ହେଡଲାଇନସ୍:

ଜନସଂଖ୍ୟା ସମାଧାନ ଫାଉଣ୍ଡେସନର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି)- ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦାସ୍ଥିତ କ୍ରୀଷ୍ଣା ମଣ୍ଡପରେ ଜନସଂଖ୍ୟା ସମାଧାନ ଫାଉଣ୍ଡେସନର ଜିଲା ସଭାପତି ଲକ୍ଷ୍ମୀଧର ବାବୋଡ଼ାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା । ରାଜ୍ୟ ସଭସାପତି ବିପିନ ଦାସଙ୍କ ଉପସ୍ଥିତି ଏବଂ ରାଜ୍ୟ ଉପସଭାପତି ନିଗମାନନ୍ଦ ପଟ୍ଟନାୟକ ଓ ସଙ୍ଗଠନ ସମ୍ପାଦକ ମିହିର ପାଣିଙ୍କ ଦିଗଦର୍ଶନରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଶ୍ରୀହାବୋଡ଼ା ପୂର୍ଣ୍ଣାଙ୍ଗ କମିଟି ଘୋଷଣା କରିଥିଲେ । ଏହାପରେ ରାଜ୍ୟ ସଭାପତି ଶ୍ରୀଦାସ ଫାଉଣ୍ଡେସନର କର୍ମକର୍ତ୍ତା ଓ ସଦସ୍ୟମାନଙ୍କୁ ସମ୍ବୋଧନ କରି ଭାରତରେ କଠୋର ଜନସଂଖ୍ୟା ନିୟନ୍ତ୍ରଣ ଆଇନ ପ୍ରଣୟନର ଆବଶ୍ୟକତା ରହିଛି ବୋଲି ମତପୋଷଣ କରିବା ସଂଗେସଂଗେ ବର୍ଦ୍ଧିତ ଜନସଂଖ୍ୟା କାରଣରୁ ଦେଖାଦେଇଥିବା ବିଭିନ୍ନ ସମସ୍ୟାଗୁଡ଼ିକ ଉପରେ ଆଲୋକପାତ କରାଇଥିଲେ । ଏଥି ସହିତ ଓଡ଼ିଶା ସରକାର ରାଜ୍ୟରେ ନାଗରିକ ସଂଶୋଧନ ବିଲକୁ କାର୍ଯ୍ୟକାରୀ କରାଇବା, ଜାତୀୟସ୍ତରରେ ଦୁଇଟି ସନ୍ତାନ ଆଇନ ପ୍ରଣୟନ କରାଯିବା ଆଦି ଦାବୀ ନେଇ ଚଳିତ ଡ଼ିସେମ୍ବର ମାସ ଶେଷ ସୁଦ୍ଧା ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଫାଉଣ୍ଡେସନ ପକ୍ଷରୁ ଗଣଧାରଣା ପ୍ରଦର୍ଶନ କରାଯିବ ବୋଲି ଘୋଷଣା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କାର୍ଯ୍ୟକାରିଣି ସଦସ୍ୟା ଶୋଭାବତୀ ଓତା ଓ ସୁମନ ସିଂ, ଜିଲ୍ଲା ପଦାଧିକାରୀ ବୈଦ୍ୟନାଥ ମହାନ୍ତ, ବିଭୂତି ଭୂଷଣ ମହାନ୍ତ, ପ୍ରଦୀପ ମହାନ୍ତି, ଗୋବିନ୍ଦ ରାମ ଜେନା, ସୁରେଶ ଚନ୍ଦ୍ର ଭୁଜବଳ, ନରେନ୍ଦ୍ର ନାଥ ସିଂ, ମାନସ ରଞ୍ଜନ ପାତ୍ର, ଇନ୍ଦୁଭୂଷଣ ଜେନା, ସୋମନାଥ ମାଝୀ, ଦିଲ୍ଲୀପ ଘଡେ଼ଇ, ଅର୍ଜୁନ ଘଡେ଼ଇ, ମୂଷଳ ଚନ୍ଦ୍ର ବେହେରା, ଶତ୍ରୁଘନ ଜେନା, ମହେଶ୍ୱର ରଣା, ଅନୀତା ସେଠୀ, ମମତା ମଣ୍ଡଳ, ଅବନୀକାନ୍ତ ପତି, ନିରଞ୍ଜନ ମହାନ୍ତି, ସତ୍ୟରଞ୍ଜନ ବିଶ୍ୱାଳ ପ୍ରମୁଖଙ୍କ ସମେତ ସମସ୍ତ ବ୍ଲକର ସଭାପତି ଓ କାର୍ଯ୍ୟକାରିଣି ସଦସ୍ୟ, ସଦସ୍ୟାମାନେ ଯୋଗ ଦେଇଥିଲେ ।

0
0
0
s2sdefault