ହେଡଲାଇନସ୍:

ଫକୋଟପଡା ରେ ଆଙ୍ଗନୱାଡି ଗୃହ ନିର୍ମାଣ ଦାବି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନୂଆପଡାରୁ ଯଶୋବନ୍ତ କୁମାର : ଖଡିଆଳ ଏନଏସିକୁ ଲାଗିରହିଥିବା ଗଡ୍ରାମୁଣ୍ଡା ପଞ୍ଚାୟତର ଫକଟପଡା ବସ୍ତିରେ ଜଗା ନଥିବାରୁ ଆଙ୍ଗନୱାଡି ଗୃହ ନିର୍ମାଣ ହୋଇପାରୁନି । ସୂଚନାମତେ ଫୋକଟପଡାରେ ସ୍ୱତନ୍ତ୍ର ଆଙ୍ଗଗନୱାଡି ଗୃହ ନଥିବା ବେଳେ ଏଠାକାର ସରକାରୀ ବିଦ୍ୟାଳୟର ରନ୍ଧନ କକ୍ଷରେ ଆଙ୍ଗନୱାଡି ଗୃହ ଅସ୍ଥାୟୀ ଭାବରେ ଚାଲିଛି । ଏହି ବିଦ୍ୟାଳୟ ଗୃହ ଅତି ଛୋଟ ହୋଇଥିବାରୁ ସେଠାରେ ବହୁତ ଅସୁବିଧା ହୋଉଛି । ମାତ୍ର ଫକୋଟପଡାରେ ଉନ୍ନୟନ ଯୋଜାନା ଯୋଗ୍ୟ ଖାତ ନଂ ୪୪୯,ପ୍ଲଟ ନଂ ୮୨୬ ରେ ୮ ଡିସମିଲ ସରକାରୀ ଜମି ରହିଛି । ସେହି ଜମିରେ ଆଙ୍ଗନୱାଡି ଗୃହ ନିର୍ମାଣ କରିବାକୁ ଉଦ୍ୟମ କଲେ କିଛି ଲୋକ ଧମ ଚମକ ଦେଇ ଉକ୍ତ ଜାଗାରେ ଆଙ୍ଗନୱାଡି ଗୃହ କରାଇ ଦେଉନଥିବା ଅଭିଯୋଗ ହୋଇଛି । ଏନେଇ ଖଡିଆଳ ତହସିଲଦାରଙ୍କୁ ଅଭିଯୋଗ କରାଯାଇଛି । ହେଲେ କୌଣସି ପଦକ୍ଷେପ ନିଆଯାଇ ନଥିବା ଫକଟପଡାର ପ୍ରଭୁଦତ୍ତ ଗଉଡ, ପଙ୍କଜ ସିଂ ସମେତ ସମସ୍ତ ପଡାବାସୀ ଅଭିଯୋଗ କରିଛନ୍ତି । ଏ ବିଷୟରେ ଖଡିଆଳ ବିଡିଓ ନାରାୟଣ ସାହୁଙ୍କୁ ଯୋଗାଯୋଗ କରିବାରୁ ଅମ୍ଭେ ଖଡିଆଳ ତହସିଲ କାର୍ଯ୍ୟଲୟକୁ ଜମି ଚିହ୍ନଟ କରିବା ପାଇଁ କହିଛୁଁ, ହେଲେ ତହସିଲ କାର୍ଯ୍ୟାଳୟ ପକ୍ଷରୁ କୌଣସି ଉତ୍ତର ଆସିନାହିଁ ବୋଲି ପ୍ରକାଶ କରିଥିଲେ । ଏ ବିଷୟରେ ଖଡିଆଳ ଅତିରିକ୍ତ ତହସିଲଦାର ଭୁପେନ୍ଦ୍ର ସିଂ ଙ୍କ ସହ ଯୋଗାଯୋଗ କରିବାରୁ ଯଦି ବିଡିଓଙ୍କ କାର୍ଯ୍ୟାଳୟ ପକ୍ଷରୁ ଜମି ଚିହ୍ନଟ ପାଇଁ ଚିଠି କରାଯାଇଛି ତେବେ ମୁଁ ଅତିଶିଘ୍ର ଜମି ଚିହ୍ନଟ କରିବି ବୋଲି ପ୍ରତିଶ୍ରୃତି ଦେଇଥିଲେ । ହେଲେ ୧ ମାସ ଉପରେ ହୋଇଗାଲାଣୀ ମାତ୍ର ଜମି ଚହିହ୍ନଟ ହୋଇପାରିନାହିଁ । ଏଥିପ୍ରତି ପ୍ରସାଶନ ତୁରନ୍ତ ପଦକ୍ଷେପ ନେଇ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ପଡାବସି ଦାବି କରୁଛନ୍ତି ।

 

0
0
0
s2sdefault