ହେଡଲାଇନସ୍:

ଓଡ଼ିଶା/ଝାଡ଼ଖଣ୍ଡର ପିଲାମାନଙ୍କ ସ୍ୱପ୍ନ ସତ ହେଲା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଫିନଲାଣ୍ଡ ଦୂତାବାସ ଦ୍ୱାରା ଆୟୋଜିତ ଚିତ୍ରାଙ୍କନ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଦିଲ୍ଲୀକୁ ବିମାନରେ ଯାତ୍ରା

ଭୁବନେଶ୍ୱର: ପ୍ରଥମ ଥର ଓଡ଼ିଶାରୁ ୨୫ ଜଣ ଓ ଝାଡ଼ଖଣ୍ଡର ୫ ଜଣ ପିଲା ବିମାନରେ ପ୍ରବେଶ କରିବାର ଖୁସିକୁ ଅନୁଭବ କରିଥିଲେ କାରଣ ସେମାନେ ଡିସେମ୍ବର ୧ରେ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ବିମାନରେ ଯାତ୍ରା କରିଥିଲେ । ଟାଟା ଷ୍ଟିଲ୍ ଫାଉଣ୍ଡେସନ ଅଧୀନରେ ଏଜୁକେସନ୍ ସିଗ୍ନେଚର ପ୍ରୋଗ୍ରାମର ୨୯ ଜଣ ପିଲା ଓ ମସ୍ତି କି ପାଠଶାଳାର ଜଣେ ପିଲା ରାଂଚିରୁ ଏୟାର ଏସିଆ ବିମାନରେ ଯାତ୍ରା କରିଥିଲେ । ବିମାନ ଉଡ଼ାଣ ଅନୁଭୂତି ବ୍ୟତୀତ ଏହି ୩୦ ଜଣ ଛାତ୍ରଛାତ୍ରୀମାନେ ନୂଆଦିଲ୍ଲୀରେ ଫିନଲାଣ୍ଡ ଦୂତାବାସରେ ୨୦୨୧ ଡିସେମ୍ବର ୨-୪ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏକ ଚିତ୍ରାଙ୍କନ ପ୍ରତିଯୋଗିତାରେ ଭାଗ ନେବେ ଓ ଅଂଶଗ୍ରହଣ କରିବେ ।
ଏଜୁକେସନ୍ ସିଗ୍ନେଚର ପ୍ରୋଗ୍ରାମର ପିଲାମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ୫୦ ପାଖାପାଖି ଚିତ୍ରକଳାକୁ ଦୂତାବାସରେ ପ୍ରଦର୍ଶିତ କରାଯିବ । ଏହା ସହିତ ଏହି ସମୟରେ ଏକ ମୁରାଲ୍ ପେଟିଂ ଅଧିବେଶନରେ ପିଲାମାନେ ସେମାନଙ୍କ କଳା କୌଶଳରେ ଉନ୍ନତି ଆଣିପାରିବେ । ଏହା ବ୍ୟତୀତ, ସେମାନେ ଦର୍ଶନୀୟ ସ୍ଥାନ ବୁଲିବା ସହ ରାଜଧାନୀ ସହରର ଅନୁଭୂତି ହାସଲ କରିବେ ଓ ଏକ ମଲ୍ଟିପ୍ଲେକ୍ସରେ ଏକ ସିନେମା ଦେଖିବାର ରୋମାଂଚ ହାସଲ କରିବେ । ଏହି ଟିମ ୨୦୨୧ ଡିସେମ୍ବର ୫ରେ ବିମାନ ଜରିଆରେ ରାଚିଂ ଫେରିଆସିବ ଓ ପିଲାମାନେ ସେମାନଙ୍କ ନିର୍ଦିଷ୍ଟ ସ୍ଥାନକୁ ଫେରିଯିବେ ।
ପରିମାଣ ଓ ଗୁଣାତ୍ମକ ମାନ ଦୃଷ୍ଟିରୁ ଏହି କାର୍ଯ୍ୟକ୍ରମକୁ ସମୃଦ୍ଧ କରିବା ଲାଗି ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ଶିକ୍ଷା କ୍ଷେତ୍ରରେ ଥିବା ସଂସ୍ଥାଗୁଡ଼ିକ ସହ ସହବନ୍ଧନ ଓ ସହଯୋଗିତା ସ୍ଥାପନ କରାଯାଉଛି । ଫିନ୍ଲ୍ୟାଣ୍ଡ୍ ଦୂତାବାସର ବରିଷ୍ଠ ସଦସ୍ୟମାନେ ଦୁଇ ଥର