ହେଡଲାଇନସ୍:

ମହିଳାଙ୍କ ସଶକ୍ତିକରଣ ପାଇଁ ହିଣ୍ଡାଲକୋର ପ୍ରୋଜେକ୍ଟ‘ପ୍ରେରଣା'

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର : ମହିଳାଙ୍କ ସଶକ୍ତିକରଣ ଓ ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବାକୁ ହିଣ୍ଡାଲକୋର ହୀରାକୁଦ ୟୁନିଟ ଏକ ଅଭିନବ ପଦକ୍ଷେପ ହାତକୁନେଇଛି । ଆରମ୍ଭ ହୋଇଛି ପ୍ରୋଜେକ୍ଟ ‘ପ୍ରେରଣା’ । ଏହି ଅଭିଯାନ ମାଧ୍ୟମରେ ଗ୍ରାମାଞ୍ଚଳ ମହିଳା ଓ ଝିଅମାନଙ୍କୁ ଟେଲରିଙ୍ଗ ପ୍ରଶିକ୍ଷଣ ଦିଆଯାଉଛି । ହିଣ୍ଡାଲକୋ ତା’ର ସାମାଜିକ କର୍ପୋରେଟ ଦାୟିତ୍ୱବୋଧ ଅଧୀନରେ ବୁଢାକଣ୍ଟା, କେନାଲପଡା, ଘଟିପଡ଼ା, କିଷାନପଡା, ନୂଆଗୁଜତାଳ, ହୀରାକୁଦ ଟାଉନ, ଶକ୍ତିନଗର, ରିକ୍ସାପଡ଼ା, ଗୁଣ୍ଡୁରପଡା, ଖ୍ରୀଷ୍ଟିଆନପଡ଼ାରେ ମହିଳାଙ୍କୁ ନିରନ୍ତର ପ୍ରଶିକ୍ଷଣ ଦିଆଯାଉଛି ବୋଲି ହିଣ୍ଡାଲକୋ ହୀରାକୁଦ କ୍ଲଷ୍ଟରର ମୁଖ୍ୟ କୈଳାସ ପାଣ୍ଡେ କହିଛନ୍ତି ।
ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବା ଆମ ମୁଖ୍ୟଲକ୍ଷ୍ୟ । ମହିଳାମାନେ ଯେଭଳି ଆର୍ଥିକ ସଶକ୍ତିହେବେ, ସେନେଇ ଆମେଗୁରୁତ୍ୱ ଦେଉଛୁ । ମହିଳାମାନେ ସଶକ୍ତି ହେଲେହିଁ ସମାଜ ଆଗକୁ ଯିବ । ଯେତେବେଳେ ମହିଳାସଶକ୍ତ ହେବ, ସେବେ ତା ପରିବାର ଓ ପିଲାମାନେ ବି ଆଗକୁ ଯିବେ । ଏହାଦ୍ୱାରା ମାନବବିକାଶ ଶୃଙ୍ଖଳର ଅଭିବୃଦ୍ଧି ହେବବୋଲି ଶ୍ରୀ ପାଣ୍ଡେ କହିଛନ୍ତି ।
