ହେଡଲାଇନସ୍:

ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ -୨୦୨୧ : ଦିବ୍ୟାଙ୍ଗମାନେ ଅନ୍ୟ ମାନଙ୍କ ଠାରୁ କମ୍ ନୁହଁନ୍ତି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗାନ୍ଧୀ ମେମୋରିଆଲ୍ ସ୍କୁଲ ପରିସରରେ "ନିୟତୀ" ମାନସିକ ଅନଗ୍ରସର ବିଦ୍ୟାଳୟ ( ଦିବ୍ୟଙ୍ଗ) ପକ୍ଷରୁ
ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି।
ଏହି ଅବସରରେ ଏକ ସଚେତନତା ଶିବିର ଓ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ସ୍ମାର୍ଟ ସ୍କୁଲର ପ୍ରତିଷ୍ଠାତା ଶ୍ରୀମତୀ ସ୍ୱାଗତିକା ମିଶ୍ର ଯୋଗଦେଇ ଭିନ୍ନକ୍ଷମ ହେଲେ ହେଁ ପ୍ରତ୍ୟେକ ନାଗରିକଙ୍କ ମୌଳିକ ଅଧିକାରକୁ ଗୁରୁତ୍ବ ଦେବାପାଇଁ କହିଥିଲେ।
ସେହିପରି ସ୍ବତନ୍ତ୍ର ଅତିଥି ଭାବେ ସି ସି ଡି ର ପ୍ରତିଷ୍ଠାତା ଏବଂ ସମ୍ପାଦକ ଏ.ଜଗନ୍ନାଥ ରାଜୁ ଯୋଗଦେଇ ସରକାରଙ୍କ ବିଭିନ୍ନ ଯୋଜନା ଓ ଭିନ୍ନକ୍ଷମଙ୍କ ପାଇଁ ରହିଥିବା ବିଭିନ୍ନ ମାଗଣା ଆଇନ ସେବା ସମ୍ପର୍କରେ ଆଲୋଚନା କରିଥିଲେ। ମାନସିକ ସୁସ୍ଥ ରହିବାକୁ ହେଲେ କିଭଳି ଆମକୁ ସଜାଗ ରହିବାକୁ ହେବ ଏବଂ ସେହି ପିଲାଙ୍କୁ ଏବଂ ବ୍ୟକ୍ତିମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସମାଜର ପ୍ରତିଟି ବର୍ଗର ଲୋକଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ଆହ୍ବାନ କରୁଥିଲେ। ସମର୍ଥ ର ସମ୍ପାଦକ ସନ୍ତୋଷ ମହାରଣା ସରକାରଙ୍କ ବିଭିନ୍ନ ହିତକର ଯୋଜନା ସମ୍ପର୍କରେ ବୁଝାଇଥିଲେ ।
ଭୌତିକ ଚିକିତ୍ସା (phijiotheropist) ଡାକ୍ତର ଅରୁଣ ନାୟକ ଯୋଗଦେଇ ଭିନ୍ନକ୍ଷମଙ୍କ ପାଇଁ ରହିଥିବା ସରକାରଙ୍କ ବିଭିନ୍ନ ନିୟମ ଓ ଏହାର କାର୍ଯ୍ୟକାରିତା ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ଦିବ୍ୟଙ୍ଗ ଛାତ୍ର ଛାତ୍ରୀ ଉପସ୍ଥିତ ରହିଥିଲେ।

ଗାନ୍ଧୀ ମେମୋରିଆଲ୍ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏସ୍ .ତିରୁପତି ବିଶ୍ବ ଭିନ୍ନକ୍ଷମ ଦିବସ ପାଳିତର ତାତ୍ପର୍ଯ୍ୟ ବୁଝାଇଥିଲେ। "ନିୟତୀ" ସ୍କୁଲର ପ୍ରତିଷ୍ଠାତା ଶ୍ରୀଯୁକ୍ତ ବିଚିତ୍ରାନନ୍ଦ ବେବର୍ତ୍ତା ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ ।
ଏହି ଅବସରରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା। ଶ୍ରୀ ବେବର୍ତ୍ତା ମାନସିକ ସୁସ୍ଥ ରହିବାକୁ ହେଲେ କିଭଳି ଆମକୁ ସଜାଗ ରହିବାକୁ ହେବ ସେ ବିଷୟରେ ବୁଝାଇଥିଲେ । ଭିନ୍ନକ୍ଷମ ହେଲେ ହେଁ ପ୍ରତ୍ୟେକ ନାଗରିକଙ୍କ ମୌଳିକ ଅଧିକାରକୁ ଗୁରୁତ୍ବ ଦେବାପାଇଁ ସେ ଗୁରୁତ୍ବାରୋପ କରିଥିଲେ ।
ସମସ୍ତ କାର୍ଯ୍ୟକ୍ରମକୁ "ନିୟତୀ" ର ଅଧ୍ୟକ୍ଷା ସ୍ନେହଲତା ପାଣିଗ୍ରାହୀ , ଜଚ୍ଛନା ଡାକୁଆ , ଅରୁପାଞ୍ଜଳି ମହାନ୍ତି , ସୁନିତ ଗମାଙ୍ଗ , ସୁନୀଲ ଗମାଙ୍ଗ , ଶାଶ୍ୱତୀ ବେବର୍ତ୍ତା , ଜୟାମା , କୁମାରୀ ଆପଟ୍ଟ , ଅନ୍ନପୂର୍ଣ୍ଣା ନାୟକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

0
0
0
s2sdefault