ପରିଭ୍ରମଣ କରି ଏଜୁକେସନ୍ ସିଗ୍ନେଚର ପ୍ରୋଗ୍ରାମ୍- ଯାହା ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ଭାରତର ଶିକ୍ଷା କ୍ଷେତ୍ରର ଏକ ଅଗ୍ରଣୀ ଏନ୍ଜିଓ ଆସ୍ପାୟାରର ମିଳିତ ସହଯୋଗରେ କାର୍ଯ୍ୟକାରୀ କରାଯାଇଥିବା ଥାଉଜ୍ୟାଣ୍ଡ୍ ସ୍କୁଲ୍ସ ପ୍ରୋଗ୍ରାମ୍ ଅଧୀନରେ ରହିଛି ସେଥିରେ କିଭଳି ଫିନଲ୍ୟାଣ୍ଡ ଶିକ୍ଷା ବ୍ୟବସ୍ଥାକୁ ସାମିଲ କରାଯାଇପାରିବ ସେ ବିଷୟରେ ଆଲୋଚନା କରିଥିଲେ ।
ଏହି ଭ୍ରମଣର ଅଂଶ ଥିବା ସୁକିନ୍ଦା ବ୍ଲକ୍ର ସୁରୁ ହେମ୍ବ୍ରମ୍ ନିଜର ଉତ୍ସାହକୁ ଅଟକାଇ ନ ପାରି କହିଛନ୍ତି ଯେ, “ମୁଁ ବହୁତ ପରିମାଣର ଭଲ ଖାଦ୍ୟ ଖାଇବି ଓ ବହୁ ନୂଆ ସାଙ୍ଗ ତିଆରି କରିବି । ମୁଁ ସବୁବେଳେ ଜାଣିଥିଲି ଯେ ମୁଁ ଦିନେ ବିମାନରେ ଯାତ୍ରା କରିବି କିନ୍ତୁ ତାହା ଜୀବନର ଏତେ ଆଗୁଆ ସମ୍ଭବ ହେବ ବୋଲି ଜାଣିନଥିଲି ।’’
ଏକ ଉତମ ଉଦାହରଣ ସ୍ୱରୂପ ଏୟାର ଏସିଆ ପକ୍ଷରୁ ୭୫% ରିହାତି ହାରରେ ଟିକଟ ପ୍ରଦାନ କରାଯାଇଥିଲା ।
ଏହି ଅବସରରେ ଶ୍ରୀଯୁକ୍ତ ସୌରଭ ରଏ, ମୁଖ୍ୟ, କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ, ଟାଟା ଷ୍ଟିଲ୍ କହିଛନ୍ତି ଯେ, “ଏହି ବ୍ୟବସ୍ଥା ହେଉଛି ଅଭିଳାଷ ଓ ଉତ୍ସାହ ପାିଁ ମୁଖ୍ୟ ଯାହା ନୂଆ ଜିନିଷକୁ ଦେଖିବା ଏବଂ ଅଜଣାର ଭୟକୁ ଏଡ଼ାଇବାରେ ଅନ୍ତର୍ନିହିତ ରହିଛି ଏବଂ ଆସ୍ପାୟାର, ଏୟାର ଏସିଆ, ଫିନଲ୍ୟାଣ୍ଡ୍ର ଦୂତାବାସ ଓ ଟାଟା ଷ୍ଟିଲ୍ ଫାଉଣ୍ଡେସନ ତରଫରୁ ଅତି ଯତ୍ନର ସହ ଏହାକୁ ଆୟୋଜନ କରାଯାଇଛି । ପିଲାମାନଙ୍କ ପାଇଁ ଏହି କ୍ଷେତ୍ର ପ୍ରସ୍ତୁତ କରିବା ଲାଗି ଆମ ଉପରେ ଭରସା ପ୍ରକଟ କରିଥିବା ସମସ୍ତ ଅଭିଭାବକଙ୍କୁ ମୁଁ ହୃଦୟରୁ ଧନ୍ୟବାଦ ଜଣାଉଛି ।’’
ଏହି ସହଯୋଗିତାର ଅଂଶସ୍ୱରୂପ, ଗ୍ରାମୀଣ ଅଂଚଳର ପିଲାମାନଙ୍କୁ ଜାତୀୟ ଐତିହ୍ୟ, ସହରାଚଂଳ ଦୃଶ୍ୟପଟ୍ଟ ପରିଦର୍ଶନ କରାଇ ସେମାନଙ୍କୁ ଏକ ବିବିଧ ସଂସ୍କୃତି ଏବଂ ସେମାନେ ଯେଉଁ ଗ୍ରାମୀଣ ଅଂଚଳରୁ ଆସିଛନ୍ତି ତା’ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଏକ ଦୃଶ୍ୟପଟ୍ଟ ପ୍ରଦର୍ଶନ କରାଇ ସେମାନଙ୍କ ଭିତରେ ତୀର୍ଯ୍ୟକ କୌଶଳ ବିକଶିତ କରିବା ଉଦ୍ୟମ ସ୍ୱରୂପ ଏହି ଯାତ୍ରାର ଯୋଜନା ପ୍ରସ୍ତୁତ କରାଯାଇଥିଲା ।

 

 

0
0
0
s2sdefault