ହେଡଲାଇନସ୍:

ଆଦିତ୍ୟ ବିର୍ଲା ପବ୍ଲିକ ସ୍କୁଲରେ ଫିଟ୍‍ ଇଣ୍ଡିଆ ସ୍କୁଲ ସପ୍ତାହ ପାଳନ

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର/ଟିକିରି (ବୈକୁଣ୍ଠନାଥ ଦୁରିଆ) : ଆଦିତ୍ୟ ବିର୍ଲା ପବ୍ଲିକ ସ୍କୁଲ (ଏବିପିଏସ) ଦୋରାଗୁଡାଠାରେ ଏକ ସପ୍ତାହ ବ୍ୟାପୀ ଫିଟ୍‍ ଇଣ୍ଡିଆ ସ୍କୁଲ ସପ୍ତାହ ପାଳନ (୨୦୨୧ ଡିସେମ୍ବର ୧ରୁ ୭ ପର୍ଯ୍ୟନ୍ତ) ଆରମ୍ଭ ହୋଇଛି । ଏବିପିଏସ୍‍ର ପ୍ରିନସିପାଲ ଶ୍ରୀ ଏଲ ଏନ ଦାଶ ଫିଟ ଇଣ୍ଡିଆ ପତାକା ଉତ୍ତୋଳନ କରିବା ସହିତ ଛାତ୍ରଛାତ୍ରୀଙ୍କୁ ସୁସ୍ଥ ରହିବାର ଗୁରୁତ୍ୱ ଏବଂ ଆମ ଜୀବନ ଉପରେ ତାହାର ପ୍ରଭାବ ସମ୍ପର୍କରେ ଉଦବୋଧନ ଦେଇଥିଲେ ।
ଜନସାଧାରଣ ସେମାନଙ୍କର ଦୈନନ୍ଦିନ ଜୀବନ ଓ ନିୟମିତ କାର୍ଯ୍ୟାଭ୍ୟାସରେ ଶାରୀରିକ କାର୍ଯ୍ୟକଳାପ ଓ କ୍ରୀଡାକୁ ସାମିଲ କରିବା ନିମନ୍ତେ ଉତ୍ସାହିତ କରିବାକୁ ଆମର ସମ୍ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୯ ଅଗଷ୍ଟ ୨୯ ତାରିଖ ଦିନ ଫିଟ୍‍ ଇଣ୍ଡିଆ ଅଭିଯାନ ଶୁଭାରମ୍ଭ କରିଥିଲେ । ଏହି ଅଭିଯାନ ଆଗକୁ ବଢାଇବା ପାଇଁ ସିବିଏସଇ ତାହାର ଅନୁବନ୍ଧିତ ବିଦ୍ୟାଳୟସମୂହ ଜରିଆରେ ଏହାକୁ ପରିଚାଳିତ କରୁଛି ଏବଂ ୨୦୨୧ ନଭେମ୍ବର-ଡିସେମ୍ବରରେ ଫିଟ୍‍ ଇଣ୍ଡିଆ ସପ୍ତାହ ପାଳନ କରୁଛି ।
ଆଦିତ୍ୟ ବିର୍ଲା ପବ୍ଲିକ ସ୍କୁଲ ଦୋରାଗୁଡା, ଫିଟ୍‍ ଇଣ୍ଡିଆ ଲୋଗୋ ଏବଂ ଫିଟ୍‍ ଇଣ୍ଡିଆ ପତାକା ବ୍ୟବହାର କରିବାକୁ ଯୋଗ୍ୟ ବିବେଚିତ ହୋଇଛି ।
ସୁସ୍ଥତା, ପାରମ୍ପରିକ ନୃତ୍ୟ ଏବଂ ୨୦୨୧ ଡିସେମ୍ବର ୧ ତାରିଖରେ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରା ଆୟୋଜନ ସହିତ ଏହି ସପ୍ତାହବ୍ୟାପୀ କାର୍ଯ୍ୟକ୍ରମ ଉଦ୍‍ଘାଟିତ ହୋଇଥିଲା । ଶାରୀରିକ ଶିକ୍ଷା ଶିକ୍ଷକ ଶ୍ରୀ ସୁନିଲ ଶର୍ମାଙ୍କ ନେତୃତ୍ୱରେ ଷଷ୍ଠରୁ ଏକାଦଶ ପର୍ଯ୍ୟନ୍ତ ଶ୍ରେଣୀର ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ‘ଆମେ ସୁସ୍ଥ ରହିଲେ, ଦୁନିଆଁ ସୁସ୍ଥ ରହିବ, ସୁସ୍ଥ ରହନ୍ତୁ, କର୍ମଠ ରହନ୍ତୁ, ଶରୀର ସୁସ୍ଥ ତ ମନ କର୍ମଚଞ୍ଚଳ’ ଆଦି ସ୍ଲୋଗାନ ଦେଇ ନୂଆପଡା ପରିକ୍ରମା କରିଥିଲେ । ଏହି ସପ୍ତାହରେ ଛାତ୍ରଛାତ୍ରୀ ଯୋଗାଭ୍ୟାସ କରିବା, କବିତା ଲେଖିବା, ଟକ୍‍ ସୋ ଏବଂ ଉତ୍ତମ ସ୍ୱାସ୍ଥ୍ୟାଭ୍ୟାସ ଅନୁସରଣ କରିବାକୁ ବହୁବିଧ କାର୍ଯ୍ୟକ୍ରମ ଆୟୋଜନ କରାଯିବାକୁ ଯୋଜନା କରାଯାଇଛି ।
-

 

 

0
0
0
s2sdefault