ହେଡଲାଇନସ୍:

ଅସ୍ତରଙ୍ଗ ଉପକୂଳରେ ପୋଲିସର ମକ ଡ୍ରିଲ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଅସ୍ତରଙ୍ଗ/ ଦୁଃଶାସନ ନାୟକ : ଅସ୍ତରଙ୍ଗ ଉପକୂଳବର୍ତ୍ତୀ ଅଂଚଳରେ ଆତଙ୍କବାଦୀମାନେ ଜଳପଥ ଦେଇ ଯେପରି ପ୍ରବେଶ ନ କରନ୍ତି ଅବା କୌଣସି ପ୍ରକାର ଅନୁପ୍ରବେଶକୁ କିପରି ପ୍ରତିହତ କରାଯିବ, ସେହି ଉଦ୍ଦେଶ୍ୟ ନେଇ ଓଡିଶା ପୋଲିସ ତରଫରୁ ଅସ୍ତରଙ୍ଗ ଉପକୂଳରେ ମଙ୍ଗଳବାର ଦିନ ଏକ ମକ ଡ୍ରିଲ ଅନୁଷ୍ଠିତ ହୋଇ ଯାଇଅଛି ।
ଏଠାରେ ପ୍ରକାଶ ଯୋଗ୍ୟ ଯେ, ଅସ୍ତରଙ୍ଗ ଥାନା ଓ ଅସ୍ତରଙ୍ଗ ମେରାଇନ ଥାନା ଅଞ୍ଚଳରେ ଜଳ ପଥରେ ଅନୁପ୍ରବେଶ ନେଇ ୭ ଗୋଟି ସମ୍ବେଦନଶୀଲ ସ୍ଥାନ ଭାବେ ଚିହ୍ନଟ କରାଯାଇଛି | ସେ ଗୁଡିକ ହେଲା ଦାଳୁଅକଣି,ଗୁଣ୍ଡଳବା,ସହନ, ଅଣକଣା, ଗଙ୍ଗାଦେବୀ, ଅସ୍ତରଙ୍ଗ, କଳିଆକଣ । ଏହି ୭ ଗୋଟି ସମ୍ବେଦନଶୀଳ ଜାଗାରେ ଅଫିସର ୩ ଜଣ,କନେଷ୍ଟବଳ୧୦ ଜଣ, ହୋମଗାର୍ଡ୧୫ ଜଣ ରହିଥିବା ବେଳେ, ଅସ୍ତରଙ୍ଗ ଥାନା ଅଧିକାରୀ ବାମଦେବ ନନ୍ଦ ଓ ନୂଆଗଡ ମେରାଇନ ଥାନା ଅଧିକାରୀ ଏହି ଉପକୂଳ ମକଡ୍ରିଲ ପରିଚାଳନା କରୁଛନ୍ତି । ଅଫିସର ଅଶୋକ କୁମାର ଦାସ, ଖଗେନ୍ଦ୍ର କର ଉପକୂଳବର୍ତ୍ତୀ ପାଟ୍ରୋଲିଂ ଦାୟିତ୍ୱରେ ଅଛନ୍ତି । ଅପରପକ୍ଷରେ ନୂଆଗଡ ମେରାଇନ ଥାନା ପକ୍ଷରୁ ଜଳପଥରେ ବି ପାଟ୍ରୋଲିଂ ଲାଗି ରହିଅଛି ।ଏହି ଅଂଚଳରେ ଛଦ୍ମବେଶୀ ଆତଙ୍କବାଦୀ ହମଲା ତଥା ଅନୁପ୍ରବେଶ ଆଦି ସମ୍ପର୍କିତ ମକ ଡ୍ରିଲ ଦୁଇ ଦିନ ଧରି ଚାଲିବ ବୋଲି, ଅସ୍ତରଙ୍ଗ ଥାନା ଏସ ଆଇ ଅଶୋକ କୁମାର ଦାସ କହିଛନ୍ତି।

0
0
0
s2sdefault