ହେଡଲାଇନସ୍:

ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଜାତୀୟ ଅଙ୍ଗଦାନ ଦିବସ ପାଳିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର : ଅଙ୍ଗଦାନର ଆବଶ୍ୟକତା ଉପରେ ସଚେତନତା ସୃଷ୍ଟି କରିବା ନେଇ ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଜାତୀୟ ଅଙ୍ଗଦାନ ଦିବସରେ ନିକଟରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ସମ୍ମମର ଉପସ୍ଥିତ ଡାକ୍ତର ଏବଂ ଅନ୍ୟ ସ୍ୱାସ୍ଥ୍ୟ କର୍ମଚାରୀ ଯୋଗ ଦେଇ ଅଙ୍ଗଦାନର ଇତିହାସ ଏବଂ ଏହା ସହିତ ଜଡିତ ଥିବା ପରମ୍ପରାଗତ ଚିନ୍ତାଧାରା ବିଷୟରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏବଂ ନିଃସ୍ୱାର୍ଥପର ଭାବେ ଅଙ୍ଗଦାନ କରି ଜୀବନ ବଂଚାଇବା ପ୍ରୟାସ ମାଧ୍ୟମରେ ସମାଜକୁ ଉନ୍ନତି ପଥରେ ଆଗେଇ ନେବା ।
ଏହି ଆଲୋଚନାରେ ସମ୍ମମ୍ ଚିଫ୍ ଅଫ୍ ମେଡିକାଲ୍ ସର୍ଭିସେସ୍ ବ୍ରିଗେଡିଆର (ଡାକ୍ତର) ବିରାଜ ମୋହନ ମିଶ୍ର, କ୍ରିଟିକାଲ୍ କେୟାର ବିଭାଗୀୟ ମୁଖ୍ୟ ଡାକ୍ତର ବାନାମ୍ବର ରାୟ, ନେଫ୍ରୋଲୋଜିର ଭିଜିଟିଙ୍ଗ କନ୍ସଲ୍ଟାଂଟ ଡାକ୍ତର ବିଶ୍ୱରଞ୍ଜନ ମହାନ୍ତି, ୟୁରୋଲୋଜିର କନ୍ସଲ୍ଟାଂଟ ଡାକ୍ତର ବିଶ୍ୱଜିତ ନନ୍ଦ ଓ ଡାକ୍ତର ପ୍ରିୟବ୍ରତ ଦାଶ, କ୍ରିଟିକାଲ୍ କେୟାରର କନ୍ସଲ୍ଟାଂଟ ଡାକ୍ତର ଆନନ୍ଦ ମିଶ୍ର, ନେଫ୍ରୋଲୋଜିର କନ୍ସଲ୍ଟାଂଟ ଡାକ୍ତର ତାପସ ବେହେରା, ଜେନେରାଲ୍ ମେଡିସିନ୍ କନ୍ସଲ୍ଟାଂଟ ଡାକ୍ତର ପି.କେ.ଟୁଡୁ ପ୍ରମୁଖ ଉପସ୍ଥିତ ଥିଲେ ।

 

 

0
0
0
s2sdefault