ହେଡଲାଇନସ୍:

5ଟି ଉପକ୍ରମରେ ସୋହେଲା ବ୍ଲକର ୮ଗୋଟି ହାଇସ୍କୁଲ ସାମିଲ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୋହେଲା(ଶାସକ ପ୍ରଶାସକ)-5ଟି ଉପକ୍ରମରେ ଏଥର ଦ୍ଵିତୀୟ ପର୍ଯ୍ୟାୟରେ ବରଗଡ ଜିଲ୍ଲା ସୋହେଲା ବ୍ଲକର ୮ଗୋଟି ହାଇସ୍କୁଲକୁ ସାମିଲ କରାଯାଇଛି । ସେଗୁଡିକ ହେଲା ସୋହେଲା ଗାର୍ଲସ ହାଇସ୍କୁଲ, ପାଣିମୋରା, କନାପାଲି, କରନଡୋଲା, ସାଲେପାଲି, ଘେଁସ, ଛୁରିଆପାଲି ଓ ପେଟୁପାଲି ହାଇସ୍କୁଲ । ପ୍ରତ୍ୟେକ ସ୍କୁଲରେ ୬୦ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଥିବା ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହ ସୂଚନା ଦେଇଛନ୍ତି । ଖୁବ ଶୀଘ୍ର କାମ ଆରମ୍ଭ ହୋଇ ମାର୍ଚ୍ଚ ମାସ ସୁଦ୍ଧା କାମ ଶେଷ ହେବ ବୋଲି ଜଣାପଡ଼ିଛି । ପ୍ରଥମ ପର୍ଯ୍ୟାୟରେ ସୋହେଲା ବ୍ଲକରେ କୁଚିପାଲି, ଲେବିଡ଼ି ଓ ସୋହେଲା ହାଇସ୍କୁଲରେ ଏହି ରୂପାନ୍ତରିକରଣ ହୋଇଥିଲା । କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭାରଚୁଆଲ ମାଧ୍ୟମରେ ଏହାର ଉଦଘାଟନ କରିଥିଲେ ।

0
0
0
s2sdefault