ହେଡଲାଇନସ୍:

ମାହାଙ୍ଗା ବ୍ଲକ ନୁର୍ତାଙ୍ଗ ଗ୍ରାମ ପଞ୍ଚାୟତ ଠାରେ BSKY କାର୍ଡ ବଣ୍ଟନ ସହ ସମୀକ୍ଷା ବୈଠକ ଅନୁଷ୍ଠିତ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଗ୍ରାମାଞ୍ଚଳର ବିକାଶ ଓ ନାରୀ ସଶକ୍ତିକରଣ ପାଇଁ ଆଇନ ମନ୍ତ୍ରୀଙ୍କ ଆହ୍ୱାନ 

ମାହାଙ୍ଗା - (ସପ୍ତ ଜ୍ୟୋତି ରାଉଳ)-ଗ୍ରାମୀଣ ମହିଳା ମାନଙ୍କୁ ଆତ୍ମନିର୍ଭରଶୀଳ କରିବାପାଇଁ ସରକାର ସବୁବେଳେ ପ୍ରୋତ୍ସାହନ ଦେଇଆସୁଛନ୍ତି | ମିଶନସକ୍ତି ଜରୀଆରେ ରାଜ୍ୟର ପ୍ରତି ପଞ୍ଚାୟତରେ ମହିଳା ଫେଡେରେସନ ଗଢ଼ା ଯାଇଛି ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକୁ ଆର୍ଥିକ ସହାୟତା ଦିଆଯିବାରୁ ସେମାନେ ବିଭିନ୍ନ ବାଟରେ ରୋଜଗାର କରି ବେଶ ଦୁଇ ପଇସା ରୋଜଗାର କରିପାରୁଛନ୍ତି !
ମାହାଙ୍ଗା ବ୍ଲକର ନୁର୍ତ୍ତାଙ୍ଗ ପଞ୍ଚାୟତରେ ମହିଳା ଏସ ଏଚ ଜି ଫେଡେରେସନ ପକ୍ଷରୁ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା |ମହିଳାଙ୍କୁ ସ୍ୱାବଲମ୍ବୀ ହେବାକୁ ସରକାର ସବୁ ପ୍ରକାର ସହାୟତା ସାଙ୍ଗକୁ ପ୍ରତି ପରିବାରର ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ହେଲଥ କାର୍ଡ ଯୋଗାଇବା ଏକ ବଡ଼ ଉପଲବ୍ଧି ବୋଲି ନିଜ ବକ୍ତବ୍ୟରେ ମନ୍ତ୍ରୀ ପ୍ରକାଶ କରିଥିଲେ !ସିଡିପିଓ ପ୍ରମୋଦିନି ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ଏହି ମହିଳା ସମାଵେଶକୁ ପଞ୍ଚାୟତ ରାଜ ଓ ଆଇନି ମନ୍ତ୍ରୀ ପ୍ରତାପ ଜେନା ଉଦଘାଟନ କରିଥିଲେ !ଗାଁ'ର ବିକାଶ ଓ ନାରୀ ଜାତିର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ସବୁବେଳେ ଗୁରୁତ୍ୱଦେଇ ଅସୁଥୁବାରୁ ଆସନ୍ତା ପଞ୍ଚାୟତ ନିର୍ବାଚନରେ ମହିଳାମାନେ ଅଧିକ ସଂଖ୍ୟାରେ ଭାଗନେବାକୁ ଶ୍ରୀ ଜେନା ଆହ୍ୱାନ ଦେଇଥିଲେ | ବ୍ଲକ ଚେୟାରମ୍ୟାନ ଶରତ ନାୟକ,ବ୍ଲକ ବିଜେଡି ସଭାପତି ରାଜ କିଶୋର ଜେନା, ଜିଲାପରିଷଦ ସଭ୍ୟ ହୃଷୀକେଶ ସ୍ୱାଇଁ, ସରପଞ୍ଚ ସବିତା ନାୟକ,ବିଡ଼ିଓ ନିହାର ରଞ୍ଜନ ମଲ୍ଲିକ, ବ୍ଲକ ଏସ ଏଚ ଜି ଫେଡେରେସନ ସଭାପତି ସୁସ୍ମିତା ଦାସ,ପ୍ରମୁଖ ଯୋଗଦେଇଥିଲେ !
ଯେଉଁ ନୁର୍ତ୍ତାଙ୍ଗ ପଂଚାୟତ ମାହାଙ୍ଗା ଡବଲ ମର୍ଡର ଘଟଣାକୁ ନେଇ ରାଜ୍ୟ ରାଜନୀତିକୁ ଚର୍ଚ୍ଚାର ଖୋରାକ ଯୋଗାଇଛି ସେହି ପଞ୍ଚାୟତରେ ଆଇନିମନ୍ତ୍ରୀଙ୍କ ଥାଟପାଟ ସହ ସଭା ଓ ଶୋଭାଯାତ୍ରା ବିରୋଧୀଙ୍କ ଡବଲ ମର୍ଡର ନାଆଁରେ ଚାଲିଥିବା ରାଜନୀତିକୁ ପାଣିଚିଆ କରିଦେବା କୁହାଯାଉଛି !ବିରୋଧୀଙ୍କ ଗଡ଼ କୁହାଯାଉଥିବା ନୁର୍ତ୍ତାଙ୍ଗ ପଞ୍ଚାୟତରୁ ମନ୍ତ୍ରୀଙ୍କୁ ଆଶାତୀତ ସମର୍ଥନ ଆଜିର କାର୍ଯ୍ୟକ୍ରମରୁ ବାରିହୋଇ ପଡୁଥିଲା ବେଳେ ବିରୋଧୀଙ୍କ ଅପପ୍ରଚାର କେବଳ ଧୂଆଁବାଣ ବୋଲି ଚର୍ଚ୍ଚା ହେଉଛି !ନୁର୍ତ୍ତାଙ୍ଗ ହାଇସ୍କୁଲ ପରିସରରେ ହଜାର ହଜାର ମହିଳାଙ୍କୁ ନେଇ ସଭାକରା ଯିବା ଓ ସେଠାରେ ନୁର୍ତ୍ତାଙ୍ଗ, ଆନନ୍ଦପୁର ଏବଂ ଜଳେଶ୍ୱରପୁର ପଞ୍ଚାୟତରୁ ଆସିଥିବା ହିତାଧିକାରୀଙ୍କୁ ମନ୍ତ୍ରୀ ବିଜୁ ସ୍ୱାସ୍ଥ୍ୟକାର୍ଡ ପ୍ରଦାନ କରିବା ଦେଖିବାକୁ ମିଳିଥିଲା |
ଏଥିସହ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକୁ ଆତ୍ମନିର୍ଭରଶୀଳ ନିମନ୍ତେ ଚେକ ପ୍ରଦାନ କରାଯାଇଥିଲା !ବଣୁଆ ମହାପୁରୁଷଙ୍କ ପୀଠରୁ ପ୍ରତିଭା ଭବନ ରାସ୍ତା ଦେଇ ଏକ ବାଇକ ଶୋଭାଯାତ୍ରାରେ ମନ୍ତ୍ରୀଙ୍କୁ ଉତ୍ସବସ୍ଥଳୀକୁ ପାଛୋଟି ନିଆଯାଇଥିଲା !. ଏହି ଅବସରରେ କ୍ଲବ ଗୃହ, ଅଙ୍ଗନବାଡି ଗୃହ ଏବଂ ଅନ୍ୟାନ୍ୟ ପ୍ରକଳ୍ପ ଉଦଘାଟିତ ହୋଇଥିଲା |

0
0
0
s2sdefault