ହେଡଲାଇନସ୍:

ହାତୀ ଉପଦ୍ରବ : କେତେବେଳେ ଉଜୁଡ଼ୁଛି ଧନ ଜୀବନ ତ କେତେବେଳେ ପାଚିଲା ଧାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଦେବଗଡ଼ ରୁ ଅବନୀ କାନ୍ତ ମିଶ୍ର: ଗତ ରାତିରେ ପ୍ରାୟ ୪୦ଟିକିଆ ହାତୀ ପଲ ଦେବଗଡ଼ ବନାଞ୍ଚଳ ସେକ୍ସନ୍ ଅନ୍ତର୍ଗତ ବାସୁଦେବପୁର ଗ୍ରାମରେ ପଶି ବହୁ ପରିମାଣର ପାଚିଲା ଧାନ ଖାଇ ଦେବା ସହ ମାଡ଼ିଦଲି ନଷ୍ଟ କରିଥିବା ଜଣା ପଡ଼ିଛି। ନିକଟସ୍ଥ ଜଙ୍ଗଲରୁ ୪୦ଟିକିଆ ହାତୀ ପଲ ବାସୁଦେବପୁର ଗ୍ରାମକୁ ପଶି ଆସିବା ସହ ଉକ୍ତ ଗ୍ରାମର ଦୀନବନ୍ଧୁ କର, ବିରଞ୍ଚି ନାରାୟଣ କର ଙ୍କ ସମେତ ଅନେକ ଚାଷୀଙ୍କର ଚାଷ ଜମି ରେ ପଶି ଅମଳକ୍ଷମ ପାଚିଲା ଧାନ ଖାଇବା ସହ ମାଡ଼ିଦଲି ନଷ୍ଟ କରିଦେଲେ। ସୂଚନାପାଇ ବନାଞ୍ଚଳ ଅଧିକାରୀ ଦେବଦତ୍ତ ନନ୍ଦ ଙ୍କ ନିର୍ଦ୍ଦେଶ ରେ ଫରେଷ୍ଟର ପ୍ରସନ୍ନ ସାହୁ ଓ ଫରେଷ୍ଟଗାଡ ଶିମାଶ୍ରୀ ପ୍ରଧାନ ବିଭାଗୀୟ କର୍ମଚାରୀ ଓ ସ୍କ୍ୱାର୍ଡ ସହ ସଦଲବଳେ ସେଠାରେ ପହଞ୍ଚି ହାତୀଦଳକୁ ନିକଟସ୍ଥ ଜଙ୍ଗଲ ମଧ୍ୟକୁ ଘଉଡ଼ାଇଥିଲେ। ଏଠାରେ ସୂଚନଯୋଗ୍ୟଯେ, ଉକ୍ତ ହାତୀଦଳ ଦୀର୍ଘଦିନ ହେବ ସୁଗୁଡା ବିଟ୍ ଅଞ୍ଚଳର ସୁଗୁଡା,ବଣିଆକିଲିଣ୍ଡା, କଲଣ୍ଡା, ବସାଲଇ, ଚେପଲିପାଲି ଓ ବଡ଼ଛାପଲ ଗ୍ରାମ ପଞ୍ଚାୟତର ବିଭିନ୍ନ ସ୍ଥାନର ଉପଦ୍ରବ ଚଳାଇ ଆସୁଥିବା ଦେଖିବାକୁ ମିଳୁଛି। ଗୁରୁତ୍ୱପୂର୍ଣ୍ଣ ବିଷୟ ଏହା ଯେ ହାତୀ ଦଳ କେବଳ ବିଲରେ ଥିବା ଧାନ ଖାଉଛନ୍ତି ତା ନୁହେଁ, ସମସ୍ତ ଆମ୍ବ, ପଣସ,ନଡିଆ ଗଛ କୁ ମଧ୍ୟ ଉପାଡ଼ି ଦେଉଛନ୍ତି। ଚାଷୀମାନଙ୍କର ଖଳାରେ ରଖାଯାଇଥିବା ଜିନିଷ ଗୁଡ଼ିକ ଭାଙ୍ଗିବା ସହ ଘର ମଧ୍ୟ ଭାଙ୍ଗି ଦେଇଛନ୍ତି। ଦୀନବନ୍ଧୁ କର ଙ୍କ ପାଖାପାଖି ୬୦ରୁ ୭୦ ହଜାର ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଅନୁମାନ କରାଯାଉଛି। ହାତୀ ଆକ୍ରମଣରେ ଖାଲି ସମ୍ପତ୍ତି ନଷ୍ଟ ଏ କଥା ନୁହେଁ ବରଂ ମଣିଷ ଜୀବନ ମଧ୍ୟ ଚାଲି ଯାଇଛି। ଏହି କ୍ରମରେ ଗତ କିଛିଦିନ ତଳେ ଏକ ଗୋଠାଛଡ଼ା ଦନ୍ତାହାତୀ କାଲକାଠ ଗ୍ରାମର ଜଣେ ବୃଦ୍ଧ ଓ ବୁଢ଼ିବିଲ ଗ୍ରାମର ଜଣେ ଯୁବକ ଙ୍କୁ ପାଦରେ ଦଳି ମାରିଦେଇଥିବା ସୂଚନା ଅଛି। ଫଳରେ ହାତୀ ଉପଦ୍ରବ ଯୋଗୁଁ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି।

0
0
0
s2sdefault