ବରିଷ୍ଠ ସାମ୍ବାଦିକ ବିଜୟ ଦାସ ଙ୍କୁ ଶ୍ରଦ୍ଧାଞ୍ଜଳି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ସାମ୍ବାଦିକ ସଙ୍ଘର ସଭାପତି ଶ୍ରୀ ବିଜୟ ଦାସ ଙ୍କର ଗତ କାଲି ତାଙ୍କର ଗାଇସିଲେଟ ବ୍ଲକ କଠଉମାଲ ପଞ୍ଚାୟତ ତୁର୍ଚ୍ଚା ଗ୍ରାମରେ 72 ବର୍ଷ ବୟସରେ ନିଧନ ହୋଇ ଯାଇଥିଲା । ତାଙ୍କର ମୃତ୍ୟୁ ର ଖବର ଜାଣିବା ପରେ ଉପଖଣ୍ଡ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳି ଯାଇଥିଲା । ବରଗଡ଼ ଜିଲ୍ଲାର ର ସମସ୍ତ ସାମ୍ବାଦିକ ଶ୍ରୀ ଦାସ ଙ୍କର ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି । ଆଜି ପାଇକମାଲ ଧର୍ମଶାଳା ଠାରେ ବରିଷ୍ଠ ସାମ୍ବାଦିକ ଶ୍ରୀ ବଡ଼ ସଥପଥୀ ଙ୍କର ଅଧ୍ୟକ୍ଷତାରେ ଏକ ନିରାଡ଼ମ୍ବର ଶୋକ ସଭାର ଆୟୋଜନ କରାଯାଇ ଶ୍ରୀ ଦାସ ଙ୍କର ଫୋଟୋ ରେ ମାଲ୍ୟାର୍ପଣ କରାଯାଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଏହି ଅବସରରେ ସାମ୍ବାଦିକ ଶ୍ରୀ ସୁରଥ ସାହୁ , ଗୌରାଙ୍ଗ ଦାସ , ବିଦ୍ୟାଧର ସାହୁ , ସୁମନ୍ତ ସାହୁ , ମାନସ ନାୟକ , ଧୀରେନ ମହାନ୍ତି , ନିରୋଜ ପାଣି ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault