ଗାଇସିଲାଟ ମହାବିଦ୍ୟାଳୟରେ ୟୁଥ୍ ରେଡକ୍ରସ ଯୁବବାହିନୀ ତାଲିମ ଓ ବିଶ୍ୱ ଏଡସ ଦିବସ ପାଳନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଗାଇସିଲାଟ:- ଗାଇସିଲାଟ ବ୍ଳକ ପଂଚାୟତ ସମିତି ମହାବିଦ୍ୟାଳୟ ଆନୁକୁଲ୍ୟରେ ବ୍ଳକ ସ୍ତରୀୟ ମହାବିଦ୍ୟାଳୟ ମାନଙ୍କୁ ସଂଗଠିତ କରି ପରିସରରେ ୟୁଥ୍ ରେଡ଼କ୍ରସ ଯୁବବାହିନୀ ତାଲିମ ଓ ବିଶ୍ୱ ଏଡସ ଦିବସ ପାଳନ କରାଯାଇଥିଲା । ଯୁବ ବାହିନୀ ସଂଯୋଜକ ପ୍ରାଧ୍ୟାପକ ଡ଼. ଜୟକେତନ ତ୍ରିପାଠୀ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ସତ୍ୟନାରାୟଣ ପାଣିଗ୍ରାହୀ ଓ ମୁଖ୍ୟବକ୍ତା ଭାବରେ ଶରଧାପାଲି ମହାବିଦ୍ୟାଳୟ ର ଇତିହାସ ବିଭାଗ ର ପ୍ରାଧ୍ୟାପକ ଶ୍ରୀପୁକ୍ତ ରମଣୀ ରଞ୍ଜନ ପଧାନ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଦୀପ ପ୍ରଜ୍ୱଳନ କରି ଶିବିରକୁ ଉଦ୍ଘାଟନ କରିଥିଲେ ଓ ସୁସ୍ଥ ସମାଜ ଗଠନରେ ଯୁବ ଗୋଷ୍ଠୀ ର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ । ମୁଖ୍ୟ ବକ୍ତା ଏଡସ ରୋଗର କାରଣ ଓ ନିରାକରଣ ଓ ସଚେତନତା ଉପରେ ଆଲୋକପାତ କରିଥିଲେ । ସଭାପତି ବ୍ଳକ ସ୍ତରୀୟ ମହାବିଦ୍ୟାଳୟ ମାନଙ୍କର ୟୁଥ୍ ରେଡ଼କ୍ରସ ସଂଗଠନ ଉପରେ ଗୁରୁତ୍ୱ ପ୍ରଦାନ କରି ଯୁବ ବାହିନୀ ମିଳିତ ହୋଇ କାର୍ଯ୍ୟ କରିବା ପାଇଁ ଆହ୍ୱାନ ଦେଇଥିଲେ । ରେଡ଼କ୍ରସ ପରାମର୍ଶଦାତା ହେମନ୍ତ କୁମାର ପଣ୍ଡା ଙ୍କ ନିର୍ଦ୍ଦେଶନାରେ ରେଡ଼କ୍ରସ ର ଜନ୍ମ ଓ ଇତିହାସ ଉପରେ ସୁପ୍ରିୟା, ବିନିତା ଓ ବବି କୁ ନେଇ ଏକ ଗୀତ ଅଭିନୟ ପ୍ରଦର୍ଶନ କରିଥିଲେ ।

ଉକ୍ତ ସଭାରେ ଗନିଆପାଲି ମହାବିଦ୍ୟାଳୟ ର ପରାମର୍ଶଦାତା ଲଲିତ ଭୋଇ, ଗୁଦେରପାଲି ର ଅର୍ଚ୍ଚନା ଦାଶ, ଶରଧାପାଲି ର ରମଣୀ ରଞ୍ଜନ ପଧାନ, ତାଲପାଲି ର ହୃଷିକେଶ ଗିରି ନିଜ ନିଜ ମହାବିଦ୍ୟାଳୟ ର ସ୍ୱେଚ୍ଛା ସେବକ ଓ ସେବିକା ମାନଙ୍କୁ ନେଇ ଯୋଗଦାନ କରିଥିଲେ । ଉକ୍ତ ସଭାରେ ମହାବିଦ୍ୟାଳୟ ର ଇଂରାଜୀ ଅଧ୍ୟାପିକା ପ୍ରତିକ୍ଷା ଦଣ୍ଡସେନା ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ହେମନ୍ତ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ପରବର୍ତୀ ଅଧିବେଶନରେ ଯୁବ ପ୍ରତିଭା ମାନଙ୍କୁ ନେଇ ସଂଗୀତ ଓ ନୃତ୍ୟ ପ୍ରତିଯୋଗୀତା ହୋଇଥିଲା । ରାଜନୀତି ବିଜ୍ଞାନ ବିଭାଗ ପ୍ରାଧ୍ୟାପକ ଅର୍ଜୁନ କୁମାର ମହାନ୍ତି, ସଂସ୍କତ ବିଭାଗ ର ବରିଷ୍ଠ ଅଧ୍ୟାପକ ନାରାୟଣ ମିଶ୍ର, ସୁଶ୍ରୀ ଦୀପାଳୀ ମିଶ୍ର ଓ ଶ୍ରୀ ହେମନ୍ତ କୁମାର ପଣ୍ଡା ବିଚାରକ ଭୂମିକା ନିର୍ବାହ କରିଥିଲେ । ବେବି, ସସ୍ମିତା, ମୁପ୍ରିୟା, ବିନିତା, ଦିପ୍ତୀ, ତୃପ୍ତି ସଂଗୀତା, ମନୋରଞ୍ଜନ, ରୋଜାଳିନ, ଖୁସବୁ, ମଧୁମିତା, ସ୍ୱପ୍ନା ପୁରସ୍କୃତ ହୋଇଥିଲେ । ପରିଶେଷରେ ବିଶିଷ୍ଟ ତବଲା ବାଦିକା ସୁଶ୍ରୀ ଦୀପାଲି ମିଶ୍ର ଓ ଯୁବ ଛାତ୍ରକବି ଯଶୋବନ୍ତ କୁମ୍ଭାର ଙ୍କୁ ଆନୁଷ୍ଠାନିକ ଭାବେ ମାନପତ୍ର ସହ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।

0
0
0
s2sdefault