ସ୍କାଉଟ ଓ ଗାଇଡସ୍ ଏବଂ "ଓଡ଼ିଶା ମୋ ପରିବାର, ଜୀବନ ବିନ୍ଦୁ" ର ମିଳିତ ଆନୁକୁଲ୍ୟରେ ରକ୍ତଦାନ ଶିବିର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବରଗଡ଼ : ବରଗଡ଼ ଜିଲ୍ଲା ଭାରତ ସ୍କାଉଟ ଓ ଗାଇଡସ୍ ଏବଂ ଓଡ଼ିଶା ସରକାରଙ୍କ "ଓଡ଼ିଶା ମୋ ପରିବାର , ଜୀବନ ବିନ୍ଦୁ"  ର ମିଳିତ ଆନୁକୁଲ୍ୟରେ ବରଗଡ଼ ଜିଲ୍ଲା , ପାଇକମାଳ ବ୍ଲକ ର ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣ ରେ ପାଇକମାଳ ବ୍ଲକ ଶିକ୍ଷା କାର୍ଯ୍ୟାଳୟ ର ସଦସ୍ୟ ମାନଙ୍କ ନେତୃତ୍ୱ ରେ ଆଜି ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବରେ ଓଡ଼ିଶା ମୋ ପରିବାର ର ବରଗଡ଼ ଜିଲ୍ଲା ସଂଯୋଜକ ଗୌରହରି ମିଶ୍ର ଯୋଗଦାନ ଦେଇ ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ  , ସମ୍ମାନିତ ଅତିଥି ଭାବରେ ପାଇକମାଳ ବ୍ଲକ ଅଧ୍ୟକ୍ଷ ଅଲତାବ ମହମ୍ମଦ ,  ଆନ୍ତର୍ଜାତିକ ପର୍ବତାରୋହୀ ଲିପିକା ସେଠ , ପାଇକମାଳ ବ୍ଲକ ଉନ୍ନୟନ ଅଫିସର ଉପାଞ୍ଜଳି ମାଝୀ , ବରଗଡ଼ ଜିଲ୍ଲା ସ୍କାଉଟ୍ ଓ ଗାଇଡ ମୁଖ୍ୟ ଆଶୁତୋଷ ଦେ , ବିଜୁ ଜନତା ଦଳ ପାଇକମାଳ ବ୍ଲକ ସଭାପତି ରାଜେନ୍ଦ୍ର ରାଉତ ପ୍ରମୁଖ ଯୋଗଦାନ ଦେଇଥିଲେ  । ରକ୍ତଦାନ ଶିବିରରେ ବୁର୍ଲା ରକ୍ତ ଭଣ୍ଡାର ତରଫରୁ ଡାକ୍ତର ଜ୍ୟୋତି ପ୍ରକାଶ ପଟେଲ , ମଣ୍ଟୁ ପ୍ରଧାନ , ସୂର୍ଯ୍ୟ ନାରାୟଣ ବେହେରା , କରୁଣାକର ସାହୁ ପ୍ରମୁଖ ସର୍ବମୋଟ ୭୨ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ।

0
0
0
s2sdefault