ହେଡଲାଇନସ୍:

ଶୀତ ଉତ୍ସବ ଉଦଯାପିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପଦ୍ମପୁର : ଆଜାଦି କୀ ଅମୃତ ମହୋତ୍ସବ ପାଳନ ଅବସରରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡ଼ିଶା ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଭୁବନେଶ୍ଵର ପକ୍ଷରୁ ଦୁଇଦିନ ଧରି ଚାଲିଥିବା ଶୀତ ଉତ୍ସବ ର ଆଜି ସନ୍ଧ୍ୟାରେ ଏକ ମନୋରମ ପରିବେଶ ଭିତରେ ଉଦଯାପିତ ହୋଇଯାଇଛି । ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ର ସଚିବ ଶ୍ରୀଯୁକ୍ତ ପ୍ରବୋଧ ରଥଙ୍କ ପରିଚାଳନାରେ ଆୟୋଜିତ ସଭାରେ ଆରଡିସି ସମ୍ବଲପୁର ମୂଖ୍ୟ ଅତିଥି ବିଶିଷ୍ଟ କଣ୍ଠଶିଳ୍ପୀ ଜିତେନ୍ଦ୍ରିୟ ହରିପାଳ ଏବଂ ନାଟ୍ୟକାର ଅଶୋକ ବହିଦାର ସମ୍ମାନିତ ଅତିଥି ଭାବେ ଯୋଗଦେଇ ମାଁ ସମଲେଇ ଓ ଜଗନ୍ନାଥ ଙ୍କ ପ୍ରତିକୃତି ରେ ମାଲ୍ୟାର୍ପଣ କରିଥିଲେ । ମୂଖ୍ୟ ଅତିଥି ତାଙ୍କ ଭାଷଣରେ ସରକାରୀ ସ୍ତରରେ କଳା ଓ କଳାକାର ମାନଙ୍କ ବିକାଶ ନିମନ୍ତେ ରାଜ୍ୟ ସରକାର ଯେଉଁସବୁ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ସେ ସମ୍ପର୍କରେ ପ୍ରକାଶ କରିଥିଲେ । ନାଟ୍ୟକାର ଅଶୋକ ବହିଦାର ରାଜ୍ୟ ସରକାରଙ୍କ ତରଫରୁ ଶୀତ ମହୋତ୍ସବ ପରି ଏକ ନିଆରା କାର୍ଯ୍ୟକ୍ରମ ସ୍ଥାନୀୟ ରି କ୍ରିଏସନ ସେଣ୍ଟର ରେ ଆୟୋଜିତ ହୋଇଥିବାରୁ ସଂସ୍କୃତି ବିଭାଗ ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ର କର୍ମଚାରୀ ମାନଙ୍କୁ କୃତଜ୍ଞତା ଜଣାଇଥିଲେ ।

ପରେ ଉଦଘୋଷିକା ମଧୁମିତାଙ୍କ ସଂଯୋଜନା ରେ ଭୁବନେଶ୍ୱର ମୟୁର ଗ୍ରୁପର କଳାକାର ମାନେ ଛଉ ନୃତ୍ୟ, ରାୟଗଡ଼ା ର କଳାକାର ମାନେ ତେମସା ନୃତ୍ୟ, ଭୁବନେଶ୍ୱର ର କଳାକାର ମାନେ ଗୋଟିପୁଅ ନୃତ୍ୟ ଓ ପଦ୍ମଶ୍ରୀ ଜିତେନ୍ଦ୍ରିୟ ହରିପାଳ ସମ୍ବଲପୁରୀ ଲୋକଗୀତ ପରିବେଷଣ କରି ଦର୍ଶକ ମାନଙ୍କ ମନ ଜିଣି ନେଇଥିଲେ । ପ୍ରବଳ ଥଣ୍ଡା ସତ୍ବେ ଶୀତ ଉତ୍ସବ ପରି ଏକ ନିଆରା କାର୍ଯ୍ୟକ୍ରମ କୁ ଦର୍ଶକ ମାନେ ଭରପୁର ଉପଭୋଗ କରିଥିଲେ ।

0
0
0
s2sdefault