ହେଡଲାଇନସ୍:

ପ୍ରସିଦ୍ଧ କୋଣାର୍କ ଉତ୍ସଵ ଆରମ୍ଭ :ଓଡିଶୀ ଓ କଥକ ନୃତ୍ୟରେ ଝଂକୃତ ହେଲା ପ୍ରଥମ ସନ୍ଧ୍ୟା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଅନ୍ତର୍ଜାତୀୟ ବାଲୁକାକଳା ଉତ୍ସବରେ ସାମିଲ ହେଲେ ଦେଶ ଓ ବିଦେଶରୁ ୧୦୦ ଜଣ ବାଲୁକା ଶିଳ୍ପୀ

କୋଣାର୍କ/ଅସ୍ତରଙ୍ଗ(ଦୁଃଶାସନ ନାୟକ): 1 ତାରିଖ ସନ୍ଧ୍ୟାରେ ଆରମ୍ଭ ହୋଇଛି କୋଣାର୍କ ମହୋତ୍ସଵ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ,ଏହାକୁ ଭର୍ଚୁଆଲ ମାଧ୍ୟମରେ ଉଦ୍ଘାଟନ କରିଥିଲେ । ପର୍ଯ୍ୟଟନ ବିଭାଗ ଆୟୋଜିତ କୋଣାର୍କ ଉତ୍ସବ ୨୦୨୧ ର ଉଦ୍ଘାଟନୀ ଉତ୍ସବରେ କୋଣାର୍କ ମଣ୍ଡପରେ ଉପସ୍ଥିତ ଥିଲେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାଶ, ପର୍ଯ୍ୟଟନ ତଥା ଓଡିଆ ଭାଷା-ସାହିତ୍ୟ-ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣୀଗ୍ରାହୀ, କ୍ରୀଡା-ଯୁବ ବ୍ୟାପାର ତଥା ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ତୁଷାରକାନ୍ତି ବେହେରା, ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଆର. ବାଲକ୍ରିଷ୍ଣନ୍‍, ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ, ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ନିର୍ଦ୍ଦେଶକ ଅରୁଣ ମଲ୍ଲିକ, ଓଡିଶା ସଂଗୀତ ନାଟକ ଏକାଡେମୀ ସଭାପତି ଅରୁଣା ମହାନ୍ତି ଓ ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ ପରିଚାଳିକା ଡ. ସଂଗୀତା ଗୋସାଇଁ । ପ୍ରଦୀପ ପ୍ରଜ୍ୱଳନ ପରେ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‍ଘାଟନୀ ଶୁଭେଛା ବାର୍ତ୍ତା ପ୍ରଦାନ କରିଥିଲେ ନଭସଂଚାରୀ ସଂଯୋଗରେ ।
ଏହା ପରେ ଗୀତ-ବାଦ୍ୟ ଓ ନୃତ୍ୟର ଛନ୍ଦରେ ଶିଳ୍ପୀଙ୍କ ପରିବେଷଣ ଭାବାବେଶ ସୃଷ୍ଟି କରିଥିଲା । ନୃତ୍ୟାଙ୍ଗନା ଙ୍କ ହୃଦୟଛୁଆଁ ଅଭିନୟ ସହ ଆଲୋକ ଓ ସାଜସଜାରେ ମୁକ୍ତାକାଶ ମଞ୍ଚ ସ୍ୱର୍ଗର ସୁଧର୍ମା ସଭାର ଭ୍ରମ ସୃଷ୍ଟି କରୁଥିଲା ।

