ହେଡଲାଇନସ୍:

ଉତ୍କଳ ଆଲୁମିନା ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର/ଟିକିରିରୁ ବୈକୁଣ୍ଠ ଦୁରିଆ : ଆଦିତ୍ୟ ବିର୍ଲା ଗ୍ରୁପ୍‍ର ହିଣ୍ଡାଲ୍‍କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ ଏହି ଅଞ୍ଚଳର ଜନସାଧାରଣଙ୍କ ସ୍ୱାସ୍ଥ୍ୟ ଓ କଲ୍ୟାଣ ଦିଗରେ ଜାରି ରଖିଥିବା ନିରନ୍ତର ପ୍ରୟାସର ଅଂଶସ୍ୱରୂପ ନୂଆପଡାସ୍ଥିତ ଏହାର ଟାଉନସିପ୍‍ କ୍ଲବ ହାଉସ ପରିସରରେ ରାୟଗଡାସ୍ଥିତ ଜିଲା ସଦର ମହକୁମା ହସପିଟାଲ ଏବଂ ଆମ ଓଡ଼ିଶା ସହଯୋଗରେ ଚଳିତ ଡିସେମ୍ବର ମାସ ୧୦ ତାରିଖରେ ଏକ ରକ୍ତଦାନ ଶିବିର ଆୟୋଜନ କରିଥିଲା ।
ଉକ୍ରଳ ଆଲୁମିନାର କର୍ମଚାରୀବୃନ୍ଦ ଏବଂ ସେମାନଙ୍କ ପରିବାର ସଦସ୍ୟ, ସହଯୋଗୀ ସଂସ୍ଥାର କର୍ମଚାରୀ, ଠିକା କର୍ମଚାରୀ ଓ ଶ୍ରମିକଙ୍କ ସହିତ ସ୍ଥାନୀୟ ଜନସାଧାରଣ ସାମାଜିକ କାରଣ ନିମନ୍ତେ ସ୍ୱେଚ୍ଛାକୃତ ଭାବରେ ରକ୍ତଦାନ କରିଥିଲେ, ଯଦ୍ଧ୍ୱାରା ରାୟଗଡା ଜିଲା ରକ୍ତ ଭଣ୍ଡାରର ରକ୍ତ ଆବଶ୍ୟକତା ପୂରଣ ହୋଇପାରିବ । ଏହି ଅବସରରେ ମୋଟ ୨୨୫ ୟୁନିଟ ରକ୍ତ ଏହି ସ୍ୱାସ୍ଥ୍ୟ ଶିବିରରୁ ସଂଗୃହୀତ ହୋଇଥିଲା ।
ଉଦଘାଟନି ଉତ୍ସବରେ ରାୟଗଡା ଉପଜିଲାପାଳ ଶ୍ରୀ ଧର୍ମାନନ୍ଦ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ । କାଶିପୁର ତହସିଲଦାର ଶ୍ରୀ ଶରତ ସାବତ, ଉତ୍କଳ ଆଲୁମିନା ୟୁନିଟ ହେଡ ଶ୍ରୀ ମଜହର ବେଗ୍‍, ରାୟଗଡା ରକ୍ତ ଭଣ୍ଡାର ଅଧିକାରୀ ଡା.ଅବଦୁଲ ମଜିଦ ଉଦଘାଟନୀ ଉତ୍ସବରେ ସମ୍ମାନନୀୟ ଅତିଥି ଭାବରେ ଯୋଗଦେଇଥିଲେ । ସେମାନଙ୍କ ସହିତ ୟୁଏଆଇଏଲର ଅନ୍ୟ ବରିଷ୍ଠ ଅଧିକାରୀଗଣ, ଏହାର ସିଏସଆର, ପ୍ରଶାସନିକ ଏବଂ ସିଆର ଏବଂ ସଷ୍ଟେନେବିଲିଟି ଦଳ ମଧ୍ୟ ଉପସ୍ଥିତ ଥିଲେ ।
