାୟତା ପାଇଛନ୍ତି । ଏହି ଟଙ୍କା ସିଧା ସେମାନଙ୍କ ବ୍ୟାଙ୍କ ଖାତାକୁ ପଠାଇ ଦିଆଯାଇଛି । ଉକ୍ତ ସହାୟତା ରାଶିକୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ପ୍ରଦାନ କରାଯାଇଛି । ରାୟଗଡ ଜିଲ୍ଲାରେ କାର୍ଯ୍ୟରତ ୧୧୫ ଜଣ ସମ୍ବାଦ ପତ୍ର ହକର ଓ ବିତରକ ମାନଙ୍କୁ ମୁଖ୍ୟମନ୍ତ୍ରୀ ପ୍ରଦାନ କରିଛନ୍ତି । ହକର ମାନେ ହେଉଛନ୍ତି ଖବର କାଗଜ ଓ ପାଠକ ମାନଙ୍କ ମଧ୍ୟରେ ସଂଯୋଜଗକାରୀ ଏବଂ ଖରା ହେଉ କିମ୍ବା ବର୍ଷା, ଶୀତ ଏପରିକି ମହାମାରୀ କୋଭିଡ ସମୟରେ ମଧ୍ୟ ସେମାନେ ନିଜ ଦୁଃଖ କଷ୍ଟକୁ ଭୂଲି ପାଠକ ମାନଙ୍କୁ ସେମାନଙ୍କ ମନ ପସନ୍ଦର ଖବର କାଗଜ ଗୁଡିକୁ ଯୋଗାଇ ଆସିଛନ୍ତି । ବର୍ତମାନ ଡିଜିଟାଲ ଯୁଗରେ ମଧ୍ୟ ଖବର କାଗଜର ଚାହିଦା କମି ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି । ଏହାସହ ଦୁର୍ଘଟଣାଜନିତ ମୃତୁ୍ୟ କ୍ଷେତ୍ରରେ ୨ ଲକ୍ଷ ଟଙ୍କା, ସ୍ୱାଭାବିକ ମୃତ୍ୟୁ କ୍ଷେତ୍ରରେ ୧ ଲକ୍ଷ ଟଙ୍କା ଏବଂ ଦୁର୍ଘଟଣାରେ ସମ୍ପୂର୍ଣ୍ଣ ଅକ୍ଷମ ହୋଇଥିବା ହକର ମାନଙ୍କ ପାଇଁ ଦେଢ ଲକ୍ଷ ଟଙ୍କା, ଉଭୟ ଅଙ୍ଗ ହରାଇଥିବା ହକର ମାନଙ୍କୁ ୮୦ ହଜାର ଟଙ୍କା ଓ ଗୋଟିଏ ଅଙ୍ଗ ହରାଇଥିବା ହକର ମାନଙ୍କ ସକାଶେ ୪୦ ହଜାର ଟଙ୍କାର ସହାୟତା ରାଶିର ବ୍ୟବସ୍ଥା ରହିଥିବା ଓ ହକର ମାନେ ସୁବିଧାରେ କାମ କରିବା ପାଇଁ ଜିଲ୍ଲା ସ୍ତରରେ ୱାର୍କସେଡ୍ ନିର୍ମାଣ କରାଯିବା ନେଇ ଯୋଜନା ରହିଥିବା ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ । ଏହି ଅବସରରେ ରାୟଗଡ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର, ପିଡି, ଡିଆରଡିଏ ଶ୍ରୀ ରବିନାରାୟଣ ତ୍ରିପାଠୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ, ଜିଲ୍ଲା ଶ୍ରମ ଅଧିକାରୀ, ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ଓ କର୍ମଚାରୀ, କାର୍ଯ୍ୟରତ ୩୦ ଜଣ ସମ୍ବାଦପତ୍ର ହକର ଓ ବିତରକ ମାନେ ଉପସ୍ଥିତ ଥିଲେ ।

0
0
0
s2sdefault