ହେଡଲାଇନସ୍:

ଆଇଆଇଏମ ସମ୍ବଲପୁରରେ ପ୍ରଥମ ‘ମହିଳା ନେତୃତ୍ୱ କାର୍ଯ୍ୟକ୍ରମ’ ଆୟୋଜିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ଆଇଆଇଏମ ସମ୍ବଲପୁର କ୍ୟାମ୍ପସରେ ଆୟୋଜିତ କର୍ମଶାଳାରେ ମହାନଦୀ କୋଲଫିଲ୍ଡସ ଲିମିଟେଡର ୩୦ ମହିଳା ଅଧିକାରୀଙ୍କ ଯୋଗଦାନ
  • ପରିବର୍ତ୍ତିତ ସମୟରେ ଆଗକୁ ବଢିବା ପାଇଁ ନେତୃତ୍ୱ କୌଶଳ ପରିବର୍ଦ୍ଧନ ଆଭିମୁଖ୍ୟ ଉପରେ ମାର୍ଗଦର୍ଶନ ଆବଶ୍ୟକ କରୁଥିବା ବିବିଧ ବ୍ୟବସାୟିକ ଓ ଅଣବ୍ୟବସାୟିକ ସଂସ୍ଥା ପାଇଁ ଆଇଆଇଏମ ସମ୍ବଲପୁର ‘ଲକ୍ଷ୍ୟସ୍ଥଳ’ ପ୍ରତିଷ୍ଠାନ ହୋଇଛି

ସମ୍ବଲପୁର : ଆଇଆଇଏମ ସମ୍ବଲପୁର ପକ୍ଷରୁ ଏହାର ମ୍ୟାନେଜମେଣ୍ଟ ଡେଭଲପମେଣ୍ଟ କାର୍ଯ୍ୟକ୍ରମ (ଏମଡିପି) ଅଧୀନରେ ନିଜର କ୍ୟାମ୍ପସରେ ମହାନଦୀ କୋଲଫିଲ୍ଡସ ଲିମିଟେଡର ୩୦ ଜଣ ମହିଳା ଅଧିକାରୀଙ୍କ ପାଇଁ ସ୍ୱତନ୍ତ୍ର ଭାବରେ ଡିଜାଇନ କରାଯାଇଥିବା ଦୁଇଦିନିଆ ମହିଳା ନେତୃତ୍ୱ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଶେକରି କୋଭିଡ ପରବର୍ତ୍ତୀ ସମୟରେ ଭାରତରେ ଏବଂ ସମଗ୍ର ବିଶ୍ୱରେ ଆସିଥିବା ନୂତନ ବାସ୍ତବତାକୁ ନେଇ ସୃଷ୍ଟି ହୋଇଥିବା ପରିବର୍ତ୍ତିତ ପରିସ୍ଥିତିରେ ବ୍ୟବସାୟିକ ଏବଂ ଅଣବ୍ୟବସାୟିକ ସଂସ୍ଥାସମୂହ ଏବଂ ସେଗୁଡିକ ନେତୃବୃନ୍ଦଙ୍କ ନିମନ୍ତେ ନିଜକୁ ପୁନଃ ଉଦ୍ଭାବନ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଛି । ବ୍ୟବସାୟ କ୍ଷେତ୍ରରେ ତିଷ୍ଠି ରହିବା, ବ୍ୟାଘାତ ସମୟରେ ନବୋନ୍ମେଷକୁ ନିରନ୍ତର କରିବା ଏବଂ ଭାରତର ଅଭିବୃଦ୍ଧି ଧାରା ଜାରି ରଖିବାର ବର୍ଦ୍ଧିତ ଆବଶ୍ୟକତା ଦେଖାଦେଇଛି । ଏହାକୁ ଦୃଷ୍ଟିରେ ରଖି ଦୁଇଦିନିଆ ତାଲିମ କାର୍ଯ୍ୟକ୍ରମରେ ସଦା ପରିବର୍ତ୍ତନଶୀଳ ବ୍ୟବସାୟ ଦୃଶ୍ୟପଟ୍ଟ ପାଇଁ ମାର୍ଗଦର୍ଶନ, ପରିବର୍ତ୍ତନଶୀଳ ସ୍ଥିତିରେ ତିଷ୍ଠି ରହିବାକୁ ସାମାଜିକ ଏବଂ ଭାବଗତ ସ୍ତରରେ ସହାୟତା ଏବଂ ମୂଲ୍ୟ ସୃଷ୍ଟି କ୍ଷେତ୍ରରେ ସହଯୋଗ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ଆଇଆଇଏମ ସମ୍ବଲପୁରର ନିର୍ଦ୍ଦେଶକ ପ୍ରଫେସର ମହାଦେଓ ଜୟସ୍ୱାଲ ଏବଂ ମହାନଦୀ କୋଲଫିଲ୍ଡସ ଲିମିଟେଡର ଡାଇରେକ୍ଟର-ପର୍ସୋନେଲ ଶ୍ରୀ କେଶବ ରାଓ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।
ଆଇଆଇଏମ ଅଧ୍ୟାପନାମଣ୍ଡଳୀ ସଦସ୍ୟ ଏବଂ ସାଧନ ବ୍ୟକ୍ତି ପ୍ରଫେସର ଶିଖା ଭାରଦ୍ୱାଜ, ପ୍ରଫେସର ଅତ୍ରି ସେନଗୁପ୍ତା ଏବଂ ପ୍ରଫେସର ଭୂମିକା ଗୁପ୍ତା ମହାନଦୀ କୋଲଫିଲ୍ଡସ ଲିମିଟେଡର ମହିଳା ଅଧିକାରୀଙ୍କୁ ଜ୍ଞାନ ବିତରଣ କରିଥିଲେ । ସେମାନେ ନିଜକୁ ନେତୃତ୍ୱ ଦେବା, ଭାବଗତ ବୌଦ୍ଧିକ କ ଏବଂ ଚାପ ପରିଚାଳନା, କାର୍ଯ୍ୟ-ଜିବନ-ପରିବାର ମଧ୍ୟରେ ସମନ୍ୱୟ ରକ୍ଷା ଏବଂ ସହାନୁଭୂତିପୂର୍ଣ୍ଣ ସଂଚାର ଆଦି ବିଷୟରେ ଧ୍ୟାନର ସହିତ ଶୁଣିଥିଲେ ।
ଆଇଆଇଏମ ସମ୍ବଲପୁରର ନିର୍ଦ୍ଦେଶକ ପ୍ରଫେସର ମହାଦେଓ ଜୟସ୍ୱାଲ କହିଥିଲେ, “ଆଇଆଇଏମ ସମ୍ବଲପୁର ନିମନ୍ତେ ଏଭଳି କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ଭାବରେ ସ୍ୱତନ୍ତ୍ର, ଆମେ ସବୁ ଦିଗରୁ ସମାବେଶୀ ବ୍ୟବସ୍ଥାରେ ବିଶ୍ୱାସ କରୁଛୁ ଏବଂ ଏକ ପ୍ରତିଷ୍ଠାନ ଭାବରେ କାର୍ଯ୍ୟସ୍ଥଳରେ ମହିଳା ନେତୃତ୍ୱ ବିକଶିତ କରିବାର ପରିବ୍ୟବସ୍ଥା ପ୍ରତି ଦୃଢ ଭାବରେ ଅବଦାନ ରଖୁଛୁ । ସାମ୍ପ୍ରତିକ ଦୃଶ୍ୟପଟ୍ଟରେ ପରିବର୍ଦ୍ଧିତ ପ୍ରଯୁକ୍ତି ଏବଂ କାର୍ଯ୍ୟସ୍ଥଳରେ ମହାମାରୀ ପରବର୍ତ୍ତୀ ପରିବର୍ତ୍ତନ ପରିପ୍ରେକ୍ଷୀରେ ମହିଳାମାନେ ଉନ୍ନତ ପ୍ରଦର୍ଶନ କରିବାକୁ ଅଧିକ ସୁଯୋଗ ପାଇପାରିବେ ।”
