ହେଡଲାଇନସ୍:

ଆସନ୍ତା ୯ରେ ବିଧାନସଭା ଘେରାଉ କରିବ ଯୁବମୋର୍ଚ୍ଚା: ଇରାସିସ୍ ଆଚାର୍ଯ୍ୟ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମମିତା ମେହେରଙ୍କୁ ନ୍ୟାୟ, ଦିବ୍ୟଶଙ୍କରଙ୍କ ବହିଷ୍କାର ଏବଂ ଘଟଣାର ସିବିଆଇ ତଦନ୍ତ ଦାବି

ଭୁବନେଶ୍ୱର:ବହୁଚର୍ଚ୍ଚିତ ମମିତା ମେହେର ଅପହରଣ ଓ ହତ୍ୟାକାଣ୍ଡର ମୁଖ୍ୟ ଷଡଯନ୍ତ୍ରକାରୀ ତଥା ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ସୁରକ୍ଷା ପ୍ରଦାନ କରୁଛନ୍ତି । ଏପରିକି ଖୋଦ୍ ମୁଖ୍ୟମନ୍ତ୍ରୀ କଳାହାଣ୍ଡିରେ ଅଭିଯୁକ୍ତ ମନ୍ତ୍ରୀଙ୍କ ସହ ଗୋଟିଏ ମଂଚରେ ବସି ରହି ଅପରାଧକୁ ଆହୁରି ଅଧିକ ପ୍ରୋତ୍ସାହିତ କରିଛନ୍ତି । ଘଟଣା ଘଟିବାର ଏତେ ଦିନ ବିତି ଯାଇଥିବା ସତ୍ୱେ ମୁଖ୍ୟମନ୍ତ୍ରୀ ବର୍ତମାନ ସୁଦ୍ଧା ପଦୁଟିଏ ରାଜ୍ୟବାସୀଙ୍କ ଉଦେ୍ଧଶ୍ୟରେ ନକହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଅନ୍ୟ ପଟେ ଶାସକ ବିଜେଡି ନେତୃବୃନ୍ଦ ଘଟଣାର ତଥ୍ୟ ଓ ପ୍ରମାଣ ଦେବାକୁ ବିଜେପିକୁ କହିବା ଅତ୍ୟନ୍ତ ହାସ୍ୟାସ୍ପଦ ବୋଲି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଇରାସିସ୍ ଆଚାର୍ଯ୍ୟ କହିଛନ୍ତି ।
ମୁଖ୍ୟ ଷଡଯନ୍ତ୍ରକାରୀ ତଥା ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ନିଜ ପଦ ଓ କ୍ଷମତାର ଅପବ୍ୟବହାର କରି ତଦନ୍ତ ପ୍ରକ୍ରିୟାକୁ ବାଟବଣା କରୁଛନ୍ତି । ତେଣୁ ତାଙ୍କୁ ତୁରନ୍ତ ମନ୍ତ୍ରୀମଣ୍ଡଳରୁ ମୁଖ୍ୟମନ୍ତ୍ରୀ ବହିଷ୍କାର କରନ୍ତୁ ଏବଂ ଘଟଣାର ନିରପେକ୍ଷ ତଦନ୍ତ ସିବିଆଇ ଦ୍ୱାରା କରିବାକୁ ବିଜେପି ତରଫରୁ ବାରମ୍ବାର ଦାବୀ କରାଯିବା ସତ୍ୱେ ରାଜ୍ୟ ସରକାର କର୍ଣ୍ଣପାତ କରୁନାହାଁନ୍ତି । ମମିତାଙ୍କୁ ନ୍ୟାୟ ପ୍ରଦାନ, ଦିବ୍ୟଶଙ୍କରଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ଏବଂ ଘଟଣାର ନିରପେକ୍ଷ ତଦନ୍ତ ସିବିଆଇ ଦ୍ୱାରା କରାଇବା ଦାବିରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ରାଜ୍ୟବ୍ୟାପୀ ଥାନା ଘେରାଉ, ଏସ୍ପି କାର୍ଯ୍ୟାଳୟ ଘେରାଉ, ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରାଯାଇ ଆନେ୍ଦାଳନ ହୋଇଥିଲା । ତଥାପି ରାଜ୍ୟ ସରକାର ନୀରବଦ୍ରଷ୍ଟା ସାଜି ରହିଛି । ଏହି ଆନେ୍ଦାଳନକୁ ଆହୁରି ଅଧିକ ଶାଣିତ କରିବା ପାଇଁ ଓ ତୃଣମୂଳ ସ୍ତରକୁ ପହଁଚାଇବା ପାଇଁ ଯୁବମୋର୍ଚ୍ଚା ତରଫରୁ ଆସନ୍ତା ୯ ତାରିଖ ଦିନ ବିଧାନସଭା ଘେରାଉ କରାଯିବ ବୋଲି ଶ୍ରୀ ଆଚାର୍ଯ୍ୟ ସୂଚନା ଦେଇଛନ୍ତି ।
ଆସନ୍ତା ୯ ତାରିଖ ଦିନ ହଜାର ହଜାର ସଂଖ୍ୟାରେ ଯୁବମୋର୍ଚ୍ଚା କାର୍ଯ୍ୟକର୍ତାଙ୍କ ସମେତ ବହୁ ବରିଷ୍ଠ ନେତୃବୃନ୍ଦ ବିଧାନସଭା ଘେରାଉ କାର୍ଯ୍ୟକ୍ରମରେ ଯୋଗଦେବେ । ଯେଉଁ ପର୍ଯ୍ୟନ୍ତ ରାଜ୍ୟ ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବେ, ସେ ପର୍ଯ୍ୟନ୍ତ ଯୁବମୋର୍ଚ୍ଚା ଏହି ଲଢେଇ ଜାରୀ ରଖିବ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଯୁବମୋର୍ଚ୍ଚା ରାଜ୍ୟ ସମ୍ପାଦକ ପ୍ରକାଶ ଦଳେଇ,ମନୋଜ ପଶ୍ଚିମ କବାଟ, ରାଜ୍ୟ ସଂଯୋଜକ ସଂଗ୍ରାମ ପାତ୍ର, ଗଣମାଧ୍ୟମ ରାଜ୍ୟ ସଂଯୋଜକ ସୁଜିତ୍ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

 

0
0
0
s2sdefault