ହେଡଲାଇନସ୍:

ଛାତ୍ର ବିନା ସ୍କୁଲ୍‍, ଫୁଲ ବିନା ବଗିଚା ସଦୃଶ: ଅଚ୍ୟୁତ ସାମନ୍ତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ର ବାର୍ଷିକ ଉତ୍ସବ


ଭୁବନେଶ୍ୱର: ଫୁଲ ବିନା ବଗିଚା ଯେଭଳି ଦେଖାଯାଏ, ଛାତ୍ର ବିନା ଶିକ୍ଷାନୁଷ୍ଠାନ ମଧ୍ୟ ସେହିପରି ହୋଇଥାଏ ବୋଲି କିଟ୍‍ ଓ କିସ୍‍ ପ୍ରତିଷ୍ଠା ଅଚ୍ୟୁତ ସାମନ୍ତ କହିଛନ୍ତି । ଗୁରୁବାର କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ର୧୫ତମ ବାର୍ଷିକ ଉତ୍ସବ ‘ହୋପ୍‍’ରେ ଯୋଗଦେଇ ଶ୍ରୀ ସାମନ୍ତ ଏହା କହିଛନ୍ତି । ହାଇବ୍ରିଡ୍‍ ମୋଡ୍ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ କିଟ୍‍ ଓ କିସ୍‍ ସଭାପତି ଶାଶ୍ୱତୀ ବଳ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍‍ଘାଟନ କରିଥିଲେ । ନିଜ ବକ୍ତବ୍ୟରେ ଶ୍ରୀ ସାମନ୍ତ କହିଲେ, କରୋନା ଯୋଗୁଁ ଚଳିତବର୍ଷ ମଧ୍ୟ କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ର ଛାତ୍ରଛାତ୍ରୀ ଓ ଅଭିଭାବକମାନେ ପ୍ରତ୍ୟକ୍ଷ ଭାବେ ବାର୍ଷିକ ଉତ୍ସବରେ ଯୋଗ ଦେଇପାରିନାହାନ୍ତି । ତଥାପି ସ୍କୁଲ୍‍ରେ ଶିକ୍ଷାଦାନ ଜାରି ରହିଛି । କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ ସର୍ବଦା ଛାତ୍ର-ପ୍ରିୟ ଓ ଶିକ୍ଷଣ-ପ୍ରିୟ ବ୍ୟବସ୍ଥାକୁ ଗୁରୁତ୍ୱ ଦେଇ ଆସିଛି ବୋଲି ଶ୍ରୀ ସାମନ୍ତ କହିଥିଲେ । କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ ହେଉଛି ଦେଶର ପ୍ରଥମ ଅନୁଷ୍ଠାନ ଯାହା କି ତାଲାବନ୍ଦର ପ୍ରଥମ ଦିନରୁ ହିଁ ଛାତ୍ରଛାତ୍ରୀଙ୍କ ପାଇଁ ଅନଲାଇନ୍‍ ଶିକ୍ଷାଦାନ ବ୍ୟବସ୍ଥା କରିଥିଲା । ଆମେ ସମସ୍ତେ ଜାଣିଛେ ଶ୍ରେଣୀଗୃହ ଶିକ୍ଷା ହେଉଛି ଆନନ୍ଦଦାୟକ ଶିକ୍ଷା । ଏହାର କୌଣସି ବିକଳ୍ପ ନାହିଁ । ତଥାପି କରୋନା ଦୃଷ୍ଟିରୁ ଅନ୍‍ଲାଇନ୍‍ ଶିକ୍ଷାଦାନ ବ୍ୟବସ୍ଥା କରିବାକୁ ସମସ୍ତେ ବାଧ୍ୟ ହୋଇଛନ୍ତି । କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ର ଛାତ୍ରଛାତ୍ରୀ ଓ ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀ ସମସ୍ତଙ୍କ ସହଯୋଗ ଯୋଗୁଁ ଏହି ଅନ୍‍ଲାଇନ୍‍ ଶିକ୍ଷାଦାନ ସୁରୁଖୁରୁରେ ଚାଲୁ ରହିଛି । ସେଥିପାଇଁ ସେ ଛାତ୍ରଛାତ୍ରୀ ଓ ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ ।

ସ୍ୱାଗତ ଭାଷଣ ଦେଇ ସ୍କୁଲ୍‍ର ଚେୟାରପର୍ସନ ଡ. ମୋନାଲିସା ବଳ କହିଲେ, ସଙ୍କଟ ସମୟ ହେଉଛି ଆମର ପ୍ରକୃତ ଶିକ୍ଷକ । କାରଣ ଏହା ଆମକୁ ଧୈର୍ଯ୍ୟର ସହ ପରିସ୍ଥିତିର କିଭଳି ମୁକାବିଲା କରାଯିବ ତାହା ଶିଖାଇ ଥାଏ । ଅଭିଭାବକଙ୍କ ସହଯୋଗ ବିନା କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ର ଅନ୍‍ଲାଇନ୍‍ ଶିକ୍ଷାଦାନ ସମ୍ଭବ ହୋଇପାରିନଥାନ୍ତା । ଅବେଗ ହେଉଛି ଆମର ନିଷ୍ପତ୍ତି ନେବା ପ୍ରକ୍ରିୟାର ମୂଳକଥା ବୋଲି ସେ କହିଥିଲେ । ସ୍କୁଲ୍‍ର ଅଧ୍ୟକ୍ଷ ଡ. ସଞ୍ଜୟ ସୁଆର ସ୍କୁଲ୍‍ର ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ ସ୍କୁଲ୍‍ର ଛାତ୍ରଛାତ୍ରୀଙ୍କ ଦ୍ୱାରା ସମ୍ପାଦିତ ସ୍କୁଲ୍‍ ବାର୍ଷିକ ପୁସ୍ତିକା ‘କାରାନାଏ’ର ଇ-ସଂସ୍କରଣ ଉନ୍ମୋଚିତ ହେବା ସହ ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ସ୍କୁଲ୍‍ର କୃତୀ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

0
0
0
s2sdefault