ହେଡଲାଇନସ୍:

ପ୍ରଶାସନିକ ସୁଦୟା ଅପେକ୍ଷାରେ ଅହଲ୍ୟା : ଗୁହାରି ଶୁଣିବ କି ପ୍ରଶାସନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାସ ଖଣ୍ଡେ ଓ ପଡି କାର୍ଡ ପାଇଁ ପଦ୍ମପୁର ଉପଜିଲ୍ଲାପାଳଙ୍କୁ କଲେ ନିବେଦନ

ପଦ୍ମପୁର(ଶାସକପ୍ରଶାସକ)- ସରକାର ଗରିବ ଲୋକଙ୍କ ପାଇଁ ଅନେକ ଜନହିତକର ଯୋଜନା ମାନ ତିଆରି କରିଛନ୍ତି | ହେଲେ କିଛି ଅସାଧୁ କର୍ମଚାରୀ ଓ ଜନପ୍ରତିନିଧି ଙ୍କ ପାଇଁ ପ୍ରକୃତ ହିତାଧିକାରୀ ଯୋଜନା ରୁ ବଞ୍ଚିତ ରହୁଛନ୍ତି | ଯାହାର ଜ୍ଵଳନ୍ତ ଉଦାହରଣ ପଦ୍ମପୁର ଉପଖଣ୍ଡ ସର୍ଗିବାହାଲ ଗ୍ରାମର ଅହଲ୍ୟା ତମଲିଆ | ସେ ଆଜି ପଦ୍ମପୁର ଉପଜିଲ୍ଲାପାଳ ଙ୍କ ପାଖରେ ରାସନ୍ କାର୍ଡ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡିଏ ପାଇଁ ଗୁହାରି କରିଛନ୍ତି । ସ୍ବାମୀଙ୍କ ମାନସିକ ସ୍ଥିତି ଖରାପ ହୋଇଯାଇଥିବାରୁ ସେ ଘର ଛାଡ଼ି ଚାଲିଯାଇଥିବା କହିଛନ୍ତି ଅହଲ୍ୟା ତମଲିଆ | ଏଭଳି ସ୍ଥିତିରେ ଦୁଇ ନାବାଳକକୁ ନେଇ ଚଳିବା କଷ୍ଟକର ହେଉଥିବା ବେଳେ ଏନେଇ ବହୁବାର ସର୍ଗିବାହାଲ ସରପଞ୍ଚ ତଥା ପଞ୍ଚାୟତ କର୍ମଚାରୀ ମାନଙ୍କ ପାଖରେ ଅଭିଯୋଗ କରିଥିଲେ ମଧ୍ୟ କିଛି ଫଲପ୍ରଦ ହୋଇନାହିଁ । ପ୍ରଶାସନ ତାଙ୍କ ଗୁହାରି କୁ ବିଚାର ଯଥାଶୀଘ୍ର ତାଙ୍କୁ ରାସନ୍ କାର୍ଡ ଏବଂ ଘର ଖଣ୍ଡିଏ ଯୋଗାଇ ଦେବାକୁ ସଚେତନ ନାଗରିକ ମାନେ ମଧ୍ୟ ଦାବି କରିଛନ୍ତି ।

0
0
0
s2sdefault