ହେଡଲାଇନସ୍:

ସାନ୍ତାଳୀ ଭାଷା ଇନଷ୍ଟ୍ରାକ୍ଟରମାନଙ୍କ ନବୀନ ନିବାସ ପଦଯାତ୍ରା ଡ଼ିସେମ୍ବର ୮ରେ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି)- ମୟୂରଭଞ୍ଜ ଜିଲ୍ଲାରେ ୧୦୦ରୁଅଧିକ ବିଦ୍ୟାଳୟରେ କାର୍ଯ୍ୟରତ ୧୦୦ରୁ ଅଧିକ ସାନ୍ତାଳୀ ଭାଷା ଇନଷ୍ଟ୍ରାକ୍ଟରମାନେ ଡ଼ିସେମ୍ବର ୮ରେ ରାଇରଙ୍ଗପୁର ବ୍ଲକର ପୋଖରୀଆଠାରୁ ଭୂବନେଶ୍ୱରସ୍ଥିତ ନବୀନ ନିବାସ ଅଭିମୁଖେ ପଦଯାତ୍ରାରେ ବାହାରିବେ । ୨୦୦୭ ମସିହାଠାରୁ ମୟୂରଭଞ୍ଜ ଜିଲ୍ଲାରେ ସାନ୍ତାଳୀ ଭାଷାରେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଦାନ ନିମନ୍ତେ ଜିଲ୍ଲାର ୧୦୦ଟି ବିଦ୍ୟାଳୟରେ ଶହେ ଜଣ ସାନ୍ତାଳୀ ଭାଷା ଇନଷ୍ଟ୍ରାକ୍ଟରମାନଙ୍କୁ ସରକାର ନିଯୁକ୍ତି ଦେଇଥିଲେ । ଏହା ମଧ୍ୟରେ ୧୪ ବର୍ଷ ଅତିକ୍ରାନ୍ତ ହୋଇସାରିଥିଲେ ମଧ୍ୟ ସେମାନଙ୍କୁ ନିୟମିତ ଶିକ୍ଷକର ମାନ୍ୟତା ମିଳିପାରି ନାହିଁ । ଇନଷ୍ଟ୍ରାକ୍ଟରମାନେ ସେମାନଙ୍କୁ ନିୟମିତ ଶିକ୍ଷକର ମାନ୍ୟାତା ପ୍ରଦାନ ଦାବୀ ନେଇ ବିଭିନ୍ନ ସମୟରେ ବାରମ୍ବାର ଆନେ୍ଦାଳନ ଚଳାଇ ଆସିବା ସାଙ୍ଗକୁ ସରକାରଙ୍କ ସହ ଆଲୋଚନା ଚଳାଇ ଆସୁଥିଲେ ମଧ୍ୟ ଅଦ୍ୟାବଧି କୌଣସି ସୁଫଳ ମିଳିପାରି ନାହିଁ । ସରକାର ଓ ଶିକ୍ଷା ବିଭାଗର ଚରମ ଅବହେଳା, ପ୍ରତାରଣା ସହ ସାନ୍ତାଳୀ ଭାଷା ଇନଷ୍ଟ୍ରାକ୍ଟରମାନଙ୍କ ପ୍ରତି ବୈମାତୃକ ମନୋଭାବ ପୋଷଣର ପ୍ରତିବାଦରେ ଜିଲ୍ଲାରେ କାର୍ଯ୍ୟରତ ୧୦୦ ଜଣ ଇନ୍ଷ୍ଟ୍ରାକ୍ଟରମାନେ ନବୀନ ନିବାସ ଅଭିମୁଖେ ପଦଯାତ୍ରା ଆରମ୍ଭ କରିବାକୁ ଯାଉଛନ୍ତି ବୋଲି ସାନ୍ତାଳୀ ଭାଷା ଇନଷ୍ଟ୍ରାକ୍ଟର ଆସୋସିଏସନର ସଭାପତି ଗୁଲୁରାମ ମୁର୍ମୁ ପ୍ରେସ ଇସ୍ତାହାର ମାଧ୍ୟମରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି

0
0
0
s2sdefault