ମହାନଦୀ କୋଲଫିଲ୍ଡସ ଲିମିଟେଡର ଡାଇରେକ୍ଟର- ପର୍ସୋନେଲ ଶ୍ରୀ କେଶବ ରାଓ କହିଥିଲେ, “ଉଚ୍ଚତର ନେତୃତ୍ୱ ପ୍ରଦାନକାରୀ ଭୂମିକା ନିମନ୍ତେ ଏଭଳି କାର୍ଯ୍ୟକ୍ରମ କେବଳ ଗୁରୁତ୍ୱପୂର୍ଣ୍ଣ ନୁହେଁ, ଏହା ମହିଳା ସଶକ୍ତିକରଣ ପାଇଁ ମଧ୍ୟ ଅତ୍ୟନ୍ତ ଉପଯୋଗୀ ହୋଇପାରିବ । ମହିଳାମାନେ କାର୍ଯ୍ୟ କରିବାକୁ ଏକ ଉପଯୋଗୀ ପରିବେଶ ସୃଷ୍ଟି କରିବା ସଂସ୍ଥାନଗୁଡିକ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଛି । ମହିଳାମାନେ ଆଗକୁ ବଢିବା ଦିଗରେ ସେମାନଙ୍କୁ ସମର୍ଥନ କରିବାରେ ଅନ୍ୟ ଲିଙ୍ଗ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି । ତେଣୁ ଏହା ପରିବାର, ସଂଗଠନ ଏବଂ ପ୍ରତିଷ୍ଠାନ ଆଦି ସ୍ତରରେ ସାମଗ୍ରିକ ଦାୟିତ୍ୱ ନିର୍ବାହନର ଆହ୍ୱାନ ଦେଉଛି ।”
ଏହି ଅଧିବେଶନ ଏଥିରେ ଯୋଗଦେଇଥିବା ମହିଳା ସଦସ୍ୟମାନଙ୍କର ଜ୍ଞାନକୁ ସମୃଦ୍ଧ କରିବା ସହିତ ସେମାନଙ୍କୁ ବିବିଧ କ୍ଷେତ୍ରରେ ଜ୍ଞାନ ବିତରଣ କରିଥିଲା, ଯେଉଁମାନେ ସେମାନଙ୍କର ନିଜର କଲ୍ୟାଣ, କାର୍ଯ୍ୟସ୍ଥଳରେ ଚାପ ପରିଚାଳନା ଆଦି ସମ୍ପର୍କରେ ଜ୍ଞାନ ଆହରଣ କରିପାରିଥିଲେ । ଭାବଗତ ବୌଦ୍ଧିକ ସ୍ତରରେ ଉନ୍ନତି ଆଣିବା ଦ୍ୱାରା ତାହା ଚାପ ପରିଚାଳନା କ୍ଷେତ୍ରରେ ଲୋକଶକ୍ତିକୁ ସହାୟତା କରିବା ସହିତ ମଜଭୁତ ସମ୍ପର୍କ ସ୍ଥାପନ, ଅନ୍ୟମାନଙ୍କ ପ୍ରତି ସହାନୁଭୂତିଶୀଳ ହେବା ଏବଂ ଲକ୍ଷ୍ୟ ହାସଲରେ ସହାୟକ ହୋଇପାରିବ । କାର୍ଯ୍ୟସ୍ଥଳରେ ଜଣେ ପରିସ୍ଥିତିର ଆକଳନ କରି ତାହାକୁ ଅଧିକ ସଫଳତାର ସହିତ ନିୟନ୍ତ୍ରଣ କରିପାରିବେ, ମାନସିକ ଚାପ, କାର୍ଯ୍ୟ କ୍ଷେତ୍ରର ଚାପ ଏବଂ ଦାବି ସହିତ ନିଜକୁ ଖାପଖୁଆଇପାରିବେ ଏବଂ ଦ୍ୱନ୍ଦ୍ୱାତ୍ମକ ପରିସ୍ଥିତି ମଧ୍ୟରେ ଆଗକୁ ବଢି ତାହାର ସମାଧାନ କରିପାରିବେ । ମହାମାରୀ ଦୃଷ୍ଟିରୁ ଏଥିରେ କାର୍ଯ୍ୟ-ଜୀବନ-ପରିବାର ମଧ୍ୟରେ ସମନ୍ୱୟ ରକ୍ଷା ମଧ୍ୟ ଏକ ବିଷୟ ରହିଥିଲା, ଯେଉଁଥିରେ ପ୍ରତ୍ୟେକ ସଦସ୍ୟା ନିଜକୁ ସାମିଲ କରିଥିଲେ, କାରଣ ଏଥିରେ ଯୋଗଦେଇଥିବା ପ୍ରତ୍ୟେକ ଶିକ୍ଷାନବିଶ ଚାରିକାନ୍ଥ ମଧ୍ୟରେ ଆବଦ୍ଧ ରହି କାର୍ଯ୍ୟ କରିବା ଏବଂ ସେହି ସମୟରେ ପରିବାରର ଦାୟିତ୍ୱ ନିର୍ବାହ କରିବା ମଧ୍ୟରେ ସମତୁଲ ବଜାୟ ରଖିବା ନେଇ କିଛି ନା କିଛି ସମସ୍ୟାର ସମ୍ମୁଖୀନ ହୋଇଥିଲେ । କାର୍ଯ୍ୟ, ପରିବାର ଦାୟିତ୍ୱ ଏବଂ ବ୍ୟକ୍ତିଗତ ଜୀବନ ମଧ୍ୟରେ ସଫଳତାର ସହିତ ସମନ୍ୱୟ ରକ୍ଷା ଦିଗରେ କର୍ମଚାରୀମାନଙ୍କର ଦକ୍ଷତାର ଉଭୟ ନିଯୁକ୍ତିଦାତା ଏବଂ କର୍ମଚାରୀଙ୍କ ପରିବାର ସଦସ୍ୟଙ୍କ ମଧ୍ୟରେ ରହିଥିବା ଗୁରୁ୍‍ତ୍ୱପୂର୍ଣ୍ଣ ସଂଯୋଗ ବିଷୟକୁ ବାସ୍ତବ ଜୀବନର ସମସ୍ୟା ପ୍ରେକ୍ଷାପଟ୍ଟରେ ଦର୍ଶାଯାଇଥିଲା । ସେମାନେ ନିଜର ପରିସର ପରିବ୍ୟାପ୍ତ କରିବାକୁ ଏହା ଏକ ଦୃଷ୍ଟିକୋଣ ପ୍ରଦାନ କରିଥିଲା, କାରଣ ଏକ ସକାରାତ୍ମକ କାର୍ଯ୍ୟପରିସର-ଜୀବନ ମଧ୍ୟରେ ସନ୍ତୁଳନ କର୍ମଚାରୀଙ୍କର ମାନସିକ ଚାପ ହ୍ରାସ କରିବା, ନିଜସ୍ୱ ଶକ୍ତି ହରାଇବା ଆପଦ ହ୍ରାସ କରିବା ସହିତ ଏକ ବୃହତ୍ତର କଲ୍ୟାଣକାରୀ ପରିବେଶ ସୃଷ୍ଟି କରିଥାଏ । ଏହା କେବଳ କର୍ମଚାରୀ ନୁହନ୍ତି, ନିଯୁକ୍ତିଦାତାଙ୍କ ଉପରେ ମଧ୍ୟ ସକାରାତ୍ମକ ପ୍ରଭାବ ପକାଇଥାଏ । ବେଳେବେଳେ କହିବା ଅପେକ୍ଷା ନିଜେ ଶୁଣିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିବେଚିତ ହୋଇଥାଏ । ସେଥିପାଇଁ ସାରା ବିଶ୍ୱ ଯେତେବେଳେ ବିପୁଳ କ୍ଷୟକ୍ଷତିର ସମ୍ମୁଖୀନ ହୋଇସାରିଛି ସେହି ସମୟରେ ସହାନୁଭୂତିମୂଳକ ଯୋଗାଯୋଗ ବର୍ତ୍ତମାନର ଆବଶ୍ୟକତା ହୋଇଛି । ଜଣେ ଯେଭଳି ଦେଖୁଛନ୍ତି, ଶୁଣୁଛନ୍ତି ଏବଂ ଉପଯୁକ୍ତ ସମ୍ମାନ ପାଉଛନ୍ତି ସେଭଳି ଅନୁଭବ କରିବା ଦିଗରେ ଉଦ୍ୟମ କରିବାକୁ ଅଂଶଗ୍ରହଣକାରୀଙ୍କୁ ଉତ୍ସାହିତ କରାଯାଇଥିଲା ଏବଂ ସେମାନଙ୍କ ଭାବଗତ ସମ୍ପର୍କ ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଇଥିଲା । ଥରେ ସେଭଳି ସମ୍ପର୍କ ସୃଷ୍ଟି ହୋଇଗଲେ ଜଣଙ୍କ ଶବ୍ଦର ଯଥେଷ୍ଟ ଅଧିକ ପ୍ରଭାବ ରହିପାରିବ । ଏହି ଅବସରରେ ପ୍ରଫେସର ଭୂମିକା ଗୁପ୍ତା ‘ଜଣେ ସବୁ ବୁଝିଛନ୍ତି ବୋଲି ଧରିନିଆଯିବା ପୂର୍ବରୁ ସେ ନିଜେ ବୁଝିବା ଆବଶ୍ୟକ’ ଉପରେ ଗୁରୁତ୍ୱ ଦେଇଥିଲେ ।
ସମଗ୍ର ବିଶ୍ୱରେ ଘଟୁଥିବା ରୂପାନ୍ତରଣ ଏକ ନୂଆ ଚିନ୍ତନ, ଆତ୍ମ କଲ୍ୟାଣ, ବଜାରଧାରାରେ ଘଟୁଥିବା ପରିବର୍ତ୍ତନ ସମ୍ପର୍କରେ ଅବଗତ ରହିବା, ନୂଆ କୌଶଳ ମାର୍ଗ ବିକଶିତ କରିବା ଏବଂ ଲୋକଙ୍କୁ ସଶକ୍ତ କରିବା ଆବଶ୍ୟକ କରୁଛି । ଆଇଆଇଏମ ସମ୍ବଲପୁର ବିଭିନ୍ନ ସଂସ୍ଥାନକୁ ସେମାନେ କିଛି ବୃହତ୍ତର ଓ ଭିନ୍ନ ଚିନ୍ତା କରିବା, ନୂଆ ବଜାରଗୁଡିକର ଅଭିବୃଦ୍ଧି ସମ୍ଭାବନା ଅନୁଧ୍ୟାନ, ବଜାରଗୁଡିକୁ ସେମାନଙ୍କ ନିଜସ୍ୱ ଦୃଷ୍ଟିକୋଣରୁ ପୁନଃସଂଜ୍ଞା ନିରୂପଣ କରିବା ଏବଂ ଗ୍ରାହକ ଓ କର୍ମଚାରୀଙ୍କୁ ଅଧିକ ଉପଯୋଗୀ ତଥା ପ୍ରେରଣାଦାୟୀ ପଦ୍ଧତିରେ ନିୟୋଜିତ ରଖିବା ଦିଗରେ ସମର୍ଥନ କରିବା ଉପରେ ଦୃଷ୍ଟିନିବଦ୍ଧ କରୁଛି ।

0
0
0
s2sdefault