ହେଡଲାଇନସ୍:

ସଞ୍ଜିବନୀ ସାଜିଲା ବିଜୁ ସ୍ମାର୍ଟ ହେଲଥ କାର୍ଡ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଦୀପାଙ୍କ ମାର୍ଗଦର୍ଶନରେ "ଆପୋଲୋ"ରେ ହେଲା ସିତାରାମଙ୍କ ମାଗଣା ଅସ୍ତ୍ରୋପଚାର

ବରଗଡ଼/ ଭୁବନେଶ୍ୱର: ଗତ ନଭେମ୍ବର ମାସ ୧୩ ତାରିଖରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ଼ ଜିଲ୍ଲାରେ ଆସି ଜୀବନ ରକ୍ଷାକାରୀ ସଞ୍ଜିବନୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କରିଥିଲେ ତାହା ଲୋକଙ୍କ କାମରେ ଆସିବା ଯୋଗୁଁ ଯୋଜନା ସଫଳ ହେଉଥିବା ପ୍ରତୀୟମାନ ହେଉଛି | ବରଗଡ଼ ଜିଲ୍ଲା ପାଇକମାଲ ବ୍ଳକ ଟେମରି ଗ୍ରାମର ସ୍ୱେଚ୍ଛାସେବୀ ଦୀପା ବାରିକଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନରେ ପାଇକମାଲ ବ୍ଲକ ଲୁହୁରାକୋଟ ଗ୍ରାମର ସୀତାରାମ ସାହୁଙ୍କ ଭୁବନେଶ୍ୱର ସ୍ଥିତ "ଆପୋଲୋ ହସ୍ପିଟାଲ" ରେ ଏକ ବଡ଼ ଟ୍ୟୁମର ଅସ୍ତ୍ରୋପଚାର ମାଗଣାରେ ହୋଇଛି | ସୂଚନା ଅନୁଯାୟୀ ସୀତାରାମଙ୍କ ପେଟରେ ଅନେକ ଦିନରୁ ଏକ ବଡ଼ ଟ୍ୟୁମର ରହିଥିଲା | ସେ ବରଗଡ଼ ଠାରୁ ବୁର୍ଲା ପର୍ଯ୍ୟନ୍ତ ଅନେକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ ହେଁ କୌଣସି ସୁଫଳ ମିଳୁନଥିଲା | ପେଟରେ ଟ୍ୟୁମର ଥିବା ଜାଣିବା ପରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ସୀତାରାମଙ୍କ ପରିବାର ହତାଶ ହୋଇଥିଲେ | ଉକ୍ତ ଗ୍ରାମର ସ୍ୱେଚ୍ଛାସେବୀ ବିମଲ କୁମାର ସାହୁ ଉକ୍ତ ଘଟଣା ଜାଣିବା ପରେ ଦୀପା ବାରିକଙ୍କୁ ଯୋଗାଯୋଗ କରିଥିଲେ | ଦୀପା ପ୍ରଥମେ ତାଙ୍କୁ ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବିଷୟରେ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ ଏବଂ ସୀତାରାମଙ୍କ ଯଦି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲଥ କାର୍ଡ ଅଛି ତେବେ ଓଡ଼ିଶାର ଯେକୌଣସି ଏମ୍ପାନେଲଡ ଡାକ୍ତରଖାନାରେ ମାଗଣା ଚିକିତ୍ସା କରେଇହେବ ବୋଲି ସାହସ ପ୍ରଦାନ କରିଥିଲେ | ଏହାପରେ ପ୍ରଥମେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଯିବାପାଇଁ ପରାମର୍ଶ ଦେଇଥିଲେ ସେଠାରେ ଯାଇ ଡାକ୍ତରଖାନାରେ ଡ଼ାକ୍ତରଙ୍କୁ ଦେଖେଇବା ପରେ ସୀତାରାମଙ୍କୁ ଭୁବନେଶ୍ୱର ସ୍ଥିତ "ଆପୋଲୋ ହସ୍ପିଟାଲ"କୁ ରେଫର କରାଯାଇଥିଲା |

ଏହିସବୁ କାର୍ଯ୍ୟରେ ଅନ୍ୟଜଣେ ସ୍ୱେଚ୍ଛାସେବୀ ଦିବସ କୁମାର ସାହୁ ସହଯୋଗ କରିଆସୁଥିଲେ | ଭୁବନେଶ୍ୱରଠାରେ ସୀତରାମଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମାଗଣା ଚିକିତ୍ସା ପ୍ରଦାନ କରାଯାଇଛି ଏବଂ ଗତ ସପ୍ତାହରେ ତାଙ୍କ ପେଟରେ ଥିବା ୧ କିଲୋରୁ ଉର୍ଦ୍ଧ୍ବ ଓଜନର ମାଂସ ପିଣ୍ଡୁଳା ଅସ୍ତ୍ରୋପଚାର ଦ୍ୱାରା ଅଲଗା କରାଯାଇଛି | ଏବେ ସୀତରାମ ଧୀରେ ଧୀରେ ସୁସ୍ଥତା ଲାଭ କରୁଛନ୍ତି | ଲକ୍ଷାଧିକ ଟଙ୍କା ମୁଲ୍ୟର ଅସ୍ତ୍ରୋପଚାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ ହେଲଥ କାର୍ଡରେ ମାଗଣାରେ ସମ୍ଭବ ହୋଇଥିବାରୁ ତାଙ୍କ ପରିବାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି | ଏହାଛଡ଼ା ଦୀପାଙ୍କ ପ୍ରୟାସକୁ ମଧ୍ୟ ପାଇକମାଲ ଅଞ୍ଚଳରେ ଉଚ୍ଚ ପ୍ରଶଂସା କରାଯାଇଛି

0
0
0
s2sdefault