ହେଡଲାଇନସ୍:

ଜିଲ୍ଲା ଆଇନ ସେବା ତରଫରୁ ସଚେତନତା ଶିବିର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଏକ ଅନଲାଇନ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।

ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାଧିକରଣ ସଚିବ ଶ୍ରୀ ରବି ନାରାୟଣ ବେହେରା ଯୋଗଦେଇ ଦେଶରେ ବୃଦ୍ଧି ପାଉଥିବା ମାନବ ଚାଲାଣକୁ କିପରି ରୋକା ଯାଇପାରିବ ସେ ବିଷୟରେ ଉପସ୍ଥିତ ଜନସାଧାରଣଙ୍କୁ ସଚେତନତା କରିଥିଲେ ଏବଂ ଏହା ସହିତ ତୃଣମୂଳ ସ୍ତରରେ ସଚେତନତା କରିବା ପାଇଁ ପ୍ରାଧିକରଣ ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ବିଷୟରେ ଆଲୋକପାତ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଶ୍ରୀ ହେମନ୍ତ କୁମାର ସେଠୀ , ବରିଷ୍ଠ ଦେବାନୀ ଅଧିକାରୀ ଶ୍ରୀ ଚନ୍ଦ୍ରାହାସ ବେହେରା , ଉପଖଣ୍ଡ ବିଚାର ବିଭାଗୀୟ ଅଧିକାରିଣୀ ଶ୍ରୀମତୀ ବର୍ଷା ଶର୍ମା , ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଧିକାରିଣୀ ସୁଶ୍ରୀ ଶୁଭଲକ୍ଷ୍ମୀ ପ୍ରିୟଦର୍ଶନୀ , ଉପ ଆରକ୍ଷୀ ଅଧିକାରୀ ଶ୍ରୀ ରାଜକିଶୋର ଦାଶ ( HRPC) ପ୍ରମୁଖ ଯୋଗଦେଇ ଉକ୍ତ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ।
ଅନ୍ୟ ଅତିଥି ଭାବେ ଆଇନଜୀବୀ ଓ ପାରା ଲିଗାଲ ଭଲ୍ୟୁଣ୍ଟର ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ପ୍ରାଧିକରଣର କର୍ମଚାରୀ ମାନେ ପରିଚାଳନା କରିଥିଲେ।

0
0
0
s2sdefault