ହେଡଲାଇନସ୍:

ପଦ୍ମ ଛାଡି ଶଙ୍ଖ ଧରିଲେ ଜିଲ୍ଲା ପରିଷଦ ସଭ୍ୟ: ବିଜେପିକୁ ଶକ୍ତ ଧକ୍କା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନିଶ୍ଚିନ୍ତକୋଇଲି (ଶାସକ ପ୍ରଶାସକ) : ମାହାଙ୍ଗା ନିର୍ବାଚନ ମଣ୍ଡଳୀ ନିଶ୍ଚିନ୍ତକୋଇଲି ବ୍ଲକ ର ୨୬ ନମ୍ୱର୍ ଜୋନ୍ ବିଜେପି ଦଳ ନିର୍ବାଚିତ ଜିଲ୍ଲା ପରିଷଦ ସଭ୍ୟ ସେକ୍ ଜାହିର ମହମ୍ମଦ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ ଏବଂ ନିର୍ମଳ ଭାବମୂର୍ତ୍ତି ରେ ଓ ନିଶ୍ଚିନ୍ତକୋଇଲି ବ୍ଲକ ବିକାଶ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଓ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନାଙ୍କ ନେତୃତ୍ୱ କୁ ସମର୍ଥନ କରି ଆଜି ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି | ଆଜି ମନ୍ତ୍ରୀ ଶ୍ରୀ ଜେନାଙ୍କ ଓ ଉପସ୍ଥିତିରେ ଜାହିର ଆନୁଷ୍ଠାନିକ ଭାବେ ନିଜ ସମର୍ଥକ କର୍ମୀଙ୍କୁ ନେଇ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ | ମନ୍ତ୍ରୀ ଶ୍ରୀ ଜେନା ଜିଲ୍ଲା ପରିଷଦ ସଭ୍ୟ ଜାହିର ମହମ୍ମଦ ଓ ତାଙ୍କ ସମର୍ଥକ ମାନଙ୍କୁ ଦଳକୁ ସ୍ୱାଗତ କରିବା ସହ ସେମାନଙ୍କ ଯୋଗଦାନ ଦଳର ସାଙ୍ଗଠନିକ ସାମର୍ଥ୍ୟକୁ ଅଧିକ ମଜଭୁତ କରିବା ବୋଲି କହିଥିଲେ |

ସୂଚନାଯୋଗ୍ୟ ସେକ ଜାହିର ମାହାଙ୍ଗା ବିଜେପି ନେତାଙ୍କ ମନମୁଖୀ କାର୍ଯ୍ୟକଳାପ ରେ ଅତିଷ୍ଠ ହୋଇ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କୁ ନିଜର ଇସ୍ତଫା  ପତ୍ର ପ୍ରଦାନ କରିଥିଲେ । ସେକ ଜାହିର ବିଜେପି ଦଳରୁ 26 ନଂ ଜିଲାପରିଷଦ ସଭ୍ୟ ଭାବେ ନିର୍ବାଚନ ରେ ପ୍ରତିନିଧିତ୍ଵ କରି ବହୁ ସଂଖ୍ୟାରେ ବିଜୟଲାଭ କରିଥିଲେ । କିନ୍ତୁ  ଜିତିଲା ପରେ ମାହାଙ୍ଗା ବିଜେପି ନେତାଙ୍କ ମନମୁଖୀ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ପ୍ରକାଶ କରି ବିଜେପି ଦଳରୁ ଇସ୍ତଫା ପ୍ରଦାନ କରିଥିଲେ । ଆଉ ଆଜି ମନ୍ତ୍ରୀ ପ୍ରତାପ ଜେନାଙ୍କ ଉପସ୍ଥିତିରେ ସେକ ଜାହିର ମହମ୍ମଦ ପଦ୍ମ ଛାଡି ଆନୁଷ୍ଠାନିକ ଭାବେ ଶଙ୍ଖ ଧରିଛନ୍ତି । ମାହାଙ୍ଗା ବିଜେପି ଦଳ ନେତାଙ୍କ ମନମୁଖୀ ଶାସନ ପାଇଁ ଦିନକୁ ଦିନ ବହୁ ଆଗଧାଡ଼ିର ବିଜେପି କର୍ମୀ ପଦ୍ମ ଛାଡି ମନ୍ତ୍ରୀ ପ୍ରତାପ ଜେନାଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ବିଜେଡ଼ିରେ ଯୋଗଦାନ କରୁଛନ୍ତି । ଆଗକୁ ନିର୍ବାଚନ  ମାହାଙ୍ଗା ବିଜେଡି ପାଇଁ ଶୁଭଙ୍କର ରହିଥିବାବେଳେ ବିଜେପି ପାଇଁ ଦଳୀୟ କନ୍ଦଳ ବୁମେରାଙ୍ଗ ସୃଷ୍ଟି କରିପାରେ ବୋଲି ବହୁ ଆଇନଜୀବୀ, ବୁଦ୍ଧିଜୀବୀ ମାନେ ମତପ୍ରକାଶ କରିଛନ୍ତି । ତେବେ ମାହାଙ୍ଗା ରେ ଶଙ୍ଖ ଦିନକୁ ଦିନ ଉର୍ଦ୍ଧ୍ବ ଗାମୀ ହେଉଥିଲା ବେଳେ ପଦ୍ମ ନିମ୍ନଗାମୀ ହେବାକୁ  ଲାଗିଛି ବୋଲି ଚର୍ଚ୍ଚା ହେଉଛି । ଯାହାକି ବିଜେପି ଦଳ ପାଇଁ ଶୁଭଙ୍କର ନୁହେଁ ?

0
0
0
s2sdefault