ହିଣ୍ଡାଲକୋର ହୀରାକୁଦ କଂପ୍ଲେକସ ମାନବସମ୍ବଳ ମୁଖ୍ୟ କ୍ରିଷ୍ଣା ପାଢ଼ୀ କହିଛନ୍ତି ଯେ, ଏହି ପ୍ରଶିକ୍ଷଣ ଅଭିଯାନ ଜରିଆରେ ବର୍ତମାନ ସୁଦ୍ଧା ୫୭୮ଜଣ କିଶୋରୀ ଓ ମହିଳା ଉପକୃତ ହୋଇଛନ୍ତି । ୬ ମାସିଆ ପ୍ରଶିକ୍ଷଣ ମାଧ୍ୟମରେ ସେମାନେ କୁଶଳୀ ହୋଇଛନ୍ତି । ଏବେ ହୀରାକୁଦ ଟାଉନ, ଗଡମୁଣ୍ଡା ଓ ବୁଢାକଣ୍ଟା ଗାଁରେ ପ୍ରଶିକ୍ଷଣ କାର୍ଯକ୍ରମ ଜାରିରହିଛି. ଏବେ ନିକଟରେ ବୁଢ଼ାକଣ୍ଟାରେ ପ୍ରଶିକ୍ଷଣ ଶିବିର ଶୁଭାରମ୍ଭ ହୋଇଛି । ସ୍ଥାନୀୟ ଅଂଚଳର ଜଣେ ବିଶିଷ୍ଟବ୍ୟକ୍ତି ନମୋନାରାୟଣ ବିଶ୍ୱାଳ ଏହାକୁ ଉଦ୍‍ଘାଟନ କରିଥିଲେ । ରୋଜଗାର ପାଉନଥିବା ମହିଳା ଓ ଝିଅମାନଙ୍କୁ ଜୀବିକା ଦେବାର ମାଧ୍ୟମ ଯୋଗାଇଥିବାରୁ ହିଣ୍ଡାଲକୋକୁ ଶ୍ରୀ ବିଶ୍ୱାଳ ଧନ୍ୟବାଦ ଜଣାଇଛନ୍ତି । ପ୍ରଶିକ୍ଷିତ ହେବାପରେ କିଛିମହିଳା ନିଜଘରେ ଟେଲରିଙ୍ଗ ବା ସିଲାଇକେନ୍ଦ୍ର ଆରମ୍ଭ କରିଛନ୍ତି । ସେହିଭଳି ଏହି ପ୍ରଶିକ୍ଷିତ ମହିଳାମାନଙ୍କ ମଧ୍ୟରୁ ସଂଜିତା ଓରାମ, ଅଳକାରାଣୀ ବାରିକ ଓ ଏଲ ସନ୍ତୋଷିନୀ ରେଡିଙ୍କ ଭଳି ଅନେକ ପ୍ରଶିକ୍ଷକ ପାଲଟିଛନ୍ତି । ଏମାନେ ଅନ୍ୟ ମହିଳାଙ୍କୁ ପ୍ରଶିକ୍ଷଣ ଦେବା ଆରମ୍ଭ କଲେଣି ।
ହିଣ୍ଡାଲକୋର ପ୍ରୋଜେକ୍ଟ ‘ପ୍ରେରଣା’ର ବହୁସଫଳ ଦୃଷ୍ଟାନ୍ତ ରହିଛି । ସ୍କୁଲ ଅଧାରୁ ପାଠ ଛାଡ଼ିଥିବା ଝଙ୍କାର ପଡା ୨୬ ବର୍ଷୀୟ ଭାରତୀ ବିଶୋଇ ହିଣ୍ଡାଲକୋର ଶିବିରରୁ ପ୍ରଶିକ୍ଷିତ ହୋଇ ଏକ ସ୍ୱୟଂ ସହାୟକ ଗୋଷ୍ଠୀ ଗଢ଼ିଛନ୍ତି । ଏହା ମାଧ୍ୟମରେ ସେ ଓ ଅନ୍ୟ ମହିଳାମାନେ ଏକ ସରକାରୀ ବାଳିକା ହାଇସ୍କୁଲର ଛାତ୍ରୀଙ୍କ ୟୁନିଫର୍ମ ଯୋଗାଇବା ଦାୟିତ୍ୱ ନେଇଛନ୍ତି ।
ଆଉ ଜଣେ ସଫଳ ମହିଳା ହେଉଛନ୍ତି ତନୁ ଶ୍ରୀସାହୁ । ପ୍ରୋଜେକ୍ଟ ପ୍ରେରଣା ଅଧୀନରେ ପ୍ରଶିକ୍ଷଣ ପରେ ସେ ଅନ୍ନପୂର୍ଣ୍ଣା ଏସଏଚଜି ଗଢ଼ିଥିଲେ । ସେ ଏହାର ସଭାନେତ୍ରୀ ଭାବେ ଅନେକ ମହିଳାଙ୍କୁ ସ୍ୱାବଲମ୍ବୀ କରିପାରିଛନ୍ତି । ଏହାବାଦ୍‍ କୋଭିଡ ମହାମାରୀ ବେଳେ ତନୁଶ୍ରୀ ୧୦,୦୦୦ ମାସ୍କ ପ୍ରସ୍ତୁତ କରି ଭଲ ରୋଜଗାର କରିବାରେ ସକ୍ଷମ ହୋଇଛନ୍ତି ।