ଏହି ଅବସରରେ ପ୍ରକାଶ କରି ମୁଖ୍ୟ ଅତିଥି ରାୟଗଡା ଉପଜିଲାପାଳ କୋଭିଡ-୧୯ ମହାମାରୀର ଏଭଳି ସନ୍ଧିକ୍ଷଣ ସମୟରେ, ଯେତେବେଳେ ମଣିଷ ଜୀବନ ପାଇଁ ରକ୍ତ ସବୁଠାରୁ ମୂଲ୍ୟବାନ ପଦାର୍ଥ ଭାବରେ ବିବେଚିତ ହେଉଛି, ସେହି ସମୟରେ ସ୍ୱତନ୍ତ୍ର ଭାବରେ ଏଭଳି ଶିବିର ଆୟୋଜନ ନେଇ ଉକ୍ରଳ ଆଲୁମିନାର ପ୍ରୟାସକୁ ପ୍ରଶଂସା କରିଥିଲେ । ଶିଳ୍ପ ସଂସ୍ଥାକୁ ଏହିଭଳି ମହତ ପ୍ରୟାସ ଆୟୋଜନ କରିବା ସକାଶେ ସେ ଉତ୍ସାହିତ କରିଥିଲେ, ଯାହା ରାୟଗଡା ଜିଲାର ଜନସାଧାରଣଙ୍କ ସ୍ୱାସ୍ଥ୍ୟ ଓ କଲ୍ୟାଣ ଦିଗରେ ଅବଦାନ ରଖିପାରିବ ।
କାଶିପୁର ତହସିଲଦର ଶ୍ରୀ ସାବତ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ ପାଇଁ ଉକ୍ରଳ ଆଲୁମିନାର ପ୍ରଶଂସନୀୟ ଉଦ୍ୟମକୁ ତାରିଫ କରିଥିଲେ । ଏହିଭଳି ଶିବିର ଆୟୋଜନ କ୍ଷେତ୍ରରେ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ଆବଶ୍ୟକ ସହଯୋଗ ଯୋଗାଇଦେବାକୁ ସେ ପ୍ରତିଶ୍ରୁତି ଦେଇଥିଲେ ।
ତାଙ୍କ ବକ୍ତବ୍ୟରେ ଉତ୍କଳ ଆଲୁମିନାର ୟୁନିଟ ହେଡ ଶ୍ରୀ ମଜହର ବେଗ୍‍ ପ୍ରକାଶ କରିଥିଲେ ଯେ ରକ୍ତଦାନ ହେଉଛି ମାନବ ସମୁଦାୟ ପାଇଁ ଜଣଙ୍କ ଦ୍ୱାରା ସର୍ବଶ୍ରେଷ୍ଠ ଦାନ । ସେ ଜୋର୍‍ ଦେଇ କହିଥିଲେ ଯେ ସମାଜ ପାଇଁ ଏବଂ ବିଶେଷକରି ରାୟଗଡା ଜିଲାର ଜନସାଧାରଣଙ୍କ ପାଇଁ ଉପଯୋଗୀ ହେଉଥିବା ଏହିଭଳି ପ୍ରୟାସ ନେବାରେ ଉକ୍ରଳ ଆଲୁମିନା ସର୍ବାଗ୍ରେ ରହିଛି । ସ୍ୱେଚ୍ଛାକୃତ ରକ୍ତଦାନ କରିବାକୁ ଆଗେଇ ଆସି ସାମାଜିକ କାରଣ ନିମନ୍ତେ ଜୀବନର ସବୁଠାରୁ ମୂଲ୍ୟବାନ ଦାନ କରିଥିବା ରକ୍ତଦାତାଙ୍କୁ ସେ ପ୍ରଶଂସା କରିଥିଲେ ।
ଉତ୍କଳ ଆଲୁମିନାର ବରିଷ୍ଠ ଅଧିକାରୀଗଣ, ରାୟଗଡା ଜିଲା ସଦର ମହକୁମା ହସପିଟାଲର ସଦସ୍ୟ, ଆମ ଓଡ଼ିଶାର ସଦସ୍ୟଗଣ ଏହି ମହତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

0
0
0
s2sdefault