ହେଡଲାଇନସ୍:

ପଦ୍ମପୁର ସହରର ଓ୍ବାର୍ଡ ନମ୍ବର ୦୬ ରେ ଘର ଘର ବୁଲି ଟୀକାକରଣ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର(ଶାସକପ୍ରଶାସକ)-କରୋନା ଟୀକା କରଣ ପାଇଁ ସରକାର ଆଉ ପାଦେ ଆଗକୁ ଆସିଛନ୍ତି । ବିଭିନ୍ନ ଡାକ୍ତରଖାନା, ଗାଁ ଗହଳିର କ୍ୟାମ୍ପ କରି ଟୀକା କରଣ ପରେ ଯେଉଁମାନେ ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ଟୀକା ନେଇ ନାହାଁନ୍ତି ସେମାନଙ୍କ ଘରକୁ ଘର ଯାଇ ଟୀକା କରଣ କରୁଥିବା ଦେଖିବାକୁ ମିଳିଛି । ପଦ୍ମପୁର ସହରର ଓ୍ବାର୍ଡ ନମ୍ବର ୦୬ରେ ଘର ଘର ବୁଲି ଟୀକା କରଣ କରାଯାଇଛି ।ପନ୍ଦର ଜଣଙ୍କୁ ପ୍ରଥମ ପାନ ଓ ଦୁଇ ଜଣଙ୍କୁ ଦ୍ବିତୀୟ ପାନ ଟୀକା କରଣ କରାଯାଇଛି । ଏହି ଟୀକା କରଣକୁ ମଣ୍ଟୁ ସାହୁ, ଲିସା ବହିଦାର, ଅଙ୍ଗନଓ୍ବାଡି କର୍ମୀ ଧୁବୁନି ଭୋଇ ଓ ଆଶା କର୍ମୀ ମଞ୍ଜୁ ଭୋଇ ସହଯୋଗ କରିଥିଲେ ।

0
0
0
s2sdefault