ହେଡଲାଇନସ୍:

ଉପଖଣ୍ଡ ସ୍ତରୀୟ ପୋଲିସ ବିଭାଗରେ ଅଦଳବଦଳ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଝାରବନ୍ଧ-ମନୋହର ଦାଶ:ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ର ଜଗଦଲପୁର, ପାଇକମାଲ ,ଗାଇସିଲେଟ ଥାନା ପୋଲିସ ବିଭାଗରେ ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ ଙ୍କ ନିର୍ଦେଶ ଅନୁଶାରେ ଏକ ଛୋଟ ଧରଣ ର ଅଦଳ ବଦଳ କରିଛନ୍ତି।ଜଗଦଲପୁର ଥାନା ଅଧିକାରୀ ବିରବର ଭଗତ ଙ୍କୁ ଗାଇସିଲେଟ ଥାନା ଅଧିକାରୀ ଏବଂ ଗାଇସିଲେଟ ଥାନା ଅଧିକାରୀ ସୁଷମା କହର ଙ୍କୁ ଜଗଦଲପୁର ଥାନା ଅଧିକାରୀ ଭାବେ ବଦଳି ହୋଇଛି।ପାଇକମାଲ ଥାନା ର ସବଇନିଷ୍ପେକଟର ସୁଶାନ୍ତ କୁମାର ଦୋରା ଙ୍କୁ ଗାଇସିଲେଟ ଥାନା ଏବଂ ଗାଇସିଲେଟ ଥାନା ର ଏ.ଏସ.ଆଇ ପ୍ରକାଶ ଭୋଇ ଙ୍କୁ ପାଇକମାଲ ଥାନା ବଦଳି ହୋଇଛି।ସେହିପରି ପାଇକମାଲ ଥାନା ର ଏ.ଏସ.ଆଇ ସବିତା ପାତ୍ରଙ୍କୁ ଗାଇସିଲେଟ ଥାନା ରେ ନିଯୁକ୍ତି ଦିଆଯାଇଛି।ବଦଳି ହୋଇଥିବା ସମସ୍ତ କର୍ମଚାରୀଙ୍କୁ ତୁରନ୍ତ ନୂତନ ନିଯୁକ୍ତି ସ୍ଥାନ ରେ ଯୋଗଦେବା ପାଇଁ ଜିଲ୍ଲା ପୋଲିସ ମୁଖ୍ୟାଳୟ ରୁ ନିର୍ଦେଶ ଦିଆଯାଇଥିବା ଜଣାଯାଏ।

0
0
0
s2sdefault