ହେଡଲାଇନସ୍:

ଭକ୍ତି ସଂଗୀତ ସଂସଦର ସଙ୍ଗୀତ ଗୁରୁ ସ୍ୱର୍ଗତ ବିଜୟ ଚନ୍ଦ୍ର ପ୍ରଧାନଙ୍କ ସ୍ମୃତିରେ ଶୋକସଭା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡିର ଭକ୍ତି ସଂଗୀତ ସଂସଦର ପରିଚାଳିତ ସଙ୍ଗୀତ ବିଦ୍ୟାଳୟ ପରିସରରେ ସଙ୍ଗୀତ ଗୁରୁ ସ୍ୱର୍ଗତ ବିଜୟ ଚନ୍ଦ୍ର ପ୍ରଧାନଙ୍କ ସ୍ମୃତିରେ ଶୋକସଭା ଅନୁଷ୍ଠିତ ହୋଇଯାଇଛି।
ଅମର ଆତ୍ମାର ସଦ୍ଗତି କାମନା କରି ୨ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା ପରେ ଶ୍ରଦ୍ଧଞ୍ଜଳି ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଏଥିରେ ମହନ୍ତ ମହାରାଜ ରାମାନନ୍ଦ ଦାସ ଜୀ , ଅନୁଷ୍ଠାନର ଉପସଭାପତି ପ୍ରଦୀପ ନାୟକ , ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ରଥ , ସଂଗୀତ ବିଦ୍ୟାଳୟର ଅଧ୍ୟକ୍ଷ ଗୁରୁ ରଘୁନାଥ ପାତ୍ର ଓ ପରିଚାଳନା ସମ୍ପାଦକ ରାଜେନ୍ଦ୍ର ରଥ ଯୋଗ ଦେଇ ସ୍ୱର୍ଗତ ବିଜୟ ଚନ୍ଦ୍ର ପ୍ରଧାନାଙ୍କ କର୍ମମୟ ଜୀବନ ସ୍ମୃତିଚାରଣ ଓ ତାଙ୍କପ୍ରତି ଭକ୍ତିପୂତ ଗଭୀର ଶ୍ରଦ୍ଧଞ୍ଜଳି ଜ୍ଞାପନ କରିଥିଲେ।
ଓଡିଶୀ ସଂଗୀତର ପ୍ରଚାର ପ୍ରସାର କରିବା ପାଇଁ ଗଞ୍ଜାମ ଜିଲ୍ଲାର ପାଲିଆମ୍ମା ଗ୍ରାମରୁ ଆସି ଦୀର୍ଘ ୧୫ ବର୍ଷ ଧରି ପାରଳାଖେମୁଣ୍ଡିର ଭକ୍ତି ସଂଗୀତ ସଂସଦରେ ଛାତ୍ର ଛାତ୍ରୀ ମାନଙ୍କୁ ଓଡିଶୀ , ଛନ୍ଦ , ଚମ୍ପୁ ବିଭିନ୍ନ ପାରମ୍ପରିକ ସଙ୍ଗୀତ ଶିକ୍ଷା ଦେଇ ଆସୁଥିଲେ।
ସେ ଜଣେ ମେଳାପୀ , ଶାନ୍ତ , ସରଳ ଏବଂ ଆଧ୍ୟାତ୍ମିକ ବାଦ ବ୍ୟକ୍ତି ଥିଲେ। ଏମିତି ଶିକ୍ଷା ଗୁରୁ ମଳିବା ଭାରି କଷ୍ଟ ଓ ଅନୁଷ୍ଠାନର ଅପୁରଣୀୟ କ୍ଷତି ହେଲାବୋଲି କହିଥିଲେ। ସେ ଜଣେ ଏକାଧାରରେ ଓଡିଶୀ ସଂଗୀତ ଗୁରୁ ଭାବେ ଦକ୍ଷିଣ ଓଡ଼ିଶାରେ ତାଙ୍କର ଲୋକପ୍ରିୟତା ରହିଥିଲା।
ପାରଳାଖେମୁଣ୍ଡିର ଭକ୍ତି ସଂଗୀତ ସଂସଦର ସଂଗୀତ ବିଦ୍ୟାଳୟ ସମେତ ବ୍ରହ୍ମପୁରର ଗଞ୍ଜାମ କଳା ପରିଷଦ , ରାୟଗଡା ଜିଲ୍ଲା ଗୁଣୁପୁରର ସରସ୍ୱତୀ ଶିଶୁ ମନ୍ଦିର , ଛତ୍ରପୁର କଳା ନିକେତନରେ ଛାତ୍ରଛାତ୍ରୀ ମାନଙ୍କୁ ସଙ୍ଗୀତ ଶିକ୍ଷା ପ୍ରଦାନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ବିନୋଦିନୀ କଲଜର ଅଧ୍ୟକ୍ଷ ମନୋଜ ପଟ୍ଟନାୟକ , ଡ଼.ନୃସିଂହ ପାଣିଗ୍ରାହୀ , ଆଦର୍ଶ ଦାସ , ଡ଼ି.ପ୍ରିୟଙ୍କା , ଡାକ୍ତର ମୂର୍ମୁ , କୈଳାସ ପଟ୍ଟନାୟକଙ୍କ ସମେତ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା , ସଙ୍ଗୀତ ଶିକ୍ଷାର୍ଥୀ , ଅଭିଭାବକ ଯୋଗଦେଇ ଦିବଙ୍ଗତ ଆତ୍ମାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସଙ୍ଗେ ସଙ୍ଗେ ଦିବଙ୍ଗତ ଅମର ଆତ୍ମାର ସଦ୍ ଗତି କାମନା କରିଥିଲେ।
ଶେଷରେ ସଙ୍ଗୀତ ବିଦ୍ୟାଳୟର ଶିକ୍ଷାର୍ଥୀ ଛାତ୍ର ଛାତ୍ରୀ ମାନେ ଗୁରୁବନ୍ଦନା ସଂଗୀତ ଗାନ କରିଥିଲେ।

0
0
0
s2sdefault