ଧାନ କ୍ରୟ କେନ୍ଦ୍ର ବୁଡ଼ାଗୁଡ଼ା ଆରଏମସି ୱାର୍ଡରେ ଉତ୍ତେଜନା

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ଅଧିକାରୀଙ୍କୁ କାର୍ଯ୍ୟାଳୟ ଭିତରେ କବାଟ ବନ୍ଦ କରି ଗେଢା ମାରି ବନ୍ଦ ରଖିଲେ ଚାଷୀ ।

କଲ୍ୟାଣସିଂହପୁର:ପ୍ରଦୀପ ଦଲାଇ: ରାୟଗଡା ଜିଲ୍ଲା କଲ୍ୟାଣସିଂ ହପୁର ବ୍ଲକ ବୁଡ଼ାଗୁଡା ନିୟନ୍ତ୍ରିତ ବଜାର ଠାରେ ଚାଷୀ ଉତ୍ତେଜନା କରିବା ସହ ୪ ଅଧିକାରୀଙ୍କୁ କାର୍ଯ୍ୟାଳୟ ଭିତରେ ଅଟକ ରଖାଯାଇଛି ।ଚାଷୀଙ୍କ ସମସ୍ୟା କୁ ନେଇ ବାରମ୍ବାର ଜିଲା ନିୟନ୍ତ୍ରିତ ବଜାର ଅଧିକାରୀ ଓ ମିନି ବ୍ୟାଙ୍କ ପରିଚାଳକଙ୍କୁ କହି ଆସୁଥିଲେ ମଧ୍ୟ ସେମାନେ ମଣ୍ଡି ଖୋଳୁଥିବା ଯୋଗୁଁ ଏହିପରି କାର୍ଯ୍ୟ କରାଯାଇଥିବା ଚାଷୀ ମାନଙ୍କ କହିଛନ୍ତି ।ଚାଷୀ ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ଟୋକେନ୍ ବ୍ୟବସ୍ଥା ରହିଛି ।ସେଥିରେ ଅବ୍ୟବସ୍ଥା ହୋଇଥିବା ଯୋଗୁଁ ଆଜି ବୁଧବାର ଦିନ ଶିକରପାଇ, ବୁଡ଼ାଗୁଡା, ନାରାୟଣପୁର କରପା, ସେରିଗୁମ୍ମା ପଞ୍ଚାୟତର ଚାଷୀ ମାନେ ବୁଡ଼ାଗୁଡା ନିୟନ୍ତ୍ରିତ ବଜାରକୁ ଆଣି ଦେବାର ଥିଲା । ଏଥିରେ ରାୟଗଡର ଏ ଆର ସି ଏସ ଦୀପକ ବାରା, ମିନି ବ୍ୟାଙ୍କ ପରିଚାଳକ ସିହେଚ କୋଟେଶ୍ୱର ରାଓ, ତାରିଣୀ ପ୍ରସାଦ ତ୍ରିପାଠୀ ,(ଆର .ଏମ.ସି)ର ସୁପ୍ରଭାଇଜର ବସନ୍ତ କୁମାରପାଳ ଙ୍କୁ ପ୍ରାୟ ୧ ଘଣ୍ଟା ଠାରୁ ରାତ୍ର୭.୩୦ପର୍ଯ୍ୟନ୍ତ ପ୍ରାୟ ୭ ଘଣ୍ଟା ଧରି କୋଠରୀରେ ଗେଡ଼ା ମାରି ରଖିଥିଲେ।ଜିଲା ସ୍ତରୀୟ ଅଧିକାରୀ ମାନେ ନ ଆସିବା ପର୍ଯ୍ୟନ୍ତ ଛଡ଼ାଯିବ ନାହିଁ ବୋଲି ଚାଷୀ ଅଡିବସିଛନ୍ତି ।ବର୍ତ୍ତମାନ ମାନ ଘଟଣା ସ୍ଥଳରେ ପୁଲିସ ପହଞ୍ଚିଛି । କିଛି ଚାଷୀ ମାନଙ୍କୁ ଟୋକେନ ସମ୍ପର୍ଣ୍ଣ ଆସିନଥିବା ବେଳେ ଆଉ କିଛି ଚାଷୀଙ୍କୁ କମ ପରିମାଣରେ ଟୋକେନ୍ ଆସିଛି, ଆବଶ୍ୟକ ଆନୁ ଯାଇ ଚାଷୀଙ୍କୁ ଟୋକେନ୍ ଆସିନଥିବା ଯୋଗୁଁ ଏହାର ପ୍ରତିବାଦରେ ମଣ୍ଡି ବନ୍ଦ କରିବା ପାଇଁ ବାରମ୍ବାର ଅଭିଯୋଗ କରିଆ ସୁଛନ୍ତି ଚାଷୀ ।ଏହା ସତ୍ତ୍ୱେ ପ୍ରଶାସନ ପକ୍ଷରୁ ମଣ୍ଡି ଖୋଲା ଯାଇଥିବାରୁ ଉତ୍ତେଜିତ ଚାଷୀ ମାନେ ଅଧିକାରୀଙ୍କୁ କୋଠରୀରେ ବନ୍ଦ କରି ରଖିଥିଲେ ।ଏବିଷୟରେ ଉପରିସ୍ଥ ଅଧିକାରୀ ଙ୍କୁ ଜାଣିବୁ ବୋଲି କହିବାରୁ ଉତ୍ତେଜିତ ଚାଷୀ ତାଲା ଖୋଲିଥିଲେ । ଯଦି ତୁରନ୍ତ ସମାଧାନ କରାନଗଲେ ଆଗାମୀ ଦିନରେ ଚାଷୀ ଆନ୍ଦୋଳନ କରିବାକୁ ପଚାଇବୁ ନାହିଁ ବୋଲି ଚାଷୀ ମାନେ କହିଛନ୍ତି ।

0
0
0
s2sdefault