ହେଡଲାଇନସ୍:

ଥେରୁବାଲିରେ ହସ୍ତଶିଳ୍ପ (ଚାନ୍ଦୁଆ) ତିଆରି ତାଲିମ ଉଦଘାଟିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡ(ସରୋଜ ସାହୁ) : ହସ୍ତଶିଳ୍ପ ନିର୍ଦେଶାଳୟ ଓଡିଶା ଓ ରାୟଗଡ ସ୍ଥିତ ସହକାରୀ ନିର୍ଦ୍ଦେଶକ (ହସ୍ତଶିଳ୍ପ) ଦ୍ୱାରା ଥେରୁବାଲି ସ୍ଥିତ ଗୋପବନ୍ଧୁ ନଗର ଇମ୍ଫା ଏମ୍ପେ୍ଲାଇଜ କ୍ଲବ ପରିସରରେ ୬ ମାସିଆ ହସ୍ତଶିଳ୍ପ (ଚାନ୍ଦୁଆ) ତାଲିମ ଶିବିର ଉଦଘାଟିତ ହୋଇଯାଇଛି । ଇମ୍ଫାର ବଂଶିଧର ଓ ଇଲାପଣ୍ଡା ଫାଉଣ୍ଡେସନର ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ରାୟଗଡ ସ୍ଥିତ ସହକାରୀ ନିର୍ଦେଶିକା (ହସ୍ତଶିଳ୍ପ) ସୁଶ୍ରୀ ଯୋସୀ ଡୁଙ୍ଗଡୁଙ୍ଗ, ହସ୍ତଶିଳ୍ପ ସଂପ୍ରସାରଣ ଅଧିକାରୀ ଶ୍ରୀ ଉଲ୍ଲାସ ଚନ୍ଦ୍ର ବେହେରା, ଇମ୍ଫାର ଉପମୂଖ୍ୟ ପ୍ରବନ୍ଧକ (କାର୍ମିକ ଓ ପ୍ରଶାସନ) ଶ୍ରୀ କଲ୍ଲୋଳ ନାୟକ, ବରିଷ୍ଠ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଶକ୍ତି ପ୍ରସାଦ ପାଣିଗ୍ରାହୀ, ଶ୍ରୀ ରାଧାଶ୍ୟାମ ପଣ୍ଡା, ନିର୍ଦେଶକ ପଲ୍ଲୀ ବିକାଶ ଥେରୁବାଲି, କେ. ଆପାନ୍ନା ଓ ଲୋକ ସମ୍ପର୍କ ବିଭାଗର କର୍ମକର୍ତା ଉପସ୍ଥିତ ଥିଲେ । ଥେରୁବାଲି ସ୍ଥାନୀୟ ୫ ଗୋଟି ପଂଚାୟତର ୧୫ଜଣ ଆଦିବାସୀ ଝିଅ ଚାନ୍ଦୁଆ ତିଆରୁ ତାଲିମ ନେବା ପାଇଁ ନାମ ପଞ୍ଜିକରଣ କରିଥିଲେ ।

ହସ୍ତଶିଳ୍ପ ସହକାରୀ ନିର୍ଦେଶିକା ତାଲିମ ନେଉଥିବା ପ୍ରାର୍ଥିନୀଙ୍କୁ ବିଭାଗ ତରଫରୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ । ହୋ ସହ ଇମ୍ଫାର ଉପମହା ପ୍ରବନ୍ଧକ (କାର୍ମିକ ଓ ପ୍ରଶାସନ) ଇମ୍ଫାର ବଂଶିଧର ଓ ଇଲାପଣ୍ଡା ପାଉଣ୍ଡେସନ ତରଫରୁ ସମସ୍ତ ପ୍ରକାର ସହଯୋଗ ଦେବାକୁ ପ୍ରତିଶୃତି ଦେବା ସହ ଏଠାରେ ତାଲିମ ନେଇ ଜଣେ ଜଣେ ସଫଳ ହସ୍ତଶିଳ୍ପ ଉଦ୍ୟୋଗୀ ହେବାକୁ ପରାମର୍ଶ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ବରିଷ୍ଠ ଲେକ ସମ୍ପର୍କ ଅଧିକାରୀ ଶ୍ରୀ ପାଣିଗ୍ରାହୀ ପରିଚାଳନା କରିଥିଲେ ।

0
0
0
s2sdefault