ହେଡଲାଇନସ୍:

୪୦ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ କାଜିହାଟ ନୂତନ ପିଣ୍ଡିକୁ ଉଦ୍ଘାଟନ କଲେ ମନ୍ତ୍ରୀ ପ୍ରତାପ ଜେନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସ୍ଥାନୀୟ ଅଂଚଳବାସୀଙ୍କ ସହ ଚାଷୀଭାଇଙ୍କ ମନରେ ଆନନ୍ଦର ଲହରୀ

ନିଶ୍ଚିନ୍ତକୋଇଲି,(ଦେବେନ୍ଦ୍ର ଷଢଙ୍ଗି): ନିଶ୍ଚିନ୍ତକୋଇଲି ବ୍ଲକ ଜୟରାମପୁର ଗ୍ରାମପଂଚାୟତ ରେ ୪୦ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ କରାଯାଇଥିବା କାଜିହାଟ ନୂତନ ପିଣ୍ଡିକୁ ମୁଖ୍ୟଅତିଥି ଭାବେ ରାଜ୍ୟ ପଂଚାୟତରାଜ,ଆଇନ, ପାନୀୟଜଳ,ଗୃହନିର୍ମାଣ ଓ ନଗରଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଯୋଗଦାନ କରି ଶୁଭ ଉଦଘାଟନ କରିଥିଲେ । ଏହି ହାଟ ପିଣ୍ଡି ହେବା ଦ୍ୱାରା ସ୍ଥାନୀୟ ଅଂଚଳବାସୀଙ୍କ ସହ ବହୁ ଚାଷୀଭାଇମାନେ ଉପକୃତ ହେବେ ଯେଉଥିପାଇଁ ଅଂଚଳବାସୀଙ୍କ ଠାରୁ ଆରମ୍ଭ କରି ଚାଷୀଭାଇମାନଙ୍କ ମନରେ ଆନନ୍ଦର ଲହରୀ ଖେଳିଯାଇଛି । ମନ୍ତ୍ରୀ ପ୍ରତାପ ଜେନାଙ୍କ ପାଇଁ ଏହା ସଫଳ ହୋଇପାରିଥିବାରୁ ସମସ୍ତ ଚାଷୀଭାଇ,ବୁଦ୍ଧିଜୀବୀ,ଆଇନୀଜୀବ,ଯୁବକ,ଗ୍ରାମବାସୀ ମନ୍ତ୍ରୀଙ୍କୁ ଭୁରି ଭୁରି ପ୍ରଶଂସା କରିଥିଲେ । ଏହି କାଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ଜେନାଙ୍କ ସହ ନିଶ୍ଚିନ୍ତକୋଇଲି ପଂଚାୟତ ସମିତିର ଅଧ୍ୟକ୍ଷା ସବିତା ଓଝା, ବ୍ଳକ ବିଜେଡି ସଭାପତି ରମାକାନ୍ତ ମହାନ୍ତି , ଯୁବନେତା ଅଶୋକ କୁମାର ଓଝା,ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ଗିରିଶ ରଞ୍ଜନ ମହାପାତ୍ର,ଜିଲ୍ଲାପରିଷଦ ସଭ୍ୟା ସବିତା ସାମଲ,ଜାହିର ଖାଁ,ସରପଂଚ ପ୍ରାଣକୃଷ୍ଣ ସେଠୀ,ସମିତିସଭ୍ୟ ବନୀତା ବେହେରା,ନାଏବ ସରପଂଚ ଜୋଲେଖା ବିବି,ଯୁବନେତା ବିପ୍ଲବ କାପ,ଛାତ୍ର ନେତା ସତ୍ୟଜିତ୍ ମହାପାତ୍ର,ସୁଶାନ୍ତ ନାୟକ,ଏମଡ଼ି ଅମିନ ଖାନଙ୍କ ସମେତ ସମସ୍ତ ଅଂଚଳବାସୀ ଯୋଗଦାନ କରିଥିଲେ । ଶେଷରେ ମନ୍ତ୍ରୀ ଶ୍ରୀ ଜେନାଙ୍କ ଦ୍ୱାରା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାଡର଼୍ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିବା ୧ହଜାର ଟଙ୍କାର ସହାୟତା ରାଶି ବଂଟନ କରାଯାଇଥିଲା ।

0
0
0
s2sdefault