ହେଡଲାଇନସ୍:

ନୂଆ ବର୍ଷରେ ସାଧାରଣ ଦର୍ଶନ ବନ୍ଦ: ଛତିଶାନିଯୋଗ ନିଷ୍ପତ୍ତି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପୁରୀ/ ଅନିମେଶ ପଟ୍ଟନାୟକ : ନୁଆ ବର୍ଷରେ ମିଳିବନି ମହାପ୍ରଭୁଙ୍କ ଦର୍ଶନ। ଡିସେମ୍ବର ୩୧ ତାରିଖ ଓ ଜାନୁଆରି ୧ ତାରିଖ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ । ଏ ନେଇ ଶୁକ୍ରବାର ଛତିଶାନିଯୋଗ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ଅନ୍ୟପଟେ ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ଉତ୍ତର ଦ୍ବାର ପଟେ ଖୁବ ଶୀଘ୍ର ବିଷେଶ ବ୍ୟବସ୍ଥା କରାଯିବା ନେଇ ମଧ୍ଯ ନିଷ୍ପତ୍ତି ହୋଇଥିବା ଜଣାପଡିଛି । ଶ୍ରୀଜିଉମାନଙ୍କ ବନକ ଲାଗି ବେଳେ ଏଥର ଭକ୍ତମାନେ ଶ୍ରୀମନ୍ଦିର ବୁଲି ପାରିବେ । ପାର୍ଶ୍ବ ଦେବା ଦେବୀଙ୍କ ଦର୍ଶନ କରି ମହାପ୍ରସାଦର ଅନନ୍ଦ ନେଇ ପାରିବେ ବୋଲି ନିଷ୍ପତ୍ତି ନିଆଯାଇଛି । ପୂର୍ବପରି ଶ୍ରୀମନ୍ଦିର ବନ୍ଦ ରହିବନି ହେଲେ ଶ୍ରୀଜିଉମାନଙ୍କ ଦର୍ଶନ ବନ୍ଦ ରହିବ । ପହିଲି ଭୋଗ, ମକର ସଂକ୍ରାନ୍ତି ଓ ଦେବାଭିଷେକ ନୀତି ନିର୍ଘଣ୍ଟ ଉପରେ ନିଷ୍ପତ୍ତି ନିଆଯାଇଛି ।

0
0
0
s2sdefault