ହେଡଲାଇନସ୍:

ଜରାଜୀର୍ଣ୍ଣ ଅବସ୍ଥାରେ ବୋଟାନିକାଲ ଗାର୍ଡେନ : କେବେ ଦୃଷ୍ଟି ପଡିବ କେଜାଣି !!!

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): ଘୁ.ଉଦୟଗିରି ବ୍ଲକ ଅଧୀନସ୍ଥ କଳିଙ୍ଗା ଗ୍ରାମ ପଞ୍ଚାୟତରେ ଥିବା ବୋଟାନିକାଲ ଗାର୍ଡେନ ବହୁ ପୁରାତନ ଅଟେ I ଏହା ମଧ୍ୟରେ ବିଭିନ୍ନ ପ୍ରକାର ବହୁ ପୁରାତନ ଶାଳ, ପାଇନ, ନାଗେଶ୍ୱର, ବାଉଁଶ, ଝାଉଁ ଏବଂ ବିଭିନ୍ନ ଔଷଧୀୟ ଗଛ ଲାଗିଛି I ପ୍ରାୟ ୯୦ ଏକରରୁ ଉର୍ଧ୍ଵ ହେବ ଏହାର ପରିସୀମା I ଗାର୍ଡେନ ମଧ୍ୟରେ ଥିବା ବହୁ ଉଚ୍ଚ ଝାଉଁ ଗଛ ଏହାର ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରୁଛି ସତ କିନ୍ତୁ ପ୍ରଶାସନର ରକ୍ଷଣା ବେକ୍ଷଣ ଅଭାବ ହେଉଥିବା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ବାସିନ୍ଦା I ଗାର୍ଡେନ ମଧ୍ୟରେ ସ୍ଥାନେ ସ୍ଥାନେ ବଡ଼ ବଡ଼ କଟା ଗଛ ଗଣ୍ଡି ପଡିରହିଥିବା ଦେଖିବାକୁ ମିଳିଛି I କାର୍ଯ୍ୟରତ କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟକଳାପ ଯୋଗୁଁ ବହୁ ମୂଲ୍ୟ ଔଷଧୀୟ ବୃକ୍ଷ ନଷ୍ଟ ହେବାକୁ ବସିଥିବା ଅଞ୍ଚଳ ବାସୀ କହିଛନ୍ତି I

ଖବର ପାଇ ଗଣମାଧ୍ୟମ ପ୍ରତିନିଧି ସେଠାରେ ପହଞ୍ଚି ଥିଲେ I ହେଲେ ଦିନ ୧୨ଟା ସମୟରେ କାର୍ଯ୍ୟଳୟରେ ତାଲା ଝୁଲି ଥିବା ଦେଖା ଦେଇ ଥିଲା I ଯାହା ପାଇଁ କାର୍ଯ୍ୟରତ ଫରେଷ୍ଟରଙ୍କ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ I କେବଳ ଏତିକି ନୁହେଁ ଦିନ ତମାମ କୌଣସି କର୍ମଚାରୀ ସେଠାରେ ନିଜ ଦାୟିତ୍ୱ ତୁଲାଉ ନ ଥିବା ମଧ୍ୟ ଅଞ୍ଚଳ ବାସୀ ସୂଚନା ଦେଇଛନ୍ତି I ଭିତରେ ଥିବା ଚଲାପଥ ଖରାପ ଥିବା ସହ ଶୁଖିଲା ପତ୍ରରେ ପରିପୂର୍ଣ I ଏହା ସହ ଠିକ ଭାବରେ ତାରବାଡ଼ କରା ଯାଉନ ଥିବାରୁ ବହୁ ମୂଲ୍ୟବାନ ଗଛ ଗାଈଗୋରୁ ନଷ୍ଟ କରୁ ଥିବା ଅଞ୍ଚବାସୀ କହିଛନ୍ତି I ପୂର୍ବରୁ ଏହାର ସୌନ୍ଦର୍ଯ୍ୟ ଉପଭୋଗ କରିବା ନିମନ୍ତେ ବହୁ ସଂଖ୍ୟକ ପର୍ଯ୍ୟଟକ ଆସୁଥିଲେ I ବର୍ତ୍ତମାନ କିନ୍ତୁ ଏହା ପର୍ଯ୍ୟଟକଙ୍କ ନିମନ୍ତେ ବାରଣ କରାଯାଇଛି I ପ୍ରଶାସନ ଦ୍ୱାରା ଏହାର ରକ୍ଷଣା ବେକ୍ଷଣ, ସୌନ୍ଦର୍ଯ୍ୟ କରଣ ଓ ପର୍ଯ୍ୟଟକଙ୍କ ପ୍ରବେଶ ନିମନ୍ତେ ଅନୁମତି ମିଳିଥିଲେ ବହୁ ସଂଖ୍ୟକ ପର୍ଯ୍ୟଟକ ଏଠାକୁ ଅସିଥାନ୍ତେ I ଫଳରେ ସ୍ଥାନୀୟ ବାସିନ୍ଦାଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ ହୋଇ ଥାନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି I

ସୂଚନା ଥାଉକି ଏହି ବଗିଚା ୧୯୭୦ ମସିହାରେ ୯୦ ଏକର ଜମିରେ ଆରମ୍ଭ ହୋଇ ଥିଲା ଏବଂ ବହୁ ପ୍ରସିଦ୍ଧି ଲାଭ ମଧ୍ୟ କରିଥିଲା I କିନ୍ତୁ ବର୍ତ୍ତମାନ ଏହା ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିଥିବା କହିଲେ ଅତ୍ୟୁକ୍ତି ହେବ ନାହିଁ I ଯଦି ଏହାର ବିକାଶ କରିବା ସହ କାର୍ଯ୍ୟକ୍ଷମ କରାଯାଇଥାନ୍ତା ତେବେ ପର୍ଯ୍ୟଟକ କଳିଙ୍ଗା ଘାଟି (୧୦ କି. ମି ) ଏବଂ ବୋଟାନିକାଲ ଗାର୍ଡେନର ସୌନ୍ଦର୍ଯ୍ୟ ଉପଭୋଗ କରିଥାନ୍ତେ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି I

0
0
0
s2sdefault