ହେଡଲାଇନସ୍:

ଶିଶୁମିତ୍ର ପଞ୍ଚାୟତ ଗଠନ ପାଇଁ ରମ୍ଭେଇ ଗ୍ରାମ ପଞ୍ଚାୟତରେ ଅଣୁଯୋଜନା ପ୍ରସ୍ତୁତି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଦେବଗଡ଼ ରୁ ଅବନୀ କାନ୍ତ ମିଶ୍ର: ଦେବଗଡ ଜିଲ୍ଲାର ବାରକୋଟ ବ୍ଲକର ରମ୍ଭେଇ ଗ୍ରାମ ପଞ୍ଚାୟତରେ ଶିଶୁ ମିତ୍ର ପଞ୍ଚାୟତ ଗଠନ ପାଇଁ ଅଣୁଯୋଜନା ପ୍ରସ୍ତୁତି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ଅନୁମୋଦନ କ୍ରମେ ରମ୍ଭେଇ ଗ୍ରାମ ପଞ୍ଚାୟତର ସରପଞ୍ଚ ସୁଜାତା ପ୍ରଧାନଙ୍କ ସଭାପତିତ୍ଵରେ ଆୟୋଜିତ ହୋଇଥିବା ଏହି କର୍ମଶାଳାରେ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ଅଙ୍ଗନବାଡି କର୍ମୀ , ଆଶା କର୍ମୀ , ଶିକ୍ଷକ , ମହିଳା ସ୍ଵୟଂ ସହାୟକ। ଗୋଷ୍ଠୀର ସଦସ୍ୟ , ୱାର୍ଡ ମେମ୍ବର ଓ ଶିଶୁ ପ୍ରତିନିଧି ଅଂଶଗ୍ରହଣ କରିଥିଲେ । ବିଭିନ୍ନ ବିଭାଗର ଶିଶୁ ସୁରକ୍ଷା ଓ ବିକାଶ ସମ୍ପର୍କିତ ଯୋଜନାଗୁଡିକର ସଫଳ ରୁପାୟନରେ ଗୋଷ୍ଠୀ ଓ ପଞ୍ଚାୟତର ଭାଗୀଦାରିତ।କୁ ସୁଦୃଢ କରିବା ପାଇଁ ଏହି କର୍ମଶାଳା ଆୟୋଜିତ ହୋଇଥିଲା । ଏହି ଅଣୁ ଯୋଜନାରେ ସ୍ଥାନ ପାଇଥିବା ପଞ୍ଚୟତର ସମସ୍ତ ଶିଶୁଙ୍କ ବିକାଶ ଓ ସୁରକ୍ଷା ପାଇଁ ଭିତ୍ତିଭୂମି ପ୍ରସ୍ତୁତି , ସମସ୍ୟା ଚିହ୍ନଟିକାରଣ , ସମାଧାନର ପରାମର୍ଶ , ଆଗାମୀ ଦିନରେ ପଞ୍ଚାୟତ ପକ୍ଷରୁ ଗ୍ରାମ ସଭାରେ ଉପସ୍ଥାପିତ କରାଯାଇ ଜିଲ୍ଲାପ୍ରଶାସନକୁ କାର୍ଯ୍ୟକାରିତ। ପାଇଁ ପ୍ରଦାନ କରାଯିବ ବୋଲି ସରମଞ୍ଚ ଶ୍ରୀମତୀ ପ୍ରଧାନ ସୂଚନା ଦେଇଛନ୍ତି । ଏହି କ୍ରମରେ ଜିଲ୍ଲାର ପ୍ରତିବ୍ଲକର ୨ଟି କରି ପଞ୍ଚାଯତରେ ଅଣୁଯୋଜନା ପ୍ରସ୍ତୁତ କରାଯାଇ ପଞ୍ଚାୟତର ନେତୃତ୍ଵରେ ତଥା ସମସ୍ତ ସରକାରୀ ବିଭାଗ ଗୁଡିକର ସହଯୋଗରେ ରୂପାଯନ କରାଯିବ।

ଆଜିର କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନର ଯଥା ଶିକ୍ଷା, ସ୍ୱାସ୍ଥ୍ୟ, ମହିଳା ଓ ଶିଶୁ ବିକାଶ, ପଞ୍ଚାୟତି ରାଜ ଆଦି ବିଭିନ୍ନ ବିଭାଗର ବିଶେଷଜ୍ଞ ମାନେ ଯୋଗଦାନ କରି ଅଣୂଯୋଜନା ପ୍ରସ୍ତୁତିରେ ସେମାନଙ୍କ ପରାମର୍ଶ ପ୍ରଦାନ କରିଥିଲେ। ସରପଞ୍ଚ ଶ୍ରୀମତୀ ସୁଜାତା ପ୍ରଧାନଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ କର୍ମଶାଳାରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ରୋମିଓ ମହାପାତ୍ର, ବାରକୋଟ ବ୍ଲକର ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ପ୍ରବୀଣା ମିଶ୍ର, ଏକଶନଆଡର ଜିଲ୍ଲା ସଂଯୋଜକ ପିତବାସ ବେହେରା, ସୁରକ୍ଷା ଅଧିକାରୀ ଚିନ୍ମୟ ସ୍ଵାଇଁ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଯଶୋବନ୍ତ ସାହୁ, , ଚାଇଲ୍ଡଲାଇନ ସଦସ୍ୟ ଉପେନ୍ଦ୍ର ଭଞ୍ଜ , ପିସିପିଏନଡିଟି ଜିଲ୍ଲା ସଂଯୋଜିକ। ଲୋପମୁଦ୍ର ପ୍ରଧାନ , ଓଡିଶା ଜୀବିକା ମିସନର ବ୍ଲକ ପରିଚାଳକ ଯଶୋବନ୍ତ ନାୟକ ତଥା ଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ଅଂଶଗ୍ରହଣ କରି ନିଜ ନିଜ ପରାମର୍ଶ ଦେବା ସହିତ ଯୋଜନାର ସଫଳ ରୂପାୟନରେ ତାଙ୍କ ବିଭାଗର ସମ୍ପୂର୍ଣ ସହଯୋଗ ରହିବା ବୋଲି ପ୍ରତିଶ୍ରୁତି ଦେଇଥିଲେ।

ସଭାରେ ଉପସ୍ଥିତ ଥିବା ଶିଶୁ ପ୍ରତିନିଧିଙ୍କ ଦାବୀ କ୍ରମେ ଆସନ୍ତା ମାସରୁ ଶିଶୁମାନଙ୍କ ତଥା ସମ୍ପର୍କିତ ଅଭିଯୋଗ ଗ୍ରହଣ ଓ ଶୁନାଣି ପାଇଁ ପଞ୍ଚାୟତ କାର୍ଯ୍ୟଲଯରେ ଏକ ଅଭିଯୋଗ ବାକ୍ସ ସ୍ଥାପିତ କରାଯିବ ବୋଲି ସରପଞ୍ଚ ପ୍ରତିଶ୍ରୁତି ଦେଇଥିଲେ ।

0
0
0
s2sdefault