ହେଡଲାଇନସ୍:

ନିଜ ଜନ୍ମଦିନକୁ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଗହଣରେ ପାଳିଲେ ମନ୍ତ୍ରୀ ପ୍ରତାପ ଜେନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପିଲାଙ୍କ ସହ କେକ କାଟିଲେ, ଶୀତବସ୍ତ୍ର ବାଣ୍ଟିଲେ ଆଉ ବିଧାୟକ ହାତପାଣ୍ଠିରୁ ଦେଲେ 5ଲକ୍ଷ ସହାୟତା

ନିଶ୍ଚିନ୍ତକୋଇଲି /ଶାସକ ପ୍ରଶାସକ : ନିଜ ୫୬ତମ ଜନ୍ମଦିନକୁ ସ୍ମରଣୀୟ ଆଉ ନିଆରା ଢଙ୍ଗରେ ପାଳିଛନ୍ତି ପଂଚାୟତିରାଜ-ପାନୀୟ ଜଳ, ଗୃହ ନିର୍ମାଣ-ନଗର ଉନ୍ନୟନ ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନା | ଅସୁରେଶ୍ଵର ସ୍ଥିତ ମଦର ଟେରେସା ମୂକ ଓ ବଧିର ଉଚ୍ଚ ବିଦ୍ୟାଳୟର ଦିବ୍ୟାଙ୍ଗ ଛାତ୍ର ଛାତ୍ରୀଙ୍କ ଗହଣରେ ପାଳିଛନ୍ତି ତାଙ୍କ ଜନ୍ମଦିନ । ପିଲାଙ୍କ ଗହଣରେ କେକ କାଟିବା ସହ ସେମାନଙ୍କ ସହିତ ବେଶ କିଛି ସମୟ କଥାବାର୍ତ୍ତା ହୋଇ ସୁବିଧା ଅସୁବିଧା ପଚାରିଥିଲେ | ମନ୍ତ୍ରୀ ଶ୍ରୀ ଜେନା ଦିବ୍ୟାଙ୍ଗ ଛାତ୍ର ଛାତ୍ରୀଙ୍କୁ ଶୀତବସ୍ତ୍ର ବଂଟନ କରିବା ସହ ନିଜ ବିଧାୟକ ପାଣ୍ଠିରୁ ବିଦ୍ୟାଳୟ ଓ ଛାତ୍ର ଛାତ୍ରୀଙ୍କ ବିକାଶ ପାଇଁ ୫ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ଏପରିକି ବିଦ୍ୟାଳୟ ଏକ ସାଧାରଣ ସଭାରେ ମନ୍ତ୍ରୀ ଶ୍ରୀ ଜେନା ଯୋଗଦାନ କରି ମୁଖ୍ୟମନ୍ତ୍ରୀ ଦିବ୍ୟାଙ୍ଗ ପିଲାମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଛନ୍ତି କହିବା ସହ ଏହି ବିଦ୍ୟାଳୟରେ ଆଉ ଯାହାକିଛି ସମସ୍ୟା ରହିଛି ତାହାକୁ ତୁରନ୍ତ ଦୂର କରାଯିବ ବୋଲି ନିର୍ଭର ପ୍ରତିଶୃତି ଦେଇଛନ୍ତି । ଦିବ୍ୟାଙ୍ଗ ପିଲାମାନଙ୍କ ସହ ନିଜର ଜନ୍ମଦିନ ପାଳନ କରିଥିବାରୁ ମନ୍ତ୍ରୀ ନିଜର ଆନନ୍ଦ ପ୍ରକାଶ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀଙ୍କ ସହ ନିଶ୍ଚିନ୍ତକୋଇଲି ବ୍ଲକ ଅଧକ୍ଷା ସବିତା ଓଝା, ବ୍ଲକ ବିଜେଡି ସଭାପତି ରମାକାନ୍ତ ମହାନ୍ତି, ବ୍ଲକ ବିଜେଡି ଉପସଭାପତି ଅଶୋକ କୁମାର ଓଝା, ପ୍ରାକ୍ତନ ଅଧକ୍ଷ ଗିରିସରଞ୍ଜନ ମହାପାତ୍ର, ସମାଜସେବୀ ପ୍ରକାଶ ଚନ୍ଦ୍ର ସାହୁ, ସରପଞ୍ଚ ଅନ୍ନଦା ପ୍ରସାଦ ନାୟକ, ମହେଶ୍ୱର ବାରିକ, ମଦର ଟେରେସା ବିଦ୍ୟାଳୟର ପ୍ରଧାନଶିକ୍ଷକ ଙ୍କ ସମେତ ମଦର ଟେରେସା ମୁକ ବଧିର ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ଉପସ୍ଥିତ ରହି ମନ୍ତ୍ରୀଙ୍କ ଜନ୍ମଦିନ ପାଳନ କରିଥିଲେ । ତେବେ ମନ୍ତ୍ରୀଙ୍କ ଏଭଳି ମହାନତା କାର୍ଯ୍ୟ ପାଇଁ ମଦର ଟେରେସା ବିଦ୍ୟାଳୟ ,ସ୍ଥାନୀୟ ଗ୍ରାମବାସୀଙ୍କ ତରଫରୁ ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଯାଇଛି । ଶେଷରେ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀମାନେ ସାଂସ୍କୃତିକ ନୃତ୍ୟ ପରିବେଷଣ କରିଥିଲେ ।

0
0
0
s2sdefault