ହେଡଲାଇନସ୍:

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଖବର କାଗଜ ହକର୍ସମାନଙ୍କୁ କୋଭିଡ଼ ସହାୟତା ପ୍ରଦାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁନ୍ଦରଗଡ଼ ଜିଲ୍ଲାର ୩୦୦ ହକର୍ସ ଉପକୃତ ହେବେ

ରାଉରକେଲା,(ବସନ୍ତ ଜେନା): ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସିଂ ଜରିଆରେ ରାଜ୍ୟର ଖରବକାଗଜ ହକର୍ସମାନଙ୍କୁ କୋଭିଡ଼ ସହାୟତା ପ୍ରଦାନ କରିଛନ୍ତି । ଏଥିରେ ସୁନ୍ଦରଗଡ଼ ଜିଲ୍ଲାର ୩୦୦ ହକର୍ସ ଉପକୃତ ହେବେ । ଖବରକାଗଜ ହକର୍ସମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪.୩୮ କୋଟି ଟଙ୍କା କୋଭିଡ଼ ସହାୟତା ଘୋଷଣା କରିଛନ୍ତି । ଏହି ସହାୟତା ଅଧୀନରେ ରାଜ୍ୟର ପ୍ରତ୍ୟେକ ପଜିଂକୃତ ହକର୍ସଙ୍କୁ ୬୦୦୦ ଟଙ୍କା ପ୍ରଦାନ କରାଯାଇଥିଲା । ଏହି ଉଦ୍ଦେଶ୍ୟ ପାଇଁ ସୂଚନା ଏବଂ ଜନସଂପର୍କ ବିଭାଗର ୭.୩୦୦ ହକର୍ସ ଡ଼ିଜିଟାଲ ଡାଟାବେଶ ପ୍ରସ୍ତୁତ ଏବଂ ପଜିଂକୃତ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏହି ସହାୟତା ପ୍ରଦାନ କରାଯାଇଛି । ଏହି ରାଶି ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଟଂରେ ଜମା ହେବ । ସହାୟତା ଘୋଷଣା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ହକର୍ସମାନେ ଖବରକାଗଜ ଏବଂ ପାଠକଙ୍କ ମଧ୍ୟରେ ଏକ ସେତୁ ଅଟନ୍ତି । ଗ୍ରୀଷ୍ଣ, ବର୍ଷା, ଶୀତ ହେଉ ଏବଂ କୋଭିଡ଼ ମହାମାରୀ ସମୟରେ ସେମାନେ ସେମାନଙ୍କର ଜୀବନକୁ ଖାତିର ନକରି ପାଠକଙ୍କୁ ଖବରକାଗଜ ଯୋଗାଉ ଥିଲେ । ଡ଼ିଜିଟାଲ ଯୁଗରେ ମଧ୍ୟ ଖବରକାଗଜର ଚାହିଦା କମି ନାହିଁ । କୋଭିଡ଼ ସହାୟତା ସହିତ ଅସଗଠିତ ସାମାଜିକ ସୁରକ୍ଷା ବୋର୍ଡ଼ରେ ଅନ୍ତର୍ଭୁକ୍ତ କରାଯିବ ଏବଂ ସହାୟତା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ଆଜି ଏହି କନଫରେନ୍ସିଂରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପୱନ କଲ୍ୟାଣ, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ କାର୍ଯ୍ୟାଳୟରେ ଆରଏମସି କମିଶନର ସହ ଏଡିଏମ୍ ଦିବ୍ୟଜ୍ୟୋତି ପରିଡ଼ା, ଲୋକ ସୂଚନା ସଂପର୍କ ଅଧିକାରୀ ରାଉରକେଲା ସୀମା ଫାତିମା ଏକ୍କା ସମେତ ହକର୍ସମାନେ ଏହି ଭିଡ଼ିଓ କନଫେନ୍ସିଂରେ ଉପସ୍ଥିତ ଥିଲେ ।

0
0
0
s2sdefault