ମହିଳା ମାନଙ୍କୁ ରୋଜଗାରକ୍ଷମ କରିବା ସହିତ ପ୍ରତି ପରିବାରକୁ ସ୍ୱାସ୍ଥ୍ୟ ସୁରକ୍ଷା ପ୍ରଦାନପାଇଁ ରାଜ୍ୟ ସରକାର ସଂକଳ୍ପବଦ୍ଧ- ମନ୍ତ୍ରୀ ଶ୍ରୀ ଜେନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମନ୍ତ୍ରୀ ପ୍ରତାପ ଜେନାଙ୍କ ତୃତୀୟ ଦିନର ମାରାଥନ୍ ବୈଠକ ।

ମାହାଙ୍ଗା ବ୍ଲକ୍ ମଉଦା ଓ ଭେଡ଼ା ଗ୍ରାମ ପଞ୍ଚାୟତରେ ବିକେଏସୱାଇ କାର୍ଡ ବଣ୍ଟନ ସହ ମହିଳା ଏସଏଚଜି ବୈଠକ

ମାହାଙ୍ଗା-(ସପ୍ତ ଜ୍ୟୋତି ରାଉଳ) ମହିଳାମାନେ ପ୍ରତ୍ୟେକ କ୍ଷେତ୍ରରେ ଆଗକୁ ବଢିବା ପାଇଁ ସରକାର ସବୁବେଳେ ଯତ୍ନବାନ ଏବଂ ସେମାନେ କିପରି ସ୍ୱାବଲମ୍ବନଶୀଳ ହୋଇପାରିବେ ତାହା ଆମକୁ ନିଶ୍ଚିନ୍ତ କରିବାକୁ ପଡିବ | ପ୍ରତି ପରିବାରକୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ନିଷ୍ପତି ମୁଖ୍ୟମନ୍ତ୍ରୀଙ୍କ ଯୁଗାନ୍ତକାରୀ ପଦକ୍ଷେପ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଥିଲେ |
ଭେଡା ଓ ମଉଦା ଗ୍ରାମପଂଚାୟତ ର ୧୭୬ ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ହଜାର ହଜାର ଗ୍ରାମୀଣ ମହିଳାଙ୍କୁ ଆଜି ସ୍ଥାନୀୟ ଉତ୍କଳମଣି ଶିଶୁ ଶିକ୍ଷା ମନ୍ଦିର ପ୍ରାଙ୍ଗଣରେ ମିଶନଶକ୍ତି ପକ୍ଷରୁ ସ୍ୱତନ୍ତ୍ର ତାଲିମ ଦିଆଯିବାସହ ସେମାନଙ୍କ ଆର୍ଥିକ ସଂଚୟ ଏବଂ ସାମାଜିକ ସୁରକ୍ଷା ଉପରେ ସମୀକ୍ଷା କରାଯାଇଥିଲା |
ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ମାନଙ୍କ ଏହି ସମାବେଶକୁ ସ୍ଥାନୀୟ ବିଧାୟକ ତଥା ଆଇନି, ପଞ୍ଚାୟତରାଜ ଓ ନଗରଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଉଦଘାଟନ କରିବା ସହ ମାହାଙ୍ଗା ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀଯୁକ୍ତ ଶରତ ନାୟକ ଉତ୍ସବରେ ଅଧ୍ୟକ୍ଷତା କରିଥିଲେ !ମୁଖ୍ୟ ଅତିଥିଭାବେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ନାରୀ ସଶକ୍ତିକରଣ ଓ ଗରୀବ ପରିବାରକୁ ସ୍ୱାସ୍ଥ୍ୟ ସୁରକ୍ଷା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପ ପ୍ରଶଂସନୀୟ ବୋଲି ମତବ୍ୟକ୍ତ ରଖିଥିଲେ |
ସମ୍ମାନିତ ଅତିଥି ଭାବେ କଟକ ଜିଲ୍ଲାପରିଷଦ ଅଧ୍ୟକ୍ଷା ଜ୍ୟୋତିରେଖା ନାୟକ ଯୋଗଦେଇ ମହିଳା ମାନଙ୍କୁ ସମ୍ମାନ ଦେବାରେ ନବୀନ ପଟ୍ଟନାୟକଙ୍କ ସରକାର ପ୍ରତିଶ୍ରୁତି ବଦ୍ଧ ବୋଲି କହିଥିଲେ |
ଏହି ସଭାରେ ପୂର୍ବତନ ବ୍ଲକ ଚେୟାରମ୍ୟାନ ରାଜକିଶୋର ଜେନା, ଜିଲାପରିଷଦ ସଭ୍ୟ ହୃଷିକେଶ ସ୍ୱାଇଁ,ବିଡ଼ିଓ ନିହାର ରଞ୍ଜନ ମଲ୍ଲିକ,ସହକାରୀ ଯନ୍ତ୍ରୀ ସଂଗ୍ରାମ କେଶରୀ ପରିଡା, ସିଡିପିଓ ପ୍ରମୋଦିନି ଦାଶ, ମାହାଙ୍ଗା ବ୍ଲକ୍ ଯୁବ ବିଜେଡ଼ି ସଭାପତି ଶରତ ମହାପାତ୍ର , ମନ୍ତ୍ରୀ ଶ୍ରୀଯୁକ୍ତ ଜେନା ଙ୍କ ବ୍ୟକ୍ତିଗତ ସହାୟକ ଉମାଶଙ୍କର ବିଶ୍ଵାଳ, ମଉଦା ସରପଞ୍ଚ ଧୀରେନ୍ଦ୍ର ସେଠୀ,ସମିତିସଭ୍ୟା ମଧୁସ୍ମିତା ଦାସ, ଭେଡା ସରପଞ୍ଚ ଦେବାଶିଷ ସିଂହ, ସମିତିସଭ୍ୟ ଦିଲୀପ ନାୟକ, ସଂଗ୍ରାମ ସିଂହ, ପୂର୍ବତନ ସରପଞ୍ଚ ସମୀର ବର୍ମା,ଭେଡା ସଭାପତି ପ୍ରଦୀପ୍ତ ସିଂ,ଦୀନବନ୍ଧୁ ପାତ୍ର, ସୂର୍ଯ୍ୟ କୁମାର ଦ୍ବିବେଦୀ ପ୍ରମୁଖ ଯୋଗଦେଇଥିଲେ |
ମନ୍ତ୍ରୀ ଶ୍ରୀ ଜେନାଙ୍କ ଦ୍ୱାରା ମଉଦା ଓ ଭେଡା ଉଭୟ ପଞ୍ଚାୟତରୁ ୨ ହଜାର ରୁ ଉର୍ଦ୍ଧ ବିଜୁ ସ୍ଵାସ୍ଥ୍ୟଭିତ୍ତିକ କାର୍ଡ ବଣ୍ଟନ କରାଯାଇଥିଲା ଯାହାକୁ ନେଇ ମଉଦା ଓ ଭେଡା ପଞ୍ଚାୟତ ବାସୀଙ୍କ ମଧ୍ୟରେ ଏକ ପ୍ରକାରର ଖୁସି ର ମାହୋଲ୍ ଦେଖିବାକୁ ମିଳିଥିଲା।

0
0
0
s2sdefault