ପ୍ରଥମ ସଂଧ୍ୟାର ପ୍ରଥମ ପ୍ରସ୍ତୁତିରେ ଦିଲ୍ଲୀ ଅବସ୍ଥାପିତ ଓଡିଶୀ ନୃତ୍ୟା ବିଦୁଷୀ ମାଧବୀ ମୁଦ୍‍ଗଲ ଓ ସାଥୀ ପରିବେଷଣ କରିଥିଲେ ନର୍ତ୍ତନ ଗଣେଷ । ଉଭୟ ଲାସ୍ୟ ଓ ତାଣ୍ଡବ ନୃତ୍ୟ ଶଇଳୀରେ ସମୃଦ୍ଧ ନର୍ତ୍ତନ ଗଣେଷ ଉପସ୍ଥାପନ ପରେ ପରେ ମାଧବୀଙ୍କ ଦ୍ୱୀତିୟ ପ୍ରସ୍ତୁତି ଥିଲା ଶୁଦ୍ଧ ନୃତ୍ୟ ପଲ୍ଲବୀ । କବି ଗୋପାଳକୃଷ୍ଣ ପଟ୍ଟନାୟକଙ୍କ ରଚିତ ବାତ୍ସଲ୍ୟରସ ଆଧାରିତ ଉଠିଲୁ ଏଡେ ବେଗେ କାହିଁକିରେ ଦୁଃଖୀଧନ ର ଅଭିନୟ ଦର୍ଶକଙ୍କୁ ବାନ୍ଧି ରଖିଥିଲା । ଓଡିଶୀର ଅନ୍ତିମ ଉପସ୍ଥାପନାରେ ପରିବେଷିତ ହୋଇଥିଲା ତ୍ରୟି । ହିନ୍ଦୁସ୍ଥାନୀ ସଂଗୀତ ଆଧାରିତ ବସନ୍ତ ଗ୍ରଷ୍ମ ଓ ବର୍ଷା ଋତୁର ବର୍ଣ୍ଣନାରେ ଏହି ନୃତ୍ୟ ସଂଯୋଜନା ବେଶ୍‍ ମନଛୁଆଁ ଥିଲା ।
ଦ୍ୱୀତିୟ ଚରଣରେ ସୁବିଖ୍ୟାତ କଥକ ନୃତ୍ୟଶିଳ୍ପୀ ଭାସ୍ୱତୀ ମିଶ୍ର ଓ ସାଥୀ ପରଶି ଦେଇଥିଲୋ ନଟରାଜ ଶିବଙ୍କ ଆରଧନାରେ ପ୍ରସ୍ତୁତ ଅଭିନୟ ଶିବ ପଞ୍ଚାକ୍ଷର । ଦ୍ୱୀତିୟ ଉପସ୍ଥାପନାରେ ମଞ୍ଚସ୍ଥ ହୋଇଥିଲା ରସମଂଜରୀ ଯାହା ଶାସ୍ତ୍ରୀୟ କଥକର ବୈଶିଷ୍ଟ୍ୟ କୁ ପ୍ରକାଶ କରିଥିଲା । ପରେ ପରେ ନାୟିକା ର ନୃତ୍ୟସଂଯୋଜନାରେ ନାଟ୍ୟଶାସ୍ତ୍ର ଆଧାରିତ ସ୍ୱାଧୀନ ପଟ୍ଟିକା ଖଣ୍ଡିତା ଓ ବାସକସଦ୍ୱିକା ନାୟିକା ର ନିଖୁଣ ପ୍ରକାଶ ଏକ ଭିନ୍ନ ଆବେଗ ସୃଷ୍ଟି କରିଥିଲା ।

କଥକ ର ଅନ୍ତିମ ଉପସ୍ଥାପନା ଥିଲା ତରନ୍ନା ଯାହା ରାଗ-ବାହାର ଓ ତାଲ-ତିନତାଲ ଉପରେ ପର୍ଯ୍ୟବେସିତ ଥିଲା । ଅଧ୍ୟାପକ ଡ. ମୃତ୍ୟୁଞ୍ଜୟ ରଥ ସଂହତି ପାଣି କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ପର୍ଯ୍ୟଟନ ବିଭାଗ ଓ ସଂଗୀତ ନାଟକ ଏକାଡେମୀ ଅଧିକାରୀ ପରିଚାଳନାରେ ସହାୟତା ଦେଇଥିଲେ ।
ଉକ୍ତ ଉତ୍ସବରେ ଚନ୍ଦ୍ରଭାଗା ବେଳାଭୂମୀରେ ୨୦୨୧ ଅନ୍ତର୍ଜାତୀୟ ବାଲୁକାକଳା ଉତ୍ସବ ଉପୋରକ୍ତ ଅତିଥି ମାନଙ୍କ ଦ୍ୱାର ଉଦ୍‍ଘାଟିତ ହୋଇଯାଇଅଛି । ଦେଶ ଓ ବିଦେଶରୁ ୧୦୦ ଜଣ ବାଲୁକା ଶିଳ୍ପୀ ଅଶଂଗ୍ରହଣ କରି ପ୍ରଥମ ଦିବସରେ ସ୍ଥାପତ୍ୟ ଓ ସଂସ୍କୃତି ଉପରେ ନିଜ ନିଜର ବାଲୁକା କଳାକୁ ଉପସ୍ଥାପନ କରି ଦର୍ଶକ ମାନଙ୍କୁ ବେଶ ଆକୃଷ୍ଟ କରାଇଥିଲେ । ବ୍ରାଣ୍ଡ ଅମ୍ବାସଡର ତଥା ଆର୍ନ୍ତଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଉପସ୍ଥିତ ରହି ମୁଖ୍ୟ ପରିଚାଳକ ରୁପେ କାର୍ଯ୍ୟ ନିଭାଇ ଥିଲେ |

0
0
0
s2sdefault