ହେଡଲାଇନସ୍:

ସେରିଗୁମ୍ମା ବିଦ୍ୟାଳୟରୁ କମ୍ପୁଟର- ୪ଟି ମନିଟର ଚୋରି ଅଭିଯୋଗ।

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

କଲ୍ୟାଣସିଂହପୁର:ପ୍ରଦୀପ ଦଲାଇ:ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସେରିଗୁମ୍ମା ପଞ୍ଚାୟତରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟରୁ କମ୍ପୁଟର ଗୃହରୁ ୪ଟି ମନିଟର ଚୋରି ହୋଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଥିବା ଜଣାପଡିଛି ।ବିଦ୍ୟାଳୟର ଅତିରିକ୍ତ ଗୃହରେ ଅଚଳାବସ୍ଥା ରେ ଥିବା କମ୍ପୁଟର ର ସମସ୍ତ ଜିନିଷ ରଖାଯାଇଥିଲା ।ଉକ୍ତ ଗୃହକୁ ନଭେମ୍ବର ମାସ ୨୬ ତାରିଖ ଦିନ ଖାଲିଥିଲେ ।ସେଠାରେ ରଖାଯାଇଥିବା ୬ ଟି କମ୍ପୁଟରର ସମସ୍ତ ଜିନିଷ ରଖା ଯାଇଥିଲା ।ସେଥିରୁ ୪ ଟି ମୋନିଟର ଚୋରି ହୋଇଥିବା ଦେଖି ୩୦ତାରିଖ ଦିନ ସ୍ଥାନୀୟ ଥାନାରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ହରେକୃଷ୍ଣ ଭତ୍ରୀଆ ଲିଖିତ ଅଭିଯୋଗ ଦେଇଛନ୍ତି ।ଏହାକୁ ନେଇ ପୁଲିସ ପକ୍ଷରୁ ତଦନ୍ତ ଚଳାଇଛନ୍ତି ।ବିଦ୍ୟାଳୟ ର ଶେଷ ଭାଗରେ ଉକ୍ତ ଗୃହ ଥିବାରୁ ଝରକା ଦେଇ ଚୋର ପଶି ଚୋରାଇ ନେଇଥିବା ବିଦ୍ୟାଳୟ କର୍ତ୍ତୃପକ୍ଷ ତରଫରୁ ଜଣାପଡୁଛି । ଏସମ୍ପର୍କରେ ଥାନା ଅଧିକାରୀ ସୁକୁମା ହଂସଦା ଙ୍କୁ ପଚାରିବାରୁ ସେ କହିଲେ କେସ ଡ଼ାଇର ହୋଇଛି କିନ୍ତୁ ଆପୋସବୁଝା ମଣା ହୋଇଯିବେ ବୋଲି କେସ ହୋଇନାହିଁ ସୂଚନା ଦେଇଛନ୍ତି ।

0
0
0
s2sdefault