ହେଡଲାଇନସ୍:

ନିତ୍ୟାନନ୍ଦ ପାଠାଗାରର ବାର୍ଷିକ ଉତ୍ସବ ପାଳନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ପାରଳାଖେମୁଣ୍ଡିର ଶ୍ରୀକରଣ ସାହିସ୍ଥିତ ନିତ୍ୟାନନ୍ଦ ପାଠାଗାର ପରିସରରେ ଅନୁଷ୍ଠାନର ବାର୍ଷିକ ଉତ୍ସବ ନିରାଡମ୍ବରରେ ପାଳନ ହୋଇଯାଇଛି। ଅନୁଷ୍ଠାନର ସଭାପତି ଗୌରହରି ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସଂପାଦକ ସୂର୍ଯ୍ୟନାରାୟଣ ପଟ୍ଟନାୟକ , ଡ.ଭୂବନେଶ୍ବର ପଟ୍ଟନାୟକ , ରବିନାରାୟଣ ଚୌଧୁରୀ , କୈଳାସ ପଟ୍ଟନାୟକ , ମଲ୍ଲିକାର୍ଜୁନ ପଟ୍ଟନାୟକ , ଲକ୍ଷ୍ମିକାନ୍ତ ପଟ୍ଟନାୟକ , ହରିଶ୍ଚନ୍ଦ୍ର ପାତ୍ର , ସଦାନନ୍ଦ ପଟ୍ଟନାୟକ , ରବିନ୍ ପଟ୍ଟନାୟକ ଓ ବାବାଜି ବେହେରା ପ୍ରମୁଖ ଯୋଗ ଦେଇ ପାଠାଗାରର ଉପକାରିତା ତଥା ଏହାର ଉନ୍ନତି ସହ ସାମାଜିକ ସଂସ୍କାର ଉପରେ ଆଲୋକପାତ କରିଥିଲେ।

0
0
0
s2sdefault