ସନ୍ତୋଷୀ ରେଡଡି ନାମକ ଜଣେ ମହିଳା ହିଣ୍ଡାଲକୋ ସହାୟତାରେ ସିଲାଇ ପ୍ରଶିକ୍ଷଣ ନେବା ପରେ ମାସକୁ ୮୦୦୦ ଟଙ୍କା ରୋଜଗାର କରିପାରୁଛନ୍ତି । ଏହିଭଳି ଭାବେ ଅନେକ ମହିଳାଙ୍କ ଜୀବନକୁ ପ୍ରୋଜେକ୍ଟ ‘ପ୍ରେରଣା’ ବଦଳାଇ ଦେଇଛି । ସେମାନଙ୍କୁ ସ୍ୱାବଲମ୍ବୀ କରେଇଛି । ସମାଜର ମୁଖ୍ୟସ୍ରୋତରେ ସାମିଲ କରାଇ ସମ୍ନାନର ସହ ଆତ୍ମନିର୍ଭରଶୀଳ କରାଇଛି ।
ହିଣ୍ଡାଲକୋର ଏହି ପ୍ରୟାସକୁ ପ୍ରଶଂସାକରି ସମ୍ବଲପୁର ଡ଼ିଏସଡବ୍ଲୁଓ ଗୀତାଞ୍ଜଳି ମହାପାତ୍ର କହିଛନ୍ତି, ଏଭଳି ସିଲାଇ ପ୍ରଶିକ୍ଷଣ ମହିଳାଙ୍କୁ କୁଶଳୀକରିବା ସହ ସେମାନଙ୍କ ଜୀବନରେ ବଡ଼ ପରିବର୍ତନ ଆଣିପାରିଛି । ସେମାନଙ୍କୁ ନିଜ ଗୋଡ଼ରେ ଛିଡାକରାଇ ପାରିଛି ।
ରାଜ୍ୟରେ ଆଦିତ୍ୟ ବିର୍ଲା ଗ୍ରୁପ ପ୍ରାୟ ୫ ଲକ୍ଷ ଲୋକଙ୍କ ପାଖରେ ପହଞ୍ଚିବାସହ ୫ଟି ଜିଲ୍ଲାର ୧୨୮ଟି ଗ୍ରାମର ୨ ଲକ୍ଷ ଲୋକ ଏହା ଦ୍ୱାରା ସିଧାସଳଖ ଉପକୃତ ହୋଇଛନ୍ତି । ଆଦିତ୍ୟ ବିର୍ଲା ଗ୍ରୁପର ସେଣ୍ଟର ଫର କମ୍ୟୁନିଟି ଇନିସିଏଟିଭ ଆଣ୍ଡ ରୁରାଲ ଡେଭଲପମେଣ୍ଟ ଅଧ୍ୟକ୍ଷ୍ୟା ରାଜଶ୍ରୀ ବିର୍ଲାଙ୍କ ଭିଜନ ଓ ମାର୍ଗଦର୍ଶନରେ ବିଭିନ୍ନ ଅଭିଯାନ ହାତକୁ ନିଆଯାଇଛି ।ସମାଜର ପଛୁଆ ଓ ଅବହେଳିତ ଲୋକଙ୍କ ଜୀବନରେ ପରିବର୍ତନ ଆଣିବା ଓ ସେମାନଙ୍କ ଆର୍ଥôକ ଓ ସାମାଜିକ ପ୍ରଗତି ହାସଲ ସହ ଜାତିସଙ୍ଘର ସତତ ବିକାଶ ଲକ୍ଷ୍ୟ(ଏସଡ଼ିଜି) ପୂରଣକୁ ଏକ ଭିଜନ ଭାବେ ନେଇ ଆଗକୁ ବଢିବାକୁ ସେ ମାର୍ଗଦର୍ଶନ କରୁଛନ୍ତି ।

0
0
0
s2sdefault