ହେଡଲାଇନସ୍:

ସିଡିଏସ ଜେନେରାଲ ସ୍ବର୍ଗତ ବିପିନ ରାୱତଙ୍କ ପ୍ରତି ଏନସିସି ପକ୍ଷରୁ ଶ୍ରଦ୍ଧାଞ୍ଜଳି ଓ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସିଡିଏସ ଜେନେରାଲ ସ୍ବର୍ଗତ ବିପିନ ରାୱତଙ୍କ ମର୍ମନ୍ତୁଦ ହେଲିକପ୍ଟର ଦୁର୍ଘଟଣାରେ ତାଙ୍କର ଅକାଳ ମୃତ୍ୟୁ ହୋଇଥିଲା । ଏଥିସହିତ ତାଙ୍କର ଧର୍ମପତ୍ନୀ ଶ୍ରୀମତୀ ମଧୁଲିକା ରାୱତଙ୍କ ସମେତ ଅନ୍ୟ ୧୧ଜଣ ଆର୍ମି ଅଧିକାରୀ ମଧ୍ୟ ଦୁର୍ଘଟଣାରେ ଶହୀଦ ହୋଇଥିଲେ ।
ତେଣୁ ସିଡିଏସ ଜେନେରାଲ ସ୍ବର୍ଗତ ବିପିନ ରାୱତଙ୍କ ସମେତ ଅନ୍ୟ ଶହୀଦ ମାନଙ୍କୁ ମନେପକାଇବା ଏବଂ ତାଙ୍କ କର୍ମମୟ ଜୀବନ ସ୍ମୃତିଚାରଣ ଓ ତାଙ୍କପ୍ରତି ଭକ୍ତିପୂତ ଗଭୀର ଶ୍ରଦ୍ଧଞ୍ଜଳି ଜ୍ଞାପନ କରିବା ଉଦ୍ଦେଶ୍ୟ ନେଇ ସ୍ଥାନୀୟ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟର ଏନସିସି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ମହାବିଦ୍ୟାଳୟର ଏନସିସି ଛାତ୍ରଛାତ୍ରୀ ମାନେ ଏନସିସି ଏସୟୁଓ:- ଶ୍ରୀ ବି: ପବନ ଏବଂ ଏନସିସି ଜେୟୁଓ:- ଶ୍ରୀ ତରୁଣ ଚିନ୍ତାଡାଙ୍କ ନେତୃତ୍ୱରେ ଶହୀଦ ମାନଙ୍କ ଫଟୋ ବ୍ୟାନର ଧରି ସମଗ୍ର ସହର ପରିକ୍ରମା କରି ଦେଶ ମାତୃକା ନିୟୋଜିତ ଥିବା ଶହୀଦ ମାନଙ୍କୁ ଲୋକଙ୍କ ଠାରେ ସଚେତନ କରାଇଥିଲେ ।
ଏଥିସହିତ କଲେଜ ପରିସରରେ ୨ ମିନିଟ୍ ଅମର ଆତ୍ମାର ସର୍ଦଗତି କାମନା କରି ନିରବ ପ୍ରାର୍ଥନା କରାଯାଇଥିଲା ପରେ ଶ୍ରଦ୍ଧଞ୍ଜଳି ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ କଲେଜ ଅଧ୍ୟକ୍ଷ ଡ଼ଃ ରାଧାକାନ୍ତ ଭୂୟାଁ ଓ କଲେଜର ଏନସିସି ଅଧିକାରୀ ଅଧ୍ୟାପକ ଡ଼ଃ ସୁମନ୍ତ ବେହେରାଙ୍କ ସମେତ ଅନ୍ୟାନ୍ୟ ଅଧ୍ୟାପକ ଅଧ୍ୟାପିକା ଓ ଏନସିସି , କଲେଜ ଛାତ୍ରଛାତ୍ରୀ ଯୋଗଦେଇ ଶହୀଦ ମାନଙ୍କ ପ୍ରତି ପୁଷ୍ପ ଦେବା ସହ କେଣ୍ଡେଲ ଜାଳି ଗଭୀର ଶ୍ରଦ୍ଧଞ୍ଜଳି ଜ୍ଞାପନ କରିଥିଲେ ।
ଉପସ୍ଥିତ କଲେଜର ଏନସିସି ଓ ଛାତ୍ରଛାତ୍ରୀ ମାନଙ୍କୁ ଅଧ୍ୟକ୍ଷ ଡ଼ଃ ଭୂୟାଁ ଏବଂ ଏନସିସି ଅଧିକାରୀ ଅଧ୍ୟାପକ ଡ଼ଃ ବେହେରା ଉଦବୋଧନ ଦେଇ ସିଡିଏସ ଜେନେରାଲ ସ୍ବର୍ଗତ ବିପିନ ରାୱତଙ୍କ ଯେଉଁ ମର୍ମନ୍ତୁଦ ଦୁର୍ଘଟଣାରେ ମୃତ୍ୟୁ ହେଲା , ଏହା ନିଶ୍ଚିତ ଭାବେ ଏକ ଦୁଃଖଦ ଖବର ।
ତେଣୁ ତାଙ୍କ ସ୍ମୃତି ଓ ତାଙ୍କୁ ମନେ ପକାଇବା ପାଇଁ ଆଜିର ଏହି କାର୍ଯ୍ୟକ୍ରମ କହି ତାଙ୍କର କର୍ମମୟ ଜୀବନୀ ଆଲୋଚନା କରିଥିଲେ । ଦେଶର ସମର ଶିକ୍ଷାର୍ଥୀ ବାହିନୀ କିଭଳି ଦେଶର ଶାନ୍ତି ପାଇଁ ଆହୁରି ଅଧିକ ନିଜକୁ ଉତ୍ସର୍ଗ କରିପାରିବେ କହି ଦେଶ ସୁରକ୍ଷା ଦିଗରେ ସ୍ୱର୍ଗତ ରାୱତଙ୍କ ଭୂମିକାର ବିଭିନ୍ନ ଦିଗ ସମ୍ପର୍କରେ କହିଥିଲେ ।
ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ଶ୍ରୀ ସୁକାନ୍ତ କୁମାର ବେହେରା , ଅଧ୍ୟାପିକା ପି: ନିରଜା , ଅଧ୍ୟାପିକା ଦୀପ୍ତିମୟୀ ପାଣିଗ୍ରାହୀଙ୍କ ସମେତ ବହୁ ସଂଖ୍ୟାରେ ଏନସିସି ଓ ଛାତ୍ରଛାତ୍ରୀ ଉପସ୍ଥିତ ରହି ଶହୀଦ ମାନଙ୍କ ପ୍ରତି ଭକ୍ତିପୂତ ଗଭୀର ଶ୍ରଦ୍ଧଞ୍ଜଳି ଜ୍ଞାପନ କରିଥିଲେ ।

0
0
0
s